fbpx
BJD
BJD SKY
BJD SKY

ଫ୍ରାନ୍ସରେ ୟୁପିଆଇରେ ହେବ ପେମେଣ୍ଟ; ଷ୍ଟୁଡେଣ୍ଟଙ୍କୁ ଭୀସାରେ ମିଳିବ ରିହାତି, ପ୍ୟାରିସ୍‌ରୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସିଙ୍ଗାପୁର ପରେ ଫ୍ରାନ୍ସରେ ମଧ୍ୟ ଭାରତର ୟିନିଫାଏଡ୍ ପେମେଣ୍ଟ ସିଷ୍ଟମ୍‌(ୟୁପିଆଇ) ଆପଣାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତ ସମୟରେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୟୁପିଆଇ ବ୍ୟବହାର ଉପରେ ଭାରତ ଏବଂ ଫ୍ରାନ୍ସ ଏକମତ ହୋଇଛନ୍ତି । ଏ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ହୋଇଛି । ଯାହା ପରେ, ଆଗାମୀ ଦିନରେ, ପ୍ରସିଦ୍ଧ ଆଇଫେଲ୍ ଟାୱାରରୁ ୟୁପିଆଇ ସେବା ଆରମ୍ଭ ହେବ । ଏହାର ଅର୍ଥ ହେଉଛି ବର୍ତ୍ତମାନ ଭାରତରୁ ଫ୍ରାନ୍ସକୁ ଯାଉଥିବା ପର୍ଯ୍ୟଟକମାନେ ଟଙ୍କା ମାଧ୍ୟମରେ କୋଣସି ଜିନିଷ ପାଇଁ ପେମେଣ୍ଟ କରିପାରିବେ । ଏହା ବ୍ୟତୀତ ଫ୍ରାନ୍ସ ମଧ୍ୟ ଭାରତୀୟ ଛାତ୍ରମାନଙ୍କ ପାଇଁ ଭିସା ଅବଧି ବୃଦ୍ଧି କରିବାକୁ ଘୋଷଣା କରିଛି ।

ଭାରତ ବାହାରେ ୟୁପିଆଇ ସେବା ଆରମ୍ଭ ହେବା ପରେ ଏହା ଭାରତୀୟ ଯାତ୍ରୀମାନଙ୍କ ପାଇଁ ଅଧିକ ସୁବିଧା ଆଣିଦେବ । ଦୀର୍ଘ ଦିନ ଧରି ୟୁପିଆଇ ସମ୍ବନ୍ଧରେ ଭାରତୀୟ ଏବଂ ଫ୍ରାନ୍ସ କମ୍ପାନୀ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା, ଯାହା ପରେ ଏହା ଏକ ଆଇକନିକ୍ ସ୍ଥାନରୁ ଆରମ୍ଭ ହୋଇପାରିବ । ୟୁରୋପର ପ୍ରଥମ ଦେଶ ଭାବେ ଫ୍ରାନ୍ସରେ ୟୁପିଆଇ ସେବା ଆରମ୍ଭ ହେବାକୁ ଯାଉଛି । ପୁର୍ବରୁ ବିଦେଶ ଯାଉଥିବା ଲୋକେ ବିଦେଶର ଟଙ୍କା କିମ୍ବା ଫରେକ୍ସ କାର୍ଡ ବ୍ୟବହାର କରୁଥିଲେ । ଏବେ ଫ୍ରାନ୍ସରେ ୟୁପିଆଇ ଏହି କାମ କରିବ ।

୨୦୨୨ ମସିହାରେ, ୟୁପିଆଇ ସେବା ଯୋଗାଉଥିବା ପ୍ରମୁଖ ସଂସ୍ଥା ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଫ୍ରାନ୍ସର ଦ୍ରୁତ ଏବଂ ସୁରକ୍ଷିତ ଅନ୍ଲାଇନ୍ ପେମେଣ୍ଟ୍ ସିଷ୍ଟମ୍ ‘ଲାଇରା’ ସହିତ ଚୁକ୍ତି କରିଥିଲା। ସେବେଠାରୁ ଫ୍ରାନ୍ସରେ UPI ର ଶୁଭାରମ୍ଭକୁ ଅପେକ୍ଷା କରାଯାଇଥିଲା।

Get real time updates directly on you device, subscribe now.