ଫ୍ରାନ୍ସ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨ ଦିନିଆ ଆମେରିକା ଗସ୍ତ, ଭାରତ ପାଇଁ ହେବ ଲାଭଦାୟକ

ନୂଆଦିଲ୍ଲୀ: ୨ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆମେରିକାରେ ପହଞ୍ଚିବା ପରେ ବିମାନବନ୍ଦରରେ ଭବ୍ୟ ସ୍ବାଗତ। ରାଷ୍ଟ୍ରପତିଙ୍କ ଡୋନାଲ୍ଡ ଟ୍ରମ୍ପ ସହ ମୋଦୀଙ୍କ ଦ୍ବିପାକ୍ଷିକ ଆଲୋଚନା।

ବ୍ଲେୟାର୍ ହାଉସ୍‌ରେ ପ୍ରବାସୀ ଭାରତୀୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ହେବା ପରେ ସେ ପ୍ରଥମ ଥର ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଯାଉଛନ୍ତି।

ୱାଶିଂଟନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ଲାଟଫର୍ମ ଏକ୍ସରେ ଟ୍ୱିଟ୍ କରି କହିଛନ୍ତି ଯେ ସେ ୱାଶିଂଟନ ଡିସିରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ।

ଭାରତ-ଆମେରିକାକୁ ଆଗକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବାକୁ ସେ ଆଗ୍ରହ ପ୍ରକାଶ କରିଥିଲେ। ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଗସ୍ତ ବିଷୟରେ ଘୋଷଣା କରିଛି ଏବଂ ଏହାକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛି।

ମନ୍ତ୍ରଣାଳୟ ଏହା ମଧ୍ୟ ଉଲ୍ଲେଖ କରିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା କ୍ୟାବିନେଟର ସଦସ୍ୟ ଏବଂ ଶିଳ୍ପର ଅଗ୍ରଣୀ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ କରିବେ।

ସୂଚନାଯୋଗ୍ୟ ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବେ, ସେତେବେଳେ ଟ୍ରମ୍ପଙ୍କ ଶପଥ ଗ୍ରହଣର ମାତ୍ର ଏକ ମାସ ପରେ ସେ ତୃତୀୟ ବିଶ୍ୱ ନେତା ଭାବେ ନୂତନ ଆମେରିକୀୟ ରାଷ୍ଟ୍ରପତିଙ୍କୁ ଭେଟିବେ।