fbpx
BJD
BJD SKY
BJD SKY

ଟିକେଟ କାଟିଥିଲେ ବି ପ୍ଲାଟଫର୍ମରେ ଲାଗିପାରେ ଜରିମାନା; ଜାଣି ରଖନ୍ତୁ ଭାରତୀୟ ରେଳର ଏହି ନିୟମ

BJD

ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତାୟତ କରିଥାନ୍ତି । କିନ୍ତୁ ଟ୍ରେନରେ ଯାତ୍ରା କରିବା ପାଇଁ ରେଳବାଇର ଅନେକ ନିୟମ ମାନିବାକୁ ପଡିଥାଏ । ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିବାକୁ ନେଇ ମଧ୍ୟ ଏହିଭଳି ଏକ ନିୟମ ରହିଛି । ଯାହାକୁ ନ ମାନିଲେ ମୋଯା ଅଙ୍କର ଫାଇନ୍ ଦେବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା ଇଣ୍ଡିଆନ ରେଲୱେର ଏହି ନିୟମ ।

ଟ୍ରେନରେ ଯାତ୍ରା କରିବା ପାଇଁ ଅଧିକାଂଶ ଲୋକ ସମୟ ପୂର୍ବରୁ ପ୍ଲାଟଫର୍ମରେ ପହଞ୍ଚି ଯାଇଥାନ୍ତି । କିନ୍ତୁ ଟିକେଟ ନେବା ପରେ ମଧ୍ୟ ପ୍ଲାଟଫର୍ମରେ ଅପେକ୍ଷା କରିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । ତେବେ ଏହାକୁ ପାଳନ ନ କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡିପାରେ । ଟ୍ରେନ ଟିକେଟ ନେବା ପରେ ଯଦି ଆପଣ ରେଲୱେ ଷ୍ଟେସନରେ ପହଞ୍ଚୁଛନ୍ତି ତେବେ ଏଠାରେ ରହିବା ପାଇଁ ଏକ ବିଶେଷ ନିୟମ ରହିଛି । ଯଦି ଆପଣଙ୍କ ଟ୍ରେନ ଦିନ ସମୟରେ ଅଛି, ତେବେ ଆପଣ ଟ୍ରେନ ସମୟର ଦୁଇ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିପାରିବେ । ତେବେ ଏଥିପାଇଁ ଆପଣଙ୍କୁ କିଛି ଫାଇନ ଦେବାକୁ ପଡିବ ନାହିଁ । କିନ୍ତୁ ରାତିରେ ଟ୍ରେନ ଥିଲେ ଆପଣଙ୍କ ପାଇଁ ଏହି ସମୟ ୬ଘଣ୍ଟା ଧାର୍ଯ୍ୟ କରାଯାଇଛି ।

ସେହିପରି ଟ୍ରେନରୁ ଓହ୍ଲାଇବା ପରେ ମଧ୍ୟ ଏହି ନିୟମ ଲାଗୁ ହୋଇଛି । ଦିନ ସମୟରେ ଯାତ୍ରୀ ଟ୍ରେନରୁ ଓହ୍ଲାଇବା ପରେ ମାତ୍ର ୨ ଘଣ୍ଟା ପାଇଁ ଷ୍ଟେସନରେ ରହିପାରିବେ । କିନ୍ତୁ ଯଦି ରାତି ସମୟରେ ଗାଡିରୁ ଓହ୍ଲାଉଛନ୍ତି, ତେବେ ଆପଣ ଷ୍ଟେସନରେ ୬ ଘଣ୍ଟା ପର୍ଯ୍ୟନ୍ତ ରହିପାରିବେ । ତେବେ ଏହି ସମୟରେ ଆପଣଙ୍କୁ ଟ୍ରେନ ଟିକେଟ ପାଖରେ ରଖିବା ନିହାତି ଆବଶ୍ୟକ । ନଚେତ ଆପଣଙ୍କୁ ପ୍ଲାଟଫର୍ମରେ ଫାଇନ ଦେବାକୁ ପଡିପାରେ । ତେବେ ଯଦି ଭାରତୀୟ ରେଳର ଏହି ନିୟମରୁ ଅଧିକ ସମୟ ପ୍ଲାଟଫର୍ମରେ ରହିବାକୁ ଚାହାନ୍ତି, ତେବେ ପ୍ଲାଟଫର୍ମ ଟିକେଟ କରିପାରିବେ ।

Get real time updates directly on you device, subscribe now.