fbpx
BSKY
BJD MC SKY
BJD YOUTH SKY

Big Breaking: ନୂଆ ଅପରାଧିକ ଆଇନକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଚଳିତ ଡିସେମ୍ବର ୨୦ ତାରିଖ (ବୁଧବାର) ଲୋକସଭାରେ ତିନୋଟି ନୂଆ ବିଲ୍ ପାରିତ ହୋଇଥିଲା । ଏହି ବିଲରେ ଆଇପିସି, ସିଆରପିସି ଓ ଆଇଇଏକୁ ହଟାଇବାକୁ ନିଷ୍ପତି ନିଆଯାଇଥିଲା । ଏହା ବଦଳରେ ବର୍ତ୍ତମାନ ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦଣ୍ଡବିଧାନ କରାଯିବ ବୋଲି କୁହାଯାଇଥିଲା। ମାତ୍ର ଏଥିପାଇଁ ମହାମହିମ ରାଷ୍ଟ୍ରପତିଙ୍କ ମୋହର ଲାଗି ଅପେକ୍ଷା କରାଯାଇଥିଲା। କାରଣ ରାଷ୍ଟ୍ରପତି ମୋହର ମାରିବା କ୍ଷଣି ତାହା ନୂଆ ଆଇନରେ ପରିଣତ ହେବ। ତେବେ ବର୍ତ୍ତମାନ ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ମୋହର ଲାଗିଥିବା ସୂଚନା ମିଳିଛି।

ସୂଚନା ଥାଉକି, ବ୍ରିଟିଶ ଅମଳର ଆଇନକୁ ବଦଳାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଲୋକସଭାରେ ତିନୋଟି ନୂଆ ବିଲ୍ ଆଗତ କରିଥିଲେ । ୧୮୬୦ ମସିହାକୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ। ସେହିପରି ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ ୧୮୭୨(ଆଇଇଏ) ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ କରାଯିବ। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହାକୁ ଗତ ୨୦ ତାରିଖ ଦିନ ଲୋକସଭାରେ ଉପସ୍ଥାପନ କରିଥିଲେ। ଏହାପରେ ସେ ବିଲ୍‌ରେ ଥିବା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ବିରୋଧୀ ଦଳର ଅଧିକାଂଶ ସାଂସଦ ନିଲମ୍ବିତ ହୋଇଥିବାରୁ ଲୋକସଭା ପୂରା ଖାଲି ପଡ଼ିଥିଲା। ଏହାରି ଭିତରେ ଅମିତ ଶାହ ୩ ବିଲ୍‌ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହ ୩ ବିଲ୍‌କୁ ବିନା ବିରୋଧରେ ପାସ୍‌ ମଧ୍ୟ କରାଇଥିଲେ। ଯାହାକୁ ଶେଷରେ ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ମଞ୍ଜୁରୀ ମିଳିଛି।

ପୁରୁଣା ନିୟମରେ କ’ଣ ସମସ୍ୟା ଥିଲା :-

ଆଇପିସି, ସିଆରପିସି ଏବଂ ଭାରତୀୟ ପ୍ରମାଣ ଆଇନ ସହ ଜଡିତ ଆଇନରେ ଏପରି ନିୟମ ରହିଛି, ଯାହା ଦେଶରେ ନ୍ୟାୟ ପ୍ରକ୍ରିୟାରେ ଭାର ବଢ଼ାଉଛି । ଏହାକୁ ହ୍ରାସ କରିବା ପାଇଁ ନୂଆ ବିଲ୍ ଅଣାଯାଇଛି । ବର୍ତ୍ତମାନ ଅର୍ଥନୈତିକ ପଛୁଆ ଲୋକମାନେ ନ୍ୟାୟରୁ ବଞ୍ଚିତ ହୋଇଛନ୍ତି ଏବଂ ଅଧିକାଂଶ ମାମଲାରେ ଦୋଷୀ ପ୍ରମାଣିତ ହେଉନାହିଁ । ଫଳସ୍ୱରୂପ, ଜେଲରେ ଥିବା କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ହ୍ରାସ କରିବା ପାଇଁ ଏହି ନୂଆ ବିଲ୍ ଅଣାଯାଇଛି ।

Get real time updates directly on you device, subscribe now.