fbpx

ବିବାହ ଋତୁରେ ନିଆରା ବାହାଘର: ସଂପୂର୍ଣ୍ଣ ରୀତିନୀତି ଅନୁଯାୟୀ ଦମ୍ପତ୍ତିଙ୍କ ବିବାହ କଲେ ମହିଳା ପୁରୋହିତ

କୋଲକାତା :   ଏବେ ଚାଲିଛି ବିବାହ ଋତୁ । କରୋନା କଟକଣା କୋହଳ ହେବା ପରେ ବିବାହକୁ ଧୂମଧାମରେ କରିବାକୁ ସମସ୍ତେ ଲାଗିପଡିଛନ୍ତି । ତେବେ ପଶ୍ଚିମବଙ୍ଗର ହୁଗଲି ଅଞ୍ଚଳରେ ଏକ ନିଆରା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବିବାହର ଖାସିୟତ ହେଉଛି ଜଣେ ମହିଳା ପୁରୋହିତ ସେହି ବିବାହ କରିଛନ୍ତି । ବହୁ ବର୍ଷ ଧରି ପୁରୁଷମାନେ ଅନୁସରଣ କରୁଥିବା ପରମ୍ପରାରେ ଲାଗିଛି ବ୍ରେକ୍‌ । ଅର୍ଥାତ୍‌ ଏଥର ମହିଳା ପୂଜାରୀ କରିଛନ୍ତି ବିବାହ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏକ ଫଟୋ । ଯେଉଁଥିରେ ମହିଳା ପୁରୋହିତ ମନ୍ତ୍ର ପାଠ କରିବା ସହ ବିବାହ କର୍ମ କରୁଛନ୍ତି । କେବଳ ସେତିକି ନୁହେଁ ବେଦ ମନ୍ତ୍ରପାଠ ପଢି ଯଜ୍ଞ ବି କରୁଛନ୍ତି ।

ସୂଚନା ଥାଉକି, ଏହି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଦମ୍ପତ୍ତି ଉଭୟେ ପୂର୍ବରୁ ଭାବିଥିଲେ ଯେ ସେମାନେ ପାରମ୍ପାରିକ ବଙ୍ଗୀୟ ବିବାହରୁ କିଛି ଅଲଗା କରିବେ । ଏହା ପରେ ମହିଳା ପଣ୍ଡିତ ଅନୀତା ମୁଖୋପାଧ୍ୟାୟଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ ଏହି ବିବାହ କରିବାକୁ ରାଜି ହୋଇଥିଲେ ।

Get real time updates directly on you device, subscribe now.