fbpx

ମହିଳା ଟି-୨୦ ସିରିଜ୍: ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୩୪ ରନରେ ମାତଦେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ମହିଳା ଟି-୨୦ରେ ଭାରତ ଶାନଦାର ଶୁଭାରମ୍ଭ କରିଛି । ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୩୪ ରନରେ ପରାସ୍ତ କରିଛି । ଦାମ୍ବୁଲା ଷ୍ଟାଡିୟମରେ ହରମନପ୍ରୀତ କୌରଙ୍କ ବାହିନୀ ନିର୍ଦ୍ଧାରିତ ୨୦ ଓଭରରେ ୧୩୮ ରନ୍ ସଂଗ୍ରହ କରିଥିଲା । ଏହି ଟାର୍ଗେଟକୁ ପିଛା କରି ସିଂହଳି ୫ ୱିକେଟ ହରାଇ ମାତ୍ର ୧୦୪ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଆସନ୍ତା ୨୫ ତାରିଖରେ ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ ।

ଭାରତ ଟସ୍ ଜିତିବା ପରେ ହରମନପ୍ରୀତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦଳ ପକ୍ଷରୁ ଜେମିମା ରୋଡ୍ରିଗସ ସର୍ବାଧିକ ୩୬ ରନ୍, ଶେଫାଲୀ ବର୍ମା ୩୧ ଓ ହରମନପ୍ରୀତ ୨୨ ରନ୍ ସଂଗ୍ରହ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଇନକୋ ରଣବୀରା ଓ ଓଶାଦୀ ରଣସିଂହେ ତିନୋଟି ଲେଖାଏଁ ୱିକେଲ ହାସଲ କରିଥିଲେ ।

୧୩୯ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ଶ୍ରୀଲଙ୍କା ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ୭ ଓଭରରେ ଦଳ ଭି.ଗୁଣରନ୍ନେ, ଅଧିନାୟିକା ଚମାରୀ ଅଟାପଟ୍ଟୁ ଓ ହର୍ଷିତା ମାଦଭୀଙ୍କ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ଦଳ ପକ୍ଷରୁ କବିଶା ଦିଲହାରୀ ସଂଘର୍ଷ କରି ସର୍ବାଧିକ ୪୭ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ରାଧା ଯାଦବ ସର୍ବାଧିକ ୨ଟି, ପୂଜା ବସ୍ତ୍ରାକର, ଶେଫାଲୀ ବର୍ମା ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ମହିଳା ଏକଦିବସୀୟ ବିଶ୍ୱକପ୍ ୨୦୨୨ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏହା ଭାରତର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଥିଲା ।

Get real time updates directly on you device, subscribe now.