(video)ଥାଇଲ୍ୟାଣ୍ଡରେ ବାଘ ସହିତ ସେଲ୍ଫି ନେଉଥିଲେ ଭାରତୀୟ ଯୁବକ, ଆଟାକ୍ କଲା ବାଘ

ବାଘ ସହ ସେଲ୍ଫି ନେବା ଏବଂ ଭିଡ଼ିଓ କରିବା ଭାରତୀୟ ଯୁବକଙ୍କୁ ପଡ଼ିଲା ମହଙ୍ଗା, ଏମିତି କରିଦେଲା ଶିକାରି ବାଘ

ଥାଇଲାଣ୍ଡ:  ବାଘ ଭଳି ଭୟଙ୍କର ଶିକାରୀ ଜୀବ ସହ ଖୋଲାଖୋଲିରେ ସେଲ୍ଫି ନେଉଥିଲେ ଏବଂ ଭିଡ଼ିଓ କରୁଥିଲେ ଜଣେ ଯୁବକ। ସେ ପୁଣି ଜଣେ ଭାରତୀୟ। ହେଲେ ସେ ଜାଣିନଥିଲେ ଏହି ଭିଡ଼ିଓ ତାଙ୍କ ଜୀବନକୁ ଏତେ ବିପଦରେ ପକାଇଦେବ ବୋଲି। ସେ ଜାଣିନଥିଲେ ବାଘଟି ସଙ୍ଗେ ସଙ୍ଗେ ତାଙ୍କ ଉପରକୁ ଲମ୍ଫ ମାରିବ ବୋଲି।

ହଁ ଭାରତର ଜଣେ ଯୁବକ ଥାଇଲାଣ୍ଡ ଫୁକେଟ ଯାଇଥିଲେ ବୁଲିବାକୁ। ପ୍ରସିଦ୍ଧ ଟାଇଗର କିଙ୍ଗଡମରେ ଭାରତୀୟ ଯୁବକ ଜଣକ ଖୁଲମଖୁଲା ଏକ ବିଶାଳ ବାଘ ସହ ବୁଲୁଥିଲେ। ଆଉ ଯେତେବେଳେ ସେ ବାଘକୁ ଧରି ସେଲ୍ଫି ନେବାକୁ ତଳେ ବସିଲେ, ସେତେବେଳେ ବାଘଟି ତାଙ୍କ ଉପରକୁ ଲମ୍ଫ ମାରିଲା। ଆଉ ତାପରେ…

ବାଘ ସହ ସେଲ୍ଫି: ତେବେ ଘଟଣାଟି ଥାଇଲାଣ୍ଡରି ବୋଲି ଜଣାପଡିଛି। ଥାଇଲାଣ୍ଡରେ ଥିବା ପ୍ରସିଦ୍ଧ ଟାଇଗର କିଙ୍ଗଡମକୁ ଜଣେ ଭାରତୀୟ ପର୍ଯ୍ୟଟକ ବୁଲିବାକୁ ଯାଇଥିଲେ। ଏବଂ ସେଠାରେ ଏକ ବାଘ ସହ ଭିଡିଓ କରୁଥିବାର ୨୫ ସେକେଣ୍ଡର ଏକ କ୍ଲିପ୍ ଭାଇରାଲ ହୋଇଛି।

ଯେଉଁଥିରେ ଭାରତୀ ଯୁବକ ଜଣକ ବାଘର କଡି ଧରି ଚାଲୁଛନ୍ତି ଏବଂ ବାଘ ମଧ୍ୟ ସୁନା ପିଲା ପରି ତାଙ୍କ ସାଙ୍ଗରେ ଚାଲୁଛି। ସେମାନଙ୍କ ସହ ସେହି ଟାଇଗର କିଙ୍ଗଡମର ଜଣେ କର୍ମଚାରୀ ମଧ୍ୟ ହାତରେ ବାଡ଼ି ଧରି ଚାଲୁଛନ୍ତି।

ଭିଡ଼ିଓ ଭାଇରାଲ:  ଏହି ୨୫ ସେକେଣ୍ଡ ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି କି ଯେତେବେଳେ ଭାରତୀୟ ଯୁବକ ଜଣକ ତଳେ ଆଣ୍ଠେଇ ବାଘ ସହ ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ବାଡ଼ି ଧରି ଛିଡ଼ା ହୋଇଥିବା ବ୍ୟକ୍ତି ଜଣକ ବାଘକୁ ତଳେ ବସିବାକୁ ଇସାରା କରୁଛନ୍ତି।

ହେଲେ ବାଘଟି ତଳେ ବସିବା ପରିବର୍ତ୍ତେ ହଠାତ୍ ଅଶାନ୍ତ ହୋଇ ଉଠୁଛି। ଏବଂ ଭାରତୀୟ ଯୁବକଙ୍କ ଉପରକୁ ଲମ୍ପ ମାରି ତାଙ୍କୁ ଶିକାର କରିବାକୁ ଚେଷ୍ଟା କରୁଛି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ ହୋଇଥିବା ଘଟଣାର ଏକ ଭିଡିଓ ଏବେ ବେଶ ଭାଇରାଲ ହେଉଛି।

ଯେଉଁଥିରେ ଅନେକ ଲୋକ ସୁରକ୍ଷା ପ୍ରୋଟୋକଲ ଏବଂ ବନ୍ୟପ୍ରାଣୀଙ୍କ ସହ ଖୋଲାଖୋଲି ଭିଡ଼ିଓ ଫଟୋସୁଟ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଭିଡ଼ିଓ ଭାଇରାଲ ହେବା ପରେ ଅନେକ ୟୁଜର୍ସ ଭିନ୍ନ ଭିନ୍ ମନ୍ତବ୍ୟ ଦେଉଛନ୍ତି।

କମେଣ୍ଟ:  ଭିଡ଼ିଓ ତଳେ କମେଣ୍ଟ କରି କିଛି ଲୋକ ଚିନ୍ତା ପ୍ରକାଶ କରିଥିଲେ କି, ଯୁବକ ଜଣକଙ୍କ ଅବସ୍ଥା କିପରି ଅଛି, ସେ ସୁରକ୍ଷିତ ଅଛନ୍ତି ତ, ଉତ୍ତରରେ ଭିଡ଼ିଓ ପୋଷ୍ଟ କରିଥିବା ବ୍ୟକ୍ତି କହିଛନ୍ତି ହଁ ସେ ସୁସ୍ଥ ଅଛନ୍ତି, ତାଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଛି।

ଏହି ଭିଡ଼ିଓଟି ବିପଦପୂର୍ଣ୍ଣ ସଙ୍କେତ ଦେଉଛି। କାରଣ ଏବେକାର ଲୋକ ଥାଇଲାଣ୍ଡରେ ଥିବା ଏହି ବନ୍ୟପ୍ରାଣୀଙ୍କ ସହ ଫଟୋ ଭିଡ଼ିଓ କରିବା ପାଇଁ ଅଧିକ ଆଗ୍ରହି ହେଉଛନ୍ତି। ଆଉ ତାହାର ଉଦାହରଣ ଆପଣଙ୍କ ସାମ୍ନାରେ।