fbpx

ଧରାପଡ଼ିଲେ ୬ ଜଣ ପାକିସ୍ତାନୀ: ଗୁଜରାଟରୁ ଜବତ ହେଲା ୪୮୦ କୋଟିର ଡ୍ରଗ୍ସ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । କୋଟିଏ କି ଦୁଇ କୋଟି ନୁହେଁ, ୪୮ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି । ଗୁଜରାଟର ପୋରବନ୍ଦର ନିକଟରୁ ଏହି ବିପୁଳ ମାତ୍ରାର ଡ୍ରଗ୍ସ ଜବତ କରାଯିବା ସହ ଏଥିରେ ସଂପୃକ୍ତ ଥିବା ୬ ଜଣ ପାକିସ୍ତାନୀ ଯୁବକଙ୍କୁ ଗିରଫ କରାଯାଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି), ଭାରତୀୟ ତଟରକ୍ଷୀ ବଳ ଓ ଗୁଜରାଟ ଆତଙ୍କବାଦୀ ନିରୋଧକ ସ୍କ୍ୱାର୍ଡ (ଏଟିଏସ)ର ଅଧିକାରୀମାନେ ଗୁପ୍ତ ସୂଚନା ପାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ ।

ଗତକାଲି ରାତିରେ କିଛି ପାକିସ୍ତାନୀ ନାଗରିକ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସମୟରେ ଭାରତୀୟ ସୁରକ୍ଷାକର୍ମୀମାନେ ସେମାନଙ୍କୁ କାବୁ କରିନେଇଥିଲେ । ସୂଚନାଯୋଗ୍ୟ ଯେ, ଗତ ମାସକ ମଧ୍ୟରେ ଗୁଜରାଟ ତଟରୁ ଦ୍ୱିତୀୟ ଥର ଏପରି ପର୍ଯ୍ୟାପ୍ତ ମାତ୍ରାରେ ଡ୍ରଗ୍ସ ଜବତ କରାଯାଇଛି । ଏହା ପୂର୍ବରୁ ଗତ ମାସ ୨୮ ତାରିଖରେ ସନ୍ଧିଗ୍ଧ ପାକିସ୍ତାନୀ ନାଗରିକମାନେ ଏକ ଡଙ୍ଗାରେ ଅତିକମରେ ୩୩୦୦ କେି ଗ୍ରଡ୍ସ ଜବତ କରିଥିଲେ । ଉକ୍ତ ସାମଗ୍ରୀ ଅନ୍ତରାଷ୍ଟ୍ରୀୟ ବଜାରରେ ୨ ହଜାର କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଥିଲା ।

Get real time updates directly on you device, subscribe now.