fbpx
BSKY SKY
BSKY SKY

ଅନ୍ତିମ ସଂସ୍କାର ପରେ ଭୁଲରେ ବି କରନ୍ତୁ ନାହିଁ ଏସବୁ କାମ, ନହେଲେ ଭୋଗିବେ…

BSKY

ଓଡିଶା ଭାସ୍କର: ହିନ୍ଦୁ ଧର୍ମ ଏବଂ ଶାସ୍ତ୍ରରେ ଅନେକ ପ୍ରଥା, ପରମ୍ପରା, ରୀତିନୀତି ଆଦି ରହିଛି। ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଏହି ପ୍ରଥା, ପରମ୍ପରା ଓ ରୀତିନୀତିକୁ ସମସ୍ତେ ଅନୁସରଣ କରିଥାନ୍ତି। ତେବେ ଅନ୍ତିମ ସଂସ୍କାର ପରେ ଏମିତି କିଛି କାମ ରହିଛି ଯାହା କରିବା ଅନୁଚିତ। ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ଅନେକ ସମସ୍ୟା ଭୋଗିବେ ବୋଲି କୁହାଯାଏ। ଆସନ୍ତୁ ଜାଣିବା, ଅନ୍ତିମ ସଂସ୍କାର ପରେ କେଉଁ ସବୁ କାମ କରିବା ଆଦୌ ଉଚିତ ହୋଇନଥାଏ।

ଗରୁଡ ପୁରାଣଙ୍କ ଅନୁଯାୟୀ, ଜଣେ ମୃତ ବ୍ୟକ୍ତିଙ୍କ ଶରୀରକୁ ରୀତିନୀତି ଅନୁଯାୟୀ ଦାହ କରିବା ପରେ କେବେ ପଛକୁ ଫେରି ଚାହିଁବା ଉଚିତ୍ ନୁହେଁ । ଯଦି ଆପଣ ଏପରି କରୁଛନ୍ତି, ତେବେ ଆପଣ ସେହି ବ୍ୟକ୍ତିଙ୍କୁ ନିରାଶ କରୁଛନ୍ତି ବୋଲି ବିଶ୍ଵାସ କରାଯାଏ। । ଫଳରେ ସେହି ମୃତ ବ୍ୟକ୍ତିର ଆତ୍ମା ​​ଆକର୍ଷଣର ପ୍ରଭାବରେ ନିଜ ଘରକୁ ଫେରିବାକୁ ଚାହିଁଥାଏ । ଯାହାକି ଆପଣଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ଏବଂ ଆପଣଙ୍କର କ୍ଷତି କରିବାକୁ ଚାହେଁ। ତେଣୁ ଶବଦାହ ପରେ କେବେ ବି ଭୁଲରେ ପଛକୁ ଫେରି ଚାହିଁବା ଉଚିତ୍ ନୁହେଁ ।

ସେହିପରି ଶବଦାହ ପରେ ଘରକୁ ଫେରିବା ପରେ ଗାଧୋଇବାକୁ ପଡେ ବୋଲି ବିଶ୍ୱାସ ରହିଛି। କାରଣ ଶାସ୍ତ୍ର ଅନୁସାରେ ଶ୍ମଶାନରେ ଅନେକ ପ୍ରକାରର ନକାରାତ୍ମକ ଶକ୍ତି ରହିଥାଏ । ସେଥିପାଇଁ ଘରକୁ ଫେରିବା ପରେ ଗାଧୋଇବା ସହିତ ପୋଷାକ ଧୋଇବା ଉଚିତ୍ । ଏହା ପରେ ଘରସାରା ଗଙ୍ଗାଜଳ ସିଞ୍ଚନ କରିଯାଏ । ଏପରି ନ କରିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମା ଘର ଏବଂ ପରିବାରର ସଦସ୍ୟଙ୍କ ଉପରେ କୁ ଦୃଷ୍ଟି ପକାଇଥାଏ । ଯାହାଫଳରେ ଘରେ ସର୍ବଦା ଅଶାନ୍ତି ଲାଗିରୁହେ । ତେଣୁ ଶ୍ମଶାନରୁ ଫେରିବା ପରେ ଶୁଦ୍ଧସ୍ନାନ ସହ ଘରକୁ ମଧ୍ୟ ପବିତ୍ର କରିବା ଉଚିତ୍। ଏହା କରିବା ଦ୍ୱାରା ଆପଣଙ୍କ ଘର ଏବଂ ଶରୀରରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ

ତେବେ ବିଶ୍ୱାସ କରାଯାଏ ଯେ ଘରର ଯେଉଁ କକ୍ଷରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ ସେହି କକ୍ଷରେ ୧୨ ଦିନ ଯାଏ ତାଙ୍କ ନାମରେ ଏକ ପ୍ରଦୀପ ପ୍ରଜ୍ୱଳିତ ହେବା ଉଚିତ୍ ଜ୍ଝ ଏପରି କରିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମାକୁଏ ଶାନ୍ତି ମିଳେ । ଫଳରେ ସେ ଭୂ ଲୋକ ଛାଡ଼ି ଚାଲିଯାଏ । ଏତତ୍ ବ୍ୟତୀତ ପିତୃପକ୍ଷ ସମୟରେ ପିଣ୍ଡଦାନ ମଧ୍ୟ କରିବା ଉଚିତ୍। ଯଦି ଆପଣ ଏପରି ନ କରନ୍ତି ତେବେ ତାଙ୍କର କୋପ ଦୃଷ୍ଟି ଆପଣଙ୍କ ଉପରେ ଏବଂ ପରିବାର ଉପରେ ପଡିଥାଏ ।

Get real time updates directly on you device, subscribe now.