fbpx
BSKY SKY
BSKY SKY

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳ ଚୟନ ପ୍ରକ୍ରିୟା, ଖେଳାଳିଙ୍କ ମାନସିକତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ: ଦ୍ରାବିଡ

BSKY

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳ ମୁଖ୍ୟ କୋଚ ରାହୁଲ ଦ୍ରାବିଡ କହିଛନ୍ତି ଯେ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଉପଯୁକ୍ତ ଦଳ ଗଠନ ଉପରେ ବିଚାର ବିମର୍ଷ ଚାଲିଛି ।ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦଳର ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ତର୍ଜମା କରା ଯାଉଛି । ରୋହିତ ଶର୍ମାଙ୍କ ସହିତ ପେସ୍‌ ବୋଲର ଯଶପ୍ରିତ୍‌ ବୁମରା ଓ ମହମଦ ସାମି ପ୍ରମୁଖଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ବିଶ୍ରାମ ଦିଆ ଯାଇ ଥିବା ବେଳେ ବିରାଟ କୋହଲି ମଧ୍ୟ ପ୍ରଥମ ଟେଷ୍ଟ ଖେଳି ନ ଥିଲେ । ତେବେ ଶେୟସ ଆୟାର ,ଶୁବମନ ଗିଲ ,ଜୟନ୍ତ ଯାଦବଙ୍କ ସହିତ ଅକ୍ଷର ପଟେଲ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ବେଳେ ମୟଙ୍କ ଅଗ୍ରୱାଲ ଦ୍ୱିତୀୟ ଟେଷ୍ଟରେ ଶତକ ଓ ଅର୍ଦ୍ଧ ଶତକ ଅର୍ଜନ କରି ନିଜ ବ୍ୟାଟଂ ଦକ୍ଷତା ପ୍ରମାଣିତ କରି ପାରିଛନ୍ତି । ମାତ୍ର ଦଳର ପୁରୁଖା ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଫର୍ମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଦକ୍ଷିଣ ଆଫିକା ବିପକ୍ଷ ସିରିଜ ପାଇଁ ଦଳ ଗଠନ ପୂର୍ବରୁ ଖେଳାଳିଙ୍କ ସହିତ ସଠିକ ଯୋଗାଯୋଗ ରଖାଯିବା ସହିତ ସେମାନଙ୍କର ମାନସିକତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଫଲୋଅନ ହୋଇ ଥିଲେ ହେଁ ପୁଣି ଦ୍ୱିତୀୟ ଇନିଂସ ଖେଳିବାକୁ ସୁଯୋଗ ଦେଇ ନ ଥିଲୁ । କାରଣ ଆମେ ପୁଣି ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବାର ଏକମାତ୍ର କାରଣ ହେଲା ଯେ ଦଳର ଅନେକ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଟିଂ ସୁଯୋଗ ଦେବା । ତେବେ ଏହି ସିରିଜ ପ୍ରଦର୍ଶନ ଉପରେ ତର୍ଜମା କରାଯିବା ସହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ ପାଇଁ ଖେଳାଳି ଚୟନ କରିବାକୁ ପଡିବ । କାରଣ ଭବିଷ୍ୟତ ଯୋଜନାକୁ ଲକ୍ଷ୍ୟରେ ରଖି ଏହି ନିଷ୍ପତ୍ତି ନିଆ ଯାଇଛି ବୋଲି ଦ୍ରାବିଡ କହିଛନ୍ତି ।

Get real time updates directly on you device, subscribe now.