fbpx

ଫେସବୁକ୍ ପୋଷ୍ଟ ପାଇଁ ୬୦୦ ଦିନ ସାଉଦି ଜେଲରେ ରହିଲେ ଭାରତୀୟ ନାଗରିକ, ଜାଣନ୍ତୁ ପୁରା ଘଟଣା

ବେଙ୍ଗାଲୁରୁ: ସାଉଦି ଆରବ ଜେଲରେ ୬୦୦ ଦିନ ରହିବା ପରେ ଜଣେ ଭାରତୀୟ ନାଗରିକ ଭାରତ ଫେରିଛନ୍ତି । ଭାରତ ଫେରିବାରେ ସାହାଯ୍ୟ କରିଛନ୍ତି କର୍ଣ୍ଣାଟକ ପୋଲିସ । ପ୍ରକୃତରେ କର୍ଣ୍ଣାଟକ ପୋଲିସର ଏକ ଯାଞ୍ଚ ଯୋଗୁଁ ୬୦୦ ଦିନରୁ ଅଧିକ ସମୟ ଧରି ସାଉଦି ଆରବ ଜେଲରେ ବନ୍ଦୀ ଥିବା ଜଣେ ଭାରତୀୟ ଘରକୁ କରିଛନ୍ତି । ୩୪ ବର୍ଷୀୟ ହରିଶ ବଙ୍ଗେରା ସାଉଦିରେ ଜଣେ ଟେକ୍ନିସିଆନ ଭାବରେ କାମ କରୁଥିଲେ । ୨୦୧୯ ଡିସେମ୍ବର ୨୨ ତାରିଖରେ ଫେସବୁକରେ ମକ୍କା ଏବଂ ସାଉଦି ରାଜଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିବା ଅଭିଯୋଗରେ ଗିରଫ କରାଯାଇଥିଲା ।

ପରେ କର୍ଣ୍ଣାଟକ ପୋଲିସ ଯାଞ୍ଚରେ ଜଣାପଡ଼ିଥିଲା ଯେ ସାଉଦି ରାଜା ଏବଂ ମକ୍କାକୁ ନେଇ ଫେସବୁକରେ ଅପମାନଜନକ ପୋଷ୍ଟ ହରୀଶ ବଙ୍ଗେରା ନୁହେଁ ବରଂ ଉଡୁପୀ ଜିଲ୍ଲାର ଅବଦୁଲ ହୁଏଜ ଏବଂ ଅବଦୁଲ ଥ୍ୟୁଏଜଙ୍କ ଦ୍ୱାରା ଏକ ନକଲି ଆକାଉଣ୍ଟରୁ କରାଯାଇଥିଲା । ପୋଲିସ ଅକ୍ଟୋବର ୨୦୨୦ରେ ଏହି ଦୁଇ ଜଣକୁ ଗିରଫ କରିଥିଲା । ଏହା ପରେ ସେମାନେ ସ୍ୱୀକାର କରିଥିଲେ ଯେ ସେମାନେ ମଙ୍ଗେରାଙ୍କ ଫଟୋକୁ ବ୍ୟବବହାର କରି ଏଭଳି ଅପମାନଜନକ କଥା ଲେଖିଥିଲେ । ଏହି ଯାଞ୍ଚ ଯୋଗୁଁ ମଙ୍ଗେରାଙ୍କୁ ମୁକୁଳାଇବାରେ ସାହଯ୍ୟ ହୋଇଥିଲା ।

ବୁଧବାର ହରିଶ ବଙ୍ଗେରା ବେଙ୍ଗାଲୁରୁରେ ପହଞ୍ଚିଥିଲେ । ସେ କହିଥିଲେ ଯେ ସାଉଦିରେ ସେ ବିଚାର ବିଭାଗୀୟ ଜେଲରେ ଥିଲେ ସେଠାରେ ସେ ୬୦୦ରୁ ଅଧିକ ଦିନ ଧରି ରହିଥିଲେ ଏବଂ ଘରକୁ ଫେରିବାକୁ ଚାହୁଥିଲେ । ଉଡୁୁପୀ ପୋଲିସର ସହଯୋଗରେ ସେଠାରୁ ମୁକୁଲିଥିବାରୁ ସେ ପୋଲିସଙ୍କୁ ଧନ୍ୟବାଦ ଦେଇଛନ୍ତି । ଉଡୁୁପୀ ପୋଲିସ ଅଧିକାର କହିଛନ୍ତି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ହରିଶ ସାଉଦିରେ ଗିରଫ ହୋଇଥିଲେ ଏବଂ ଏହାପରେ ତାଙ୍କ ପତ୍ନୀ ହରିଶଙ୍କ ଫେସବୁକ ଆକାଉଣ୍ଟକୁ ନକଲ କରି ଏଭଳି କରାଯାଇଥିବା ନେଇ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.