fbpx

ଭାରତୀୟ ହକି ତାରକାଙ୍କ ସମ୍ବର୍ଦ୍ଧନା ଉତ୍ସବ, ସନ୍ଧ୍ୟାରେ ହେବ ବିଜୟ ଗୌରବ ଯାତ୍ରା, ହକିରେ ଝୁମିବ ଓଡିଶା

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ଇତିହାସ ରଚିଛି । ହକି କଥା ଉଠିଲେ ଓଡିଶା ବା କେମିତି ପଛରେ ରହିବ । ଯେଉଁ ଓଡିଶା ହକିକୁ ଏତେ ଆଗକୁ ନେଇ ସେହି ଓଡିଶା ଆଜି ଦିନ ପ୍ରାୟ ୧୨ ଟା ୩୦ ମିନିଟ ସମୟରେ ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ଜିତିଥିବା ଭାରତୀୟ ଦଳକୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇବ । ଏହି ସମୟରେ ପାରମ୍ପରିକ ଓଡିଆ ବାଦ୍ୟଯନ୍ତ୍ର ଓ ସଙ୍ଗୀତରେ ସାରା ଓଡିଶା ଦେଖିବ ଅଲିମ୍ପିକ୍ସ ହିରୋଙ୍କ ପରାକାଷ୍ଠାର ପ୍ରତିଫଳନ । ଏହି ସମୟରେ ହଜାର ହଜାର ପ୍ରଶଂସକ, ହକି ଇଣ୍ଡିଆର କର୍ମକର୍ତ୍ତା ତଥା କ୍ରୀଡା ବିଭାଗର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହିବେ ସେମାନଙ୍କୁ ପାଛୋଟି ନେବେ ।

ଓଡିଶା ତାରକା ଅମିତ ରୋହିଦାସ ଦଳରେ ଯୋଗ ଦେବା ପରେ ସେମାନଙ୍କୁ ବିମାନ ବନ୍ଦରରୁ ରୋଡ ଶୋ’ ମାଧ୍ୟମରେ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ନିଆଯିବ । ସେଠାରେ ସେମାନଙ୍କୁ ସତ୍କାର କରାଯିବା ପରେ ସିଧାସଳଖ ସମସ୍ତ ଖେଳାଳି ଦଳୀୟ ହୋଟେଲକୁ ଯିବେ ବିଶ୍ରାମ ପାଇଁ । ପରେ ସନ୍ଧ୍ୟା ୫ ଟା ୩୦ ସମୟରେ ଲୋକସେବା ଭବନରେ ଆୟୋଜିତ ହେବେ ହକି ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପୂର୍ବ ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଦଳର ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋଟିଂ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଦେଇ ସମ୍ବର୍ଦ୍ଧିତ କରିବେ । ଓଡିଆ ତାରକା ଅମିତେ ରୋହିଦାସଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ୪ କୋଟିର ପୁରସ୍କାର ପ୍ରଦାନ କରିବେ । ଏହାବାଦ ଓଡିଆ ଜାଭଲିନ ଷ୍ଟାର କିଶୋର ଜେନାଙ୍କୁ ମଧ୍ୟ ଏହି ସମୟରେ ସମ୍ବର୍ଦ୍ଧିତ କରାଯିବ ।

କହିରଖୁ, ଭାରତୀୟ ହକି ଦଳର ପୁନରୁଦ୍ଧାରରେ ଓଡିଶାର ଗୁରୁତ୍ୱପୂର୍ଣ୍ଣ ହାତ ରହିଛି । ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବରେ ଓଡିଶା ଦୁଇ ଦୁଇଟି ହକି ବିଶ୍ୱକପ ଆୟୋଜନ କରିବା ସହ ଅଲିମ୍ପିକ୍ସ ସଫଳତା ପର୍ଯ୍ୟନ୍ତ ପ୍ରାୟ ସବୁ ସମୟରେ ଭାରତୀୟ ଦଳ ସହ ଜଡିତ ହୋଇ ରହିଛି । ଭାରତୀୟ ହକି ଦଳର ପ୍ରୟୋଜକ ଭାବରେ ମଧ୍ୟ ଓଡିଶା କାର୍ଯ୍ୟ କରିଛି । ଫଳରେ ସମସ୍ତ ଖେଳାଳି ଓଡିଶାକୁ କୃତଜ୍ଞତା ମଧ୍ୟ ଜଣାଇବେ ଆଜିର ସମ୍ବର୍ଦ୍ଧନା ଜଣାଇବେ ।

Get real time updates directly on you device, subscribe now.