fbpx

ବାଂଲାଦେଶ ବିପକ୍ଷ ଅନ୍ତିମ ଟି-୨୦ରେ ଭାରତୀୟ କ୍ରିକେଟଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା: ପଡ଼ିଆକୁ ଆସିପାରିଲେନି

ନୂଆଦିଲ୍ଲୀ: ଆଜି ହାଇଦ୍ରାବାଦ ଠାରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ତା’ର ଅନ୍ତିମ ତଥା ତୃତୀୟ ଟି-୨୦ ମ୍ୟାଚ ଖେଳୁଛନ୍ତି । ଟି-୨୦ ସିରିଜରେ ପୂର୍ବରୁ ଭାରତ ୨-୦ରେ ଆଗୁଆ ରହିବା ସହ ସିରିଜକୁ କବଜା କରିନେଇଛି । ତେବେ ଅନ୍ତିମ ମ୍ୟାଚ ଅବସରରେ ଆସିଛି ଏକ ଚିନ୍ତାଜନକ ଖବର । ଜଣେ ଭାରତୀୟ କ୍ରିକେଟଙ୍କର ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଛି । ଫଳରେ ଖେଳାଳି ଜଣଙ୍କ ପଡ଼ିଆକୁ ମଧ୍ୟ ଯାଇ ପାରିନଥିଲେ । ଏହି ଖେଳାଳିଙ୍କୁ ସିରିଜ ଆରମ୍ଭ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିନଥିଲା ।

ଆଜି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହା ମଧ୍ୟରେ ଟିମ୍ ଇଣ୍ଡିଆରୁ ଆସିଛି ଏକ ବଡ଼ ଖବର । ଭାରତୀୟ ଦଳର ଯୁବ ବୋଲର ହର୍ଷିତ ରାଣାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଛି । ଭାୟରଲ ଇନଫେକ୍ସନ କାରଣରୁ ଅନ୍ତିମ ମ୍ୟାଚ ପାଇଁ ପଡ଼ିଆରେ ପହଞ୍ଚି ପାରିନଥିଲେ ହର୍ଷିତ । ଗତ କିଛି ସିରିଜରେ ହର୍ଷିତକୁ ଚୟନ କରାଯାଉଥିଲେ ହେଁ ଡେବ୍ୟୁ କରିବା ନେଇ ତାଙ୍କୁ ସୁଯୋଗ ମିଳିନାହିଁ । ତେବେ ଆଜିର ମ୍ୟାଚରେ ସେ ଖେଳିବା ନେଇ ଆଶା କରାଯାଉଥିଲେ ହେଁ ପୁଣି ଥରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବା ସୌଭାଗ୍ୟରୁ ବଞ୍ଚିତ ହୋଇଛନ୍ତି ହର୍ଷିତ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆ) ଏନେଇ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରିଛି ।

Get real time updates directly on you device, subscribe now.