Whatsappର ୧୭,୦୦୦ ଆକାଉଣ୍ଟ ବ୍ଲକ! ଜାଣନ୍ତୁ ଭାରତ ସରକାର କାହିଁକି ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ ସରକାର ୧୭୦୦୦ରୁ ଅଧିକ ହ୍ୱାଟ୍ସଆପ ଆକାଉଣ୍ଟ ବ୍ଲକ କରିଦେଇଛନ୍ତି । ଏହି ଆକାଉଣ୍ଟ ଦକ୍ଷିଣ-ପୂର୍ବ ଏସିଆର ହ୍ୟାକରଙ୍କର ଅଟେ, କାରଣ ଯାଞ୍ଚରୁ ଜଣାପଡିଛି ଯେ, ଇନଭେଷ୍ଟମେଣ୍ଟ ପ୍ରୋଫିଟ ଅଫର୍ସ ଦେଇ, ଗେମ, ଡେଟିଙ୍ଗ ଆପ ଏବଂ ନକଲି ଟ୍ରେଡିଂ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କୁ ଲୋଭ ଦେଖାଇ ଫାଶରେ ପକାଉଛି ଏବଂ ତାଙ୍କଠାରୁ ଟଙ୍କା ଠକିନେଉଛି । ହେଲେ ପୋଲିସକୁ ହ୍ୟାକର୍ସ ମିଳୁନାହାନ୍ତି ।

ଇଣ୍ଡିଆନ ସାଇବର କ୍ରାଇମକୁ କୋ-ଅର୍ଡିନେସନ ସେଣ୍ଟର(୧୪ସି) ଏବଂ ଟେଲିକମୁନିକେସନ ଡିପାର୍ଟମେଣ୍ଟ ମିଶି ହ୍ୱାଟ୍ସଆପ ଆକାଉଣ୍ଟ ବ୍ଲକ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଗୁରୁବାର ଦିନ ନିଆଯାଇଛି ଏବଂ ଏହାର ଘୋଷଣା କରି ନୋଟିଫିକେସନ ଜାରି କରାଯାଇଛି । ଗୃହ ମନ୍ତ୍ରାଳୟର ସାଇବର-ସେଫ୍ଟି ଏକ୍ସ ହ୍ୟାଣ୍ଡେଲ ସାଇବରଦୋସ୍ତ ନିଜ ଏକ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ ଲେଖି ଭାରତର ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ବିଷୟରେ କହିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ସାଇବରଦୋସ୍ତ ପୋଷ୍ଟ କରିଛି ଯେ, ୧୪ସି ଟେଲି ଯୋଗାଯୋଗ ବିଭାଗ ସହ ମିଶି ଦକ୍ଷିଣ ପୂର୍ବ ଏସିଆର ସାଇବର କ୍ରାଇମ କରୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି । ପୁଣି ସେମାନଙ୍କର ହ୍ୱାଟ୍ସଆପ ଆକାଉଣ୍ଟ ବ୍ଲକ କରାଯାଇଛି । ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ସାଇବର କ୍ରାଇମ ନେଟୱାର୍କକୁ ଶେଷ କରିବା ଏବଂ ଡିଜିଟାଲ ସେଫ୍ଟିକୁ ମଜବୁତ କରିବା ।