fbpx

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବାକୁ ବାପା-ମା’ଙ୍କ ଆକୁଳ ନିବେଦନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜଣେ ୩୬ ବର୍ଷୀୟା ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଶନିବାର ଦିନ ମହିଳାଙ୍କ ମୃତଦେହ ବକଲିରେ ରାସ୍ତା କଡରେ ଥିବା ଏକ ଆବର୍ଜନା ପାତ୍ର ବା ୱେଷ୍ଟ୍‌ ବିନ୍‌ରୁ ମିଳିଥିଲା। ତେବେ ମୃତ ମହିଳା ଜଣକ ହାଇଦ୍ରାବାଦର ଚୈତନ୍ୟା ମଧଗାନୀ ବୋଲି ଜଣାପଡିଛି। ମାର୍ଚ୍ଚ ୯ତାରିଖରେ ମୃତଦେହ ମିଳିବା ପରେ ପୋଲିସ ତଦନ୍ତ ପରେ ମହିଳାଙ୍କ ପରିବାରକୁ ଲୋକଙ୍କୁ ସୂଚନା ଦିଆଯାଇଥିଲା। ତେବେ କିଛି ବର୍ଷ ହେବ ଚୈତନ୍ୟା ସ୍ୱାମୀ ଏବଂ ପୁଅଙ୍କ ସହ ଭିକ୍ଟୋରିଆ ସହରରେ ରହି ଆସୁଥିଲେ। ଚୈତନ୍ୟାଙ୍କୁ ତାଙ୍କ ସ୍ୱାମୀ ମାରପିଟ କରୁଥିବା ଓ ତାଙ୍କରି ସ୍ୱାମୀ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ଚୈତନ୍ୟାଙ୍କ ସ୍ୱାମୀ ଭାରତ ଫେରି ଆସିଥିବା ଜଣାପଡିଛି। ତେବେ ଏଭଳି ପରିସ୍ଥିତିରେ ଚୈତନ୍ୟାଙ୍କ ମୃତଦେହ ଭାରତ ଆଣିବାକୁ ତାଙ୍କ ମା’ ବାପା ଭାରତୀୟ ବୈଦେଶିକମନ୍ତ୍ରାଳୟ ନିକଟରେ ନିବେଦନ କରିଛନ୍ତି।

ସୂଚନା ଥାଉକି, ମାର୍ଚ୍ଚ ୯ ତାରିଖ ଦିନ ଭିକ୍ଟୋରିଆ ପୋଲିସ୍ ମୃତ ମହିଳାଙ୍କ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଥିଲା। ଏଥିରେ କୁହାଯାଇଥିଲା ଯେ,‘‘ଆଜି(ମାର୍ଚ୍ଚ ୯) ଅପରାହ୍ନରେ ବିଚ୍ଛିନ୍ନାଞ୍ଚଳ ନିକଟ ବକଲିରେ ଜଣେ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି।’’ ମୃତ ବ୍ୟକ୍ତିଙ୍କୁ ମାଉଣ୍ଟ ପୋଲକ୍ ରୋଡରେ ପୋଲିସ ମଧ୍ୟାହ୍ନରେ ପାଇଛନ୍ତି। ତେବେ ବର୍ତ୍ତମାନ ଅନୁସନ୍ଧାନକାରୀମାନେ ମହିଳାଙ୍କ ମୃତ୍ୟୁକୁ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛନ୍ତି। ଏହା ସହ ବିବୃତ୍ତିରେ ମଧ୍ୟ କୁହାଯାଇଛି, ଅନୁସନ୍ଧାନର ଏହି ପର୍ୟ୍ୟାୟରେ ଅପରାଧୀ ହୁଏତ ବିଦେଶକୁ ପଳାଇ ଯାଇଥିବାର ବିଶ୍ୱାସ କରାଯାଉଛି। ଏବେ ସୁଦ୍ଧା ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ।

Get real time updates directly on you device, subscribe now.