fbpx

ସମୁଦ୍ରରେ କାଳର ରୂପ ନେଇ ବୋଟକୁ ଡେଇଁଲା ବିଶାଳ ହ୍ୱେଲ: ଦେଖନ୍ତୁ ଛାତିଥରା ଭିଡିଓ

ଓଡିଶା ଭାସ୍କର: ବୋଟରେ ସମୁଦ୍ର ଭିତରକୁ ଯିବାର ମାନେ ବିପଦକୁ ହାତଠାରି ଡାକିବା ସହ ସମାନ । ବିଭିନ୍ନ ପ୍ରକାର ସାମୁଦ୍ରିକ ଜୀବମାନଙ୍କର ଆକ୍ରମଣକୁ ନେଇ ସବୁବେଳେ ଭୟ ଲାଗି ରହିଥାଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଆମେରିକାର ମେସାଚୁସେଟ୍ସ ଅଞ୍ଚଳରେ । ସମୁଦ୍ରରେ ଯାଉଥିବା ବେଳେ ଏକ ବୋଟ ଉପରକୁ ହଠାତ ଗୋଟିଏ ବିଶାଳକାୟ ହ୍ୱେଲ ମାଛ ଆକ୍ରମଣ କରିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଦେଖନ୍ତୁ ଏହାପରେ କ’ଣ ହୋଇଛି ପରିସ୍ଥିତି ।

କିଛି ଲୋକ ବୋଟ୍ ରେ ବସି ସମୁଦ୍ରର ମଜା ନେଉଥିଲେ । କିନ୍ତୁ ହଠାତ କାଳ ରୂପରେ ଏକ ବିଶାଳ ହ୍ୱେଲ ବୋଟ୍ ଉପରକୁ ଲମ୍ଫ ମାରିଥିଲା । ପାଣିର ଖୁବ ଉଚ୍ଚକୁ ଜମ୍ପ ମାରିବା ପରେ ହଠାତ ବୋଟ୍ ଉପରେ ପଡିଥିଲା ଏହି ହ୍ୱେଲ ମାଛ । ତା’ ପରେ ଥରେ ଚିନ୍ତା କରନ୍ତୁ । ପ୍ରାୟ ୬୨ ଫୁଟ ଲମ୍ବ ଏବଂ ୫୩ ଟନ ଓଜନର ଏକ ହ୍ୱେଲ ମାଛ ଯଦି ବୋଟ ଉପରେ ପଡେ ତେବେ ଏହାର ପରିଣାମ କ’ଣ ହୋଇଥିବ ତାହା କଳ୍ପନା କରିବା ବି ମୁସ୍କିଲ ।

ସମୁଦ୍ରରେ ବୋଟିଂର ମଜା ନେଉଥିବା ଲୋକମାନେ ଏ ଘଟଣାକୁ ବିଶ୍ୱାସ କରି ପାରି ନାହାନ୍ତି । ତେବେ ଭାଗ୍ୟ ଭଲ ହ୍ୱେଲ ଡେଇଁଥିବା ଏହି ବୋଟ୍ ୧୯ ଫୁଟ ଲମ୍ବା ଥିଲା । ଫଳରେ ହ୍ୱେଲ ଜମ୍ପ କରିବା ପରେ ବୋଟ୍ ରେ ଥିବା କୌଣସି ବ୍ୟକ୍ତିଙ୍କର ବିଶେଷ କ୍ଷତି ହୋଇଥିବା ଜଣାପଡି ନାହିଁ । ଏପରିକି ସମୁଦ୍ର ଭିତରେ ଟ୍ରାଫିକ ମଧ୍ୟ ପ୍ରଭାବିତ ହୋଇ ନାହିଁ । କିନ୍ତୁ ଏହି ଘଟଣା ପରେ ହାର୍ବର ମାଷ୍ଟର ଲୋକଙ୍କୁ କହିଛନ୍ତି ଯେ, ସେମାନେ ଅଟଲାଣ୍ଟିକ ମହାସାଗରକୁ ଯାଆନ୍ତୁ, କିନ୍ତୁ ହ୍ୱେଲ ମାଛଠାରୁ କମ୍ ସେ କମ୍ ୧୦୦ ଗଜ ଦୂରରେ ରୁହନ୍ତୁ । ନଚେତ ଏହା ମୃତ୍ୟୁର କାରଣ ମଧ୍ୟ ପାଲଟିପାରେ ।

ସମୁଦ୍ର ଭିତରେ ଘଟିଯାଇଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ କୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହାକୁ ଦେଖିବା ସହିତ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଲକ୍ଷ ଲକ୍ଷ ଲୋକଙ୍କୁ ମଜା ଦେଉଥିବା ଏହି ଭିଡିଓ ପ୍ରକୃତରେ ଯାହା ସହ ଘଟିଥିବ ତାଙ୍କ ଅବସ୍ଥା ଥରେ ଚିନ୍ତା କରନ୍ତୁ ।

Get real time updates directly on you device, subscribe now.