fbpx

ଏମିତି ଏକ ପ୍ରିଣ୍ଟର ଯାହା ପକେଟରେ ହୋଇଯିବ ଫିଟ୍‌, ମୋବାଇଲରେ କନେକ୍ଟ କରି କାଢ଼ି ହେବ ପ୍ରିଣ୍ଟ, ଜାଣନ୍ତୁ ଦାମ୍‌ କେତେ…..

ନୂଆଦିଲ୍ଲୀ: ବେଳେ ଅନେକ ସମୟରେ ଆପଣଙ୍କୁ ଜରୁରୀ ଡକ୍ୟୁମେଣ୍ଟସ ବା ଫଟୋ ପ୍ରିଣ୍ଟଆଉଟ୍‌ କରିବା ଦରକାର ପଡିଥାଏ । କିନ୍ତୁ ଘରେ ଥିବା ପ୍ରିଣ୍ଟରକୁ ସବୁଆଡେ ନିଜ ସହିତ ନେବା ସମ୍ଭବ ନୁହେଁ ଏବଂ ପ୍ରଫେସନାଲ୍‌ ପ୍ରିଣ୍ଟର କିଣିବା ପାଇଁ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିଥାଏ । ତେବେ ଏମିତି ଏକ ପ୍ରିଣ୍ଟର ଅଛି ଯାହା ପକେଟରେ ଫିଟ୍‌ ହୋଇଯିବ ଏବଂ ଏହାର ଦାମ୍‌ ମଧ୍ୟ ବହୁତ କମ୍‌ । ସାନିପେସ୍‌ ମିନି ପକେଟ୍‌ ୱେୟାରଲେସ୍‌ ବ୍ଲୁଟୁଥ୍‌ ପ୍ରିଣ୍ଟର ଅନ୍‌ଲାଇନନ୍‌ ସାଇଟ୍‌ ଆମାଜନରେ ମିଳୁଛି । ଏହା ଏତେ ଛୋଟ ଯେ ଆପଣ ନିଜ ପକେଟରେ ଏହାକୁ ନେଇପାରିବେ । ଏହା ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଏବଂ ସାଙ୍ଗରେ ବାହାରକୁ ନେବା ବହୁତ ସହଜ ମଧ୍ୟ । ଏହାର ଦାମ୍‌ କଥା କହିବା ତ ଏହା ବହୁତ କମ୍‌ ଦାମରେ ମିଳୁଛି ।

ଆମାଜନରେ ଏହାର ଦାମ୍‌ ୪,୫୯୯ ଟଙ୍କା କିନ୍ତୁ ଏଥିରେ ୩୩% ଡିସ୍କାଉଣ୍ଟ ପରେ ଏହାକୁ ଆପଣ ୩,୦୯୯ ଟଙ୍କାରେ କିଣିାରିବେ । ଏହି ପକେଟ୍‌ ପ୍ରିଣ୍ଟର ସହଜରେ ବ୍ଲୁଟୁଥ୍‌ ଜରିଆରେ ସ୍ମାର୍ଟଫୋନ୍‌ ସହ କନେକ୍ଟ ହୋଇପାରିବ । ଆଇଓଏସ୍‌ ଏବଂ ଆଣ୍ଡ୍ରଏଡ୍‌ ଉଭୟ ଡିଭାଇସ୍‌ରେ ଏହା କାମ କରିଥାଏ । ଏଥିରେ ୱେୟାରଲେସ୍‌ ବ୍ଲୁଟୁଥ୍‌ ୪.୦ କନେକ୍ସନ ଏବଂ ୧୦ ହଜାର ଏମଏଏଚର ଦମଦାର୍‌ ବ୍ୟାଟେରୀ ମିଳିବ । ଏହାକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ‘ଆଇ ପ୍ରିଣ୍ଟ’ନାମକ ଏକ ମୋବାଇଲ୍‌ ଆପ୍‌ ଡାଉନଲୋଡ୍‌ କରିବାକୁ ହେବ । ଏଥିରେ ଥର୍ମଲ ପେପର ଲଗାଯାଏ ଏବଂ ଏହାକୁ ବ୍ୟବହାର କରିବା ମଧ୍ୟ ବହୁତ ସହଜ ।

Get real time updates directly on you device, subscribe now.