fbpx
BSKY SKY
BSKY SKY

ଟେଷ୍ଟ କ୍ରିକେଟ ଇତିହାସରେ ସର୍ବବୃହତ ବିଜୟ ହାସଲ କଲା ଭାରତ: ଇଂଲଣ୍ଡକୁ ୩୪୭ ରନରେ ପରାସ୍ତ କଲା ମହିଳା ଟିମ୍

BSKY

ନୂଆଦିଲ୍ଲୀ: ନଭୀ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିମୟରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା ଟିମ୍ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ଟେଷ୍ଟ କ୍ରିକେଟ ଇତିହାସରେ ସର୍ବବୃହତ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡକୁ ୩୪୭ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ଭାରତୀୟ ମହିଳା ଟିମ୍ ଏହି ସଫଳତା ହାସଲ କରିଛି ।

ଦୀପ୍ତି ଶର୍ମା ଏହି ମ୍ୟାଚରେ ମୋଟ ୯ଟି ୱିକେଟ ଅକ୍ତିଆର କରି ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ପାଞ୍ଚଦିନିଆ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଥିଲା । ମ୍ୟାଚର ତିନି ଦିନ ଧରି ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ପ୍ରତିପକ୍ଷ ଇଂଲଣ୍ଡ ଉପରେ ଆଧିପତ୍ୟ ବିସ୍ତାର କରିଥିଲା । ଏହା ପୂର୍ବରୁ ଭାରତ ପ୍ରଥମ ଇନିଂରେ ୪୨୮ ରନ୍ ସଂଗ୍ରହ କରି ୮୮ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ପ୍ରଥମ ଦିନରେ ୪୦୦ ଟନ୍ ସ୍କୋର କରି ନୂଆ ରେକର୍ଡ ସ୍ଥାପନ କରିଥିଲା ।

ପ୍ରଥମ ଇନିଂସରେ ଇଂଲଣ୍ଡ ୧୩୬ ରନରେ ଅଲଆଉଟ୍ ହେବା ପରେ ଭାରତ ୧୮୬ ରନରେ ପାଳି ଘୋଷଣା କରିଦେଇଥିଲା । ଏହାପରେ ଇଂଲଣ୍ଡ ଭାରତର ୪୭୯ ଟାର୍ଗେଟକୁ ପିଛା କରି ମାତ୍ର ୧୩୧ରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୩୪୭ ରନ୍ରେ ସର୍ବବୃହତ ବିଜୟ ହାସଲ କରିଥିଲା । ପ୍ରଥମ ପାଳିରେ ଭାରତର ୪ ଜଣ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଇଂଲଣ୍ଡର ଜଣେ ବ୍ୟାଟ୍ସମ୍ୟାନ ୫୯ ରନ୍ କରିଥିଲେ । ସେହିପରି ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ହରମନପ୍ରୀତ ୪୪ ରନରେ ଅପରାଜିତ ରହିଥିବା ବେଳେ ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ ୨୨ ରନ୍ ଅତିକ୍ରମ କରିପାରିନଥିଲେ ।

Get real time updates directly on you device, subscribe now.