fbpx

ବିମାନ ଯାତ୍ରା ପରେ ରେଲୱେର ବଡ଼ ପଦକ୍ଷେପ: ଏଣିକି ଅଧିକ ଲଗେଜ ନେଲେ ଦେବାକୁ ପଡିବ ଜୋରିମାନା

ନୂଆଦିଲ୍ଲୀ: ଏଣିକି ଯାତ୍ରା କରିବା ପାଇଁ ଘରୁ ବାହାରିବା ପୂର୍ବରୁ ନିଜ ଲଗେଜର ଓଜନ ନିଶ୍ଚିତ ଯାଞ୍ଚ କରନ୍ତୁ । ଯେଉଁ ଜିନିଷର ଆବଶ୍ୟକତା ନାହିଁ, ତାହାକୁ ସାଙ୍ଗରେ ନିଅନ୍ତୁ ନାହିଁ । ଏହାକୁ ହଟାଇଦେବା ଉଚିତ୍, ନଚେତ୍ ଆପଣଙ୍କଠାରୁ ଜୋରିମାନା ଆଦାୟ କରିବ ରେଲୱେ । କାହିଁକି ନା ଏଣିକି ଟ୍ରେନରେ ଯାତ୍ରା କରିବା ସମୟରେ ଲଗେଜ ଓଜନ ଉପରେ ରେଲୱେ ବିଶେଷ ଦେବ ।

ଯେତେବେଳେ ଆପଣ ବିମାନରେ ଯାତ୍ରା କରନ୍ତି, ଯାତ୍ରା ପାଇଁ ଆପଣ କେବଳ କିଛି କିଲୋଗ୍ରାମ ସାମଗ୍ରୀ ମାଗଣାରେ ନେଇପାରିବେ । ସୀମାଠାରୁ ଅଧିକ ସାମଗ୍ରୀ ନେବା ଉପରେ ଯାତ୍ରୀମାନଙ୍କୁ ଟିକେଟ୍ ବ୍ୟତୀତ ଅତିରିକ୍ତ ଦେୟ ଦେବାକୁ ପଡିଥାଏ । ବର୍ତ୍ତମାନ ଟ୍ରେନରେ ଯାତ୍ରା କରିବା ସମୟରେ ମଧ୍ୟ ସମାନ ନିୟମ ଲାଗୁ ହେବ । ଯଦି ଯାତ୍ରୀମାନେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଓଜନର ସାମଗ୍ରୀ ସାଥିରେ ନିଅନ୍ତି, ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡିବ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର…

– AC First Classର ରେଳ ଯାତ୍ରୀ ନିଜ ସହ ୭୦ କେଜି ପର୍ଯ୍ୟନ୍ତ ସାମଗ୍ରୀ ମାଗଣାରେ ନେଇପାରିବେ ।

– ଯଦି ଆପଣ AC Second Classରେ ଯାତ୍ରା କରୁଛନ୍ତି, ତେବେ ଆପଣ ମାଗଣାରେ ୫୦ କେଜି ସାମଗ୍ରୀ ନେଇପାରିବେ ।

– AC Third Classର ଯାତ୍ରୀ ନିଜ ସହ ୪୦ କିଲୋଗ୍ରାମର ସାମଗ୍ରୀ ମାଗଣାରେ ନେଇ ଯାତ୍ରା କରିପାରିବେ ।

-Sleeper Classର ଯାତ୍ରୀ ୪୦ କେଜି ଏବଂ Second Class ଯାତ୍ରୀ ୩୫ କେଜି ଲଗେଜ୍ ନେଇପାରିବେ । ଅର୍ଥାତ୍ ଯଦି ଯାତ୍ରୀଙ୍କ ପାଖରେ ଟିକେଟ୍ ଅଛି, ତେବେ ଏତେ କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍ ପାଇଁ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

– ଯାତ୍ରୀମାନେ ପାସେଞ୍ଜର କମ୍ପାର୍ଟମେଣ୍ଟରେ ସେମାନଙ୍କ ସହିତ 100CM× 60CM× 25CM ଲଗେଜ୍ ନେଇପାରିବେ । ଏହାଠାରୁ ଅଧିକ ଲଗେଜ୍ ପାଇଁ ଯାତ୍ରୀମାନଙ୍କୁ ଏକ Brake Van ବୁକ୍ କରିବାକୁ ପଡିବ । ଯଦିଓ ଏହି ନିୟମ ପୁରୁଣା, ଏଥିରେ କୌଣସିି ନୂଆ ପରିବର୍ତ୍ତନ କରାଯାଇ ନାହିଁ ।

– ଯଦି ଯାତ୍ରୀମାନେ ଧାର୍ଯ୍ୟ ଓଜନଠାରୁ ଅଧିକ ସାମଗ୍ରୀ ବହନ କରୁଛନ୍ତି ତେବେ ବ୍ୟାଗେଜ୍ କାଉଣ୍ଟରରେ ଅତିରିକ୍ତ ଦେୟ ଦେବାକୁ ପଡିବ । ଯଦି ସେମାନେ ଏହା ନକରନ୍ତି, ତେବେ ଯାତ୍ରୀମାନଙ୍କୁ ୬ ଗୁଣା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ ।

Get real time updates directly on you device, subscribe now.