fbpx

ଏହି ଆପ୍ ରୁ ଲିକ୍ ହେଉଛି ଡାଟା: ଡାର୍କ ୱେବରେ ହେଉଛି ବିକ୍ରି, ଆପଣ ବ୍ୟବହାର କରୁଛନ୍ତି କି?

ନୂଆଦିଲ୍ଲୀ: ଏକ ସୋସିଆଲ ଆପ୍ ରୁ ଡାଟା ଲିକ ହୋଇଥିବା ନେଇ ଏବେ ସୂଚନା ହସ୍ତଗତ ହୋଇଛି । ଏହି ଆପ୍ ର ଡାଟା ଇଣ୍ଟରନାଲ ସିଷ୍ଟମରୁ ଲିକ ହେବା ନେଇ ଗ୍ରାହକମାନଙ୍କୁ ଇ-ମେଲ ଦ୍ୱାରା ସୂଚନା ଦେଇଛି କମ୍ପାନୀ । ଏହା ସହିତ ଡାଟା ଲିକରୁ ବର୍ତ୍ତିବା ପାଇଁ ମଧ୍ୟ କମ୍ପାନୀ ତରଫରୁ ଉପାୟ ଜାରି କରାଯାଇଛି । ତେବେ ଏହାର ସମାଧାନ ପାଇଁ ସାଇବର ଅଥରିଟି କାମ କରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଡାଟା ଲିକ ହେଉତିବା ଏହି କମ୍ପାନୀ ହେଉଛି ଅନଲାଇନ ଟ୍ରାଭେଲ କମ୍ପାନୀ କ୍ଲିୟରଟ୍ରିପ ।

Flipkart to acquire online travel firm Cleartrip - The Hindu

ଫ୍ଲିପକାର୍ଟର ଏହି କମ୍ପାନୀ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଲିକ ହୋଇଥିବା ଡାଟା ମଧ୍ୟରେ କୌଣସି ସେନ୍ସିଟିଭ ଡାଟା ନାହିଁ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କୁ ପାସୱାର୍ଡ ପରିବର୍ତ୍ତନ କରିଦେବା ପାଇଁ ପରାମର୍ଶ ଦେଇଛି କମ୍ପାନୀ । ତେବେ ଏହା ଏବେ ସାଇବର ଅଥରିଟିଙ୍କ ନଜରରେ ରହିଥିବା ବେଳେ ଖୁବ ଶୀଘ୍ର ଏହା ଉପରେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କମ୍ପାନୀ ଆଶ୍ୱାସନା ଦେଇଛି । ଏ ନେଇ ଟ୍ୱିଟରରେ ଏକ ସ୍କ୍ରିସଟ ସେୟାର କରିଛନ୍ତି ସିକ୍ୟୁରିଟି ରିସର୍ଚ୍ଚର ସନ୍ନୀ ନେହେରା ।

କ୍ଲିୟରଟ୍ରିପ ଆପ ଏକ ବଡ ଡାଟା ବ୍ରିଚର ଶିକାର ହୋଇଥିବା ନେଇ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଏକ ବ୍ୟକ୍ତିଗତ ଫୋରମରେ ଡାଟା ବିକ୍ରି କରିବା ପାଇଁ ପୋଷ୍ଟ କରାଯାଇଥିଲା । ଟ୍ୱିଟରେ କୁହାଯାଇଛି ଯେ, ଏହି ଡାଟା ବ୍ରିଚରେ ଗ୍ରାହକମାନଙ୍କ ଏଣ୍ଟ୍ରି ଇନଫୋ ସହିତ କମ୍ପାନୀର ଇଣ୍ଟନାଲ ଫାଇଲ୍ସ ମଧ୍ୟ ସାମିଲ ରହିଛି । ତେବେ ଏହି ହ୍ୟାକ ଚଳିତବର୍ଷ ଏପ୍ରିଲ-ମେ ମାସ ମଧ୍ୟରେ ହୋଇଥିବା ନେହେରାଙ୍କ ଟ୍ୱିଟର ପୋଷ୍ଟରୁ ଜାଣିବାକୁ ମିଳିଥିଲା ।

କ୍ଲିୟରଟ୍ରିପ ୍ରାପ୍ ଦ୍ୱାରା ଆପଣ ମୋବାଇଲରେ ଫ୍ଲାଇଟ୍ସ ଏବଂ ହୋଟେଲ ବୁକ କରିପାରିବେ । ତେବେ ଜୁଲାଇ ୧୭ ତାରିଖରେ ସିକ୍ୟୁରିଟି ଏବଂ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ(ସେବି) ସାଇବର ଘଟଣାକୁ ନେଇ ଏକ ଅଭିଯୋଗ ଦାୟର କରିଥିଲା । ତେବେ କୌଣସି ସେନ୍ସିଟିଭ ଡାଟାର ଲିକ ହୋଇ ନଥିବା କହିଛି କ୍ୟାପିଟାଲ ମାର୍କେଟ ରେଗୁଲେଟର ।

Get real time updates directly on you device, subscribe now.