fbpx
BJD
BJD SKY
BJD SKY

IRCTCର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ରେଳ ଯାତ୍ରୀମାନେ ଚା’ ଓ କଫି ପାଇଁ ଆଉ ସର୍ଭିସ୍ ଚାର୍ଜ ଦେବେ ନାହିଁ

ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ରେଳଯାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ଯାତ୍ରୀଙ୍କ ଖାଦ୍ୟ ଓ ପାନୀୟରେ ସର୍ଭିସ୍ ଚାର୍ଜ ଲାଗୁ ହେବ ନାହିଁ । ରାଜଧାନୀ, ଶତାବ୍ଦୀ, ଦୁରନ୍ତ, ବନ୍ଦେ ଭାରତ ଟ୍ରେନ ପାଇଁ ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ଘୋଷଣା ଫଳରେ ଏଣିକି ଟ୍ରେନରେ ସକାଳ ଚା’, କଫି ପାଇଁ ଆଉ ୭୦ ଟଙ୍କା ଦେବାକୁ ପଡ଼ିବ ନାହିଁ । ଖାଦ୍ୟ ଓ ପାନୀୟ ଉପରେ ଆଉ ସର୍ଭିସ୍ ଚାର୍ଜ ଲାଗୁ ହେବ ନାହିଁ । ପୂର୍ବରୁ ୨୦ ଟଙ୍କାର ଚା’ ଅର୍ଡର କଲେ ରେଲୱେ ପକ୍ଷରୁ ସେଥିରେ ୫୦ ଟଙ୍କା ସର୍ଭିସ୍ ଚାର୍ଜ ଲାଗୁ ହେଉଥିଲା । ଏବେ ଖାଦ୍ୟ, ପଦାର୍ଥର ମୂଲ୍ୟ ସହ ଜିଏସଟି ସାମିଲ ରହିଛି, ଅର୍ଥାତ ଯାତ୍ରୀଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ ।

ଆଇଆରସିଟିସିର ପୂର୍ବ ନିୟମ ମୁତାବକ, ଯେଉଁ ଯାତ୍ରୀ ଟ୍ରେନ ଟିକେଟ ସହ ମିଲ ବୁକ୍ କରୁନଥିଲେ, ସେ ଅତିରକ୍ତ ୫୦ ଟଙ୍କା ସର୍ଭିସ୍ ଚାର୍ଜ ଦେଉଥିଲୋ । ୨୦ ଟଙ୍କାର ଚା’ କିମ୍ବା କଫି ପାଇଁ ମଧ୍ୟ ଏହି ଚାର୍ଜ ଲାଗୁ ହେଉଥିଲା । ଏବେ ଯାତ୍ରୀମାନେ ସକାଳ ଓ ସନ୍ଧ୍ୟା ଚା’ ପାଇଁ ସର୍ଭିସ୍ ଚାର୍ଜ ଦେବେ ନାହିଁ । ପ୍ରି-ପେଡ୍ ଟ୍ରେନ ବିଳମ୍ବରେ ଯାତ୍ରା କଲେ ସମସ୍ତ ବର୍ଗର ଯାତ୍ରୀଙ୍କ ପାଇଁ ଫୁଡ୍ ଆଇଟମ୍ ଚାର୍ଜ ସମାନ ରହିବ ।

Get real time updates directly on you device, subscribe now.