Indian Post Payments Bank ଆଣିଲା ବମ୍ପର ନିଯୁକ୍ତି; ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ଆବେଦନ ଆରମ୍ଭ

ଭାରତୀୟ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କରେ ୬୮ ପଦରେ ମିଳିବ ନିଯୁକ୍ତି; ସ୍ପେଶାଲିଷ୍ଟ ଅଫିସର ପାଇଁ ଏବେ ହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ତରଫରୁ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି । ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ ।

ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ସ୍ପେଶାଲିଷ୍ଟ ପଦବୀରେ ୬୮ ପଦରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ କରିଛି । ଏଥିପାଇଁ ପ୍ରାର୍ଥୀ ଆସନ୍ତା ଜାନୁୟାରୀ ୧୦ ତାରିଖ ସୁଦ୍ଧା ଅନଲାଇନ ୱେବସାଇଟ ippbonline.comରେ ଆବେଦନ କରିପାରିବେ ।

ନୋଟିଫିକେସନ ଅନୁସାରେ, ଏହି ଭର୍ତ୍ତି ଅଭିଯାନ ଜରିଆରେ ମୋଟ ୬୮ ପଦରେ ନିଯୁକ୍ତି ମିଳିପାରିବ । ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରହିଛି ।

ଏହି ପଦବୀରେ ମିଳିବ ନିଯୁକ୍ତି: ନିଯୁକ୍ତି ପ୍ରକ୍ରିୟାରେ ନିମଲିଖିତ ପଦ ପାଇଁ ଆବେଦନ କରିପାରିବେ ପ୍ରାର୍ଥୀ

  • ଆସିଷ୍ଟାଣ୍ଟ ମ୍ୟାନେଜର (IT)- ୫୪ ପଦ
  • ମ୍ୟାନେଜର (IT- ଇନଫ୍ରାଷ୍ଟ୍ରକଚର, ନେଟୱର୍କ ଏବଂ କ୍ଲାଉଡ)- ୨ ପଦ
  • ମ୍ୟାନେଜର (IT- ପେମେଣ୍ଟ ସିଷ୍ଟମ)
  • ସିନିୟର ମ୍ୟାନେଜର (IT- ଏଣ୍ଟରପ୍ରାଇଜ ଡାଟା ଓୟାର ହାଉସ)
  • ସିନିୟର ମ୍ୟାନେଜର (IT- ଇନଫ୍ରାଷ୍ଟକଚର, ନେଟୱର୍କ ଏବଂ କ୍ଲାଉଡ)
  • ସିନିୟର ମ୍ୟାନେଜର (IT- ଭେଣ୍ଡର, ଆଉଟସୋର୍ସିଙ୍ଗ ଏବଂ ଅନୁବନ୍ଧ) ଇତ୍ୟାଦିରେ ଗୋଟିଲଏ ଲେଖାଏଁ ପଦରେ ଭର୍ତ୍ତି ମିଳିପାରିବ ।

ଦକ୍ଷତା: ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ କମ୍ପ୍ୟୁଟର ସାଇନ୍ସ, ଆଇଟି, କମ୍ପ୍ୟୁଟର ଆପ୍ଲିକେସନ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ, ଇଲେକ୍ଟ୍ରାନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ ବା ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଷ୍ଟ୍ରୁମେଣ୍ଟେସନରେ ବିଇ/ ବିଟେକ୍ କରିଥିବା ଆବଶ୍ୟକ ।

ମ୍ୟାନେଜର ଏବଂ ସିନିୟର ମ୍ୟାନେଜର ପାଇଁ ନିର୍ଦ୍ଧାରିତ ଡିଗ୍ରୀ ସହିତ ଅଭିଜ୍ଞତାର ଆବଶ୍ୟକତା ରହିଛି । ଅଧିକ ତଥ୍ୟ ପାଇଁ ଅଫିସିଆଲ ୱେବସାଇଟକୁ ଫଲୋ କରିପାରିବେ ।

ଆବେଦନ ପ୍ରକ୍ରିୟା: ଏହିସବୁ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ ippbonline.comକୁ ଯାଇପାରିବେ । ଏହାପରେ ‘Career’ ଟ୍ୟାବକୁ ଯାଇ ‘ଭର୍ତ୍ତି ଲିଙ୍କ’କୁ ଯାଆନ୍ତୁ ।

ରେଜିଷ୍ଟ୍ରେସନ କରି ଆବେଦନ ଫର୍ମ ପୂରଣ କରନ୍ତୁ ଏହାପରେ ଶୁଳ୍କ ପ୍ରଦାନ କରି ସବମିଟ୍ କରନ୍ତୁ । ପ୍ରାର୍ଥୀଙ୍କୁ ଏଥିପାଇଁ ୭୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ । ତେବେ ରିଜର୍ଭଡ କାଟାଗୋରୀ ପାଇଁ ଏହି ଶୁଳ୍କ ୧୫୦ ଟଙ୍କା ରହିଛି ।