fbpx
BSKY
BJD MC SKY
BJD YOUTH SKY

ଡକାୟତଙ୍କ କବଳରୁ ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ସୋମାଲିଆର ପୂର୍ବ ଉପକୂଳରେ ଅନ୍ୟ ଏକ ମାଛଧରା ଜାହାଜରେ ଥିବା ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଡକାୟତଙ୍କ କବଳରୁ ଉଦ୍ଧାର କରିଛି ଭାରତୀୟ ଯୁଦ୍ଧ ଜାହାଜ ଆଇଏନଏସ ସୁମିତ୍ରା । ଆଇଏନଏସ ସୁମିତ୍ରା ଯେଉଁ ଯାହାଜକୁ ଉଦ୍ଧାର କରିଛି ସେହି ଜାହାଜରେ ଇରାନ ପତାକା ଥିଲା । ସୁରକ୍ଷା ଅଭିଯାନ ଚଳାଇବା ଏବଂ ଡକାୟତି ରୋକିବା ପାଇଁ ସୋମାଲିଆର ପୂର୍ବାଞ୍ଚଳ ଏବଂ ଆଡେନ୍ ଉପସାଗରରେ ଆଇଏନଏସ ସୁମିତ୍ରାକୁ ନିୟୋଜିତ କରାଯାଇଛି ।

ଭାରତୀୟ ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମାଧୱାଲ କହିଛନ୍ତି ଯେ ସୋମାଲିଆର ପୂର୍ବ ଉପକୂଳରେ ଡକାୟତଙ୍କ ବିରୋଧରେ ଆଉ ଏକ ଅପରେସନ ସଫଳ ହୋଇଛି। ଆଇଏନଏସ୍ ସୁମିତ୍ରା ମାଛଧରା ଜାହାଜ ଅଲ୍ ନାଇମି ଏବଂ ଏଥିରେ ଥିବା ୧୯ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଛି। ଏହା ସହ ୧୧ ଜଣ ସୋମାଲି ଲୁଟେରା ମଧ୍ୟ ଧରାପଡ଼ିଛନ୍ତି।

କମାଣ୍ଡର ମାଧୱାଲଙ୍କ କହିବା ନୁସାରେ, ୩୬ ଘଣ୍ଟା ମଧ୍ୟରେ ଆଇଏନଏସ ସୁମିତ୍ରା ଆରବ ସାଗରରେ ଦ୍ୱିତୀୟ ଥର ପାଇଁ ଅପହୃତ ଜାହାଜ ଏବଂ ଏହାର କର୍ମଚାରୀମାନଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୭ ଜଣ ଇରାନୀ ଓ ୧୯ ଜଣ ପାକିସ୍ତାନୀ ଥିଲେ । ଜାନୁଆରୀ ୨୮ତାରିଖରେ ଆଇଏନଏସ ସୁମିତ୍ରା ଇରାନ ଜାହାଜକୁ ଅପହରଣ ହେବାରୁ ବଞ୍ଚାଇଥିଲେ ।

Get real time updates directly on you device, subscribe now.