fbpx

ଅସୁସ୍ଥ ଶ୍ରୀବିଗ୍ରହଙ୍କ ଗୋପନରେ ଚାଲିଛି ଗୁପ୍ତ ଉପଚାର, ଦଶମୀ ତିଥିରେ ଶେଷ ଓଷ ଲାଗି ପରେ ଚକା ବିଜେ କରିବେ ମହାପ୍ରଭୁ

ପୁରୀ (ଭାସ୍କର ନ୍ୟୁଜ): ଶ୍ରୀମନ୍ଦିରରେ ଚାଲିଛି କାଳିଆ ଠାକୁରଙ୍କ ମାନବୀୟ ଲୀଳା । ୧୦୮ ଗରା ଜଳ ସ୍ନାନ ପରେ ଅଣସର ଘରେ ଜ୍ବରରେ ପୀଡ଼ିତ ଠାକୁରେ । ଅଣସର ବିଜେ ଅସୁସ୍ଥ ଶ୍ରୀବିଗ୍ରହଙ୍କ ଗୋପନରେ ସେବାୟତ ମାନେ ପ୍ରାଣପଣେ ଉପଚାର କରୁଛନ୍ତି ।  ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟିବା ପରେ ରୋଗ ଉପାଚାର ପାଇଁ ଦଇତାପତି ସେବକ ଗୁପ୍ତ ଉପଚାରେ ଲାଗିପଡିଛି। ବିବିଧ ରୋଗ ନିରାକରଣ ସେବାରେ ଶ୍ରୀଜିଉଙ୍କୁ ଔଷଧୀୟ ଜଡିବୁଟି ମିଶ୍ରଣର ସୁଗନ୍ଧଯୁକ୍ତ ଫୁଲୁରୀ ତେଲ ମାଲିସ। ଏଥିସହିତ ସୋମବାରଠୁ ଶ୍ରୀବିଗ୍ରହଙ୍କୁ ଓଷ ଲାଗି ଚାଲିଛି। ଆଜି ଦଶମୀ ତିଥିରେ ଶ୍ରୀବିଗ୍ରହଙ୍କ ଓଷ ଲାଗି ଉପଚାର ଶେଷ ହେବ । ଏହି ଉପଚାର ପରେ ଅଣସର ପିଣ୍ଡି ଚଟାଣରେ ଅଧିଷ୍ଠିତ ମହାପ୍ରଭୁ ଚକା ବିଜେ ହୋଇ ବସିବେ । ଅନବସରର ଦଶମ ଦିନରେ ଚକା ବିଜେ ହେବା ପରେ ଏକାଦଶୀରେ ଖଳି ଲାଗି ନୀତି ସମ୍ପନ୍ନ କରାଯିବ ।

ଏକାଦଶୀରେ ଚକା ବିଜେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଖଳି ଲାଗି କରାଯିବ । ପରେ ରକ୍ତ ବସ୍ତ୍ର ଲାଗିବା ପରେ ଶ୍ରୀଅଙ୍ଗରେ ସର୍ବାଙ୍ଗ ଚନ୍ଦନ ନୀତି କରାଯିବ ।  ଖଣ୍ଡୁଆ ପାଟରେ ପ୍ରଭୁଙ୍କ ବେଶ କରାଯିିବ।

Get real time updates directly on you device, subscribe now.