fbpx

ସୁପ୍ରିମକୋର୍ଟ ପ୍ରଦାନ କଲେ ଅନ୍ତରୀଣ ସୁରକ୍ଷା: ନୁପୂରଙ୍କୁ କେହି ଗିରଫ କରିପାରିବେନି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜାରି ହେଲା ନୋଟିସ୍

ନୂଆଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ନେଇ ବିଜେପିର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କ ଉପରେ ବିଭିନ୍ନ ରାଜ୍ୟରେ ୯ଟି ଏଫଆଇଆର ଦାୟର ହୋଇଛି । ଚାରିଆଡ଼େ ଏବେ ନୁପୂରଙ୍କ ଗିରଫଦାରୀକୁ ନେଇ ଦାବି ଉଠୁଛି । ତେବେ ଏହା ମଧ୍ୟରେ ଆଜି ନୁପୂରଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଆସନ୍ତା ମାସ ୧୦ ତାରିଖ ପର୍ଯ୍ୟନ୍ତ ନୁପୂରଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଦେଇଛନ୍ତି ।

ଆଜି ସୁପ୍ରିମକୋର୍ଟରେ ନୁପୂରଙ୍କ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଆସନ୍ତା ମାସ ୧୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ନୁପୂରଙ୍କୁ ଲଗାତର ଧମକ ମିଳୁଥିବା ତାଙ୍କ ଓକିଲ କୋର୍ଟରେ କହିଥିଲେ । ନୁପୂରଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କର ଗିରଫଦାରୀ ଉପର ରୋକ ଲଗାଇବା ସହ ସମସ୍ତ ଏଫଆଇଆରକୁ ଏକସଙ୍ଗେ ଦିଲ୍ଲୀ ଟ୍ରାନ୍ସଫର କରି ଶୁଣାଣି କରିବାକୁ ନୁପୂର ଆବେଦନ କରିଥିଲେ ।

ଯେହେତୁ ପ୍ରଥମ ଏଫଆଇର ଦିଲ୍ଲୀରେ ଦାୟର ହୋଇଥିଲା, ତେଣୁ ସେଠାରେ ଶୁଣାଣି ହେବା ଉଚିତ୍ ବୋଲି ନୁପୂରଙ୍କ ଓକିଲ କହିଥିଲେ । ନୁପୂରଙ୍କ ୟାଚିକା ଉପରେ ଦିଲ୍ଲୀ ପୋଲିସ ପଶ୍ଚିମ ବଙ୍ଗ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଅସମ, ଜମ୍ମୁ କଶ୍ମୀର ସରକାରଙ୍କୁ ନୋଟିସ୍ ପଠାଯାଇଛି । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ ।

Get real time updates directly on you device, subscribe now.