fbpx
BSKY
BJD MC SKY
BJD YOUTH SKY

CWG 2022 ପାଇଁ ବର୍ମିଂହାମରେ ପହଞ୍ଚିଲା ଭାରତୀୟ ଦଳ, ଜାଣି ରଖନ୍ତୁ ଟିମ୍ ଇଣ୍ଡିଆର କ୍ରୀଡାସୂଚୀ

ନୂଆଦିଲ୍ଲୀ: ରବିବାର ବିଳମ୍ଵିତ ରାତ୍ରିରେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ପାଇଁ ବର୍ମିଂହାମ ଯାତ୍ରା କରିଥିବା ଭାରତୀୟ କ୍ରିକେଟ୍ ଦଳ ସୋମବାର ବିଳମ୍ଵିତ ରାତ୍ରିରେ ୟୁକେରେ ପହଞ୍ଚି ଯାଇଛନ୍ତି। ବର୍ମିଂହାମରେ ପହଞ୍ଚିବା ପରେ ମହିଳା କ୍ରିକେଟ୍ ଦଳର ଅନେକ ଫଟୋ ସାମ୍ନାକୁ ଆସିଛି। ଏଥିରେ ପୂରା ଦଳ ନଜର ଆସୁଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ଦଳର ନେତୃତ୍ଵ ନେଉଛନ୍ତି ହରମନପ୍ରୀତ କୌର। ଦୀର୍ଘ ସମୟ ପରେ ପୁଣି ଥରେ କ୍ରିକେଟକୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ୍ କରାଯାଇଛି।

ରାଜ୍ୟଗୋଷ୍ଠୀ କ୍ରୀଡାରେ ଟି-୨୦ ଫର୍ମାଟରେ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ଭାରତୀୟ ଦଳ ଜୁଲାଇ ୨୯ରେ ନିଜର ଅଭିଯାନ ଆରମ୍ଭ କରିବ। ଦଳ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ। ଭାରତୀୟ ମହିଳା ଦଳ ଗ୍ରୁପ ଏରେ ରହିଛି। ଏଥିରେ ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ଓ୍ଵେଷ୍ଟଇଣ୍ଡିଜ ଦଳ ସାମିଲ୍। ହେଲେ ଓ୍ଵେଷ୍ଟଇଣ୍ଡିଜ ଦଳ ବାରବାଡୋସ୍ ନାମରେ ଖେଳିବ।

ଗ୍ରୁପ ପର‌୍ୟ୍ୟାୟରେ ଭାରତୀୟ ଦଳ ନିଜ ଗ୍ରୁପର ତିନି ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ। ଯଦି ଦଳ ଅତି କମରେ ଦୁଇଟି ମ୍ୟାଚ୍ ଜିତି ଯାଏ ତେବେ ସେମି ଫାଇନାଲରେ ପହଞ୍ଚିବାର ଆଶା ରହିଛି। ତିନୋଟି ମ୍ୟାଚ୍ ଜିତିଲେ ଦଳ ସିଧାସଳଖ ସେମି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବ। ଗୋଟିଏ ମ୍ୟାଚ୍ ଜିତିଲେ ଦଳ ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ୍ ପଡିପାରେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ଜୁଲାଇ ୩୧ରେ ଏଜବାଷ୍ଟନରେ ଖେଳାଯିବ।

ଭାରତୀୟ ମହିଳା କ୍ରିକେଟ୍ ଦଳର କ୍ରୀଡାସୂଚୀ

ଜୁଲାଇ ୨୯- ଭାରତ ବନାମ ଅଷ୍ଟ୍ରେଲିଆ, ସନ୍ଧ୍ୟା ୪ଟା ୩୦

ଜୁଲାଇ ୩୧- ଭାରତ ବନାମ ପାକିସ୍ତାନ, ସନ୍ଧ୍ୟା ୪ଟା ୩୦

ଅଗଷ୍ଟ ୩- ଭାରତ ବନାମ ବାରବାଡୋସ୍, ରାତି ୧୧ଟା ୩୦

 

Get real time updates directly on you device, subscribe now.