fbpx

ଅତୁଟ ସମ୍ପର୍କ : ଶ୍ରାବଣ ଏବଂ ରାକ୍ଷୀବନ୍ଧନର ମହାଦେବଙ୍କ ସହ ରହିଛି ଗମ୍ଭୀର ସମ୍ପର୍କ, ଜାଣିନିଅନ୍ତୁ ଏହି ମାସ ଓ ପର୍ବପର୍ବାଣିର ସଂଯୋଗ

ଭୁବନେଶ୍ୱର : ଅମୃତ ପାଇବା ପାଇଁ ଦେବତା ଓ ରାକ୍ଷସ ମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା । ସେହି ମନ୍ଥନରେ ଅନେକ ରତ୍ନ ବାହାରିଥିଲା, ଯେଉଁଥିରେ କି ବହୁତ ବିଷ ଭରି ହୋଇ ରହିଥିଲା । ସମସ୍ତ ଦେବତାଙ୍କ ଅନୁରୋଧ କ୍ରମେ ମହାଦେବ ସେହି ବିଷକୁ ପିଇ ସମସ୍ତଙ୍କ ଜୀବନ ରକ୍ଷା କରିଥିଲେ । ରକ୍ଷାବନ୍ଧନ ପର୍ବ ଶ୍ରାବଣ ମାସର ଶେଷ ଦିନରେ ପାଳନ କରାଯାଏ । ବାସ୍ତବରେ, ଏହାକୁ ଶ୍ରାବଣ ମାସର ଶେଷ ଦିନ କହିବା ପରିବର୍ତ୍ତେ ଶ୍ରାବଣ ପୁର୍ଣିମା ବୋଲି କୁହାଯାଏ ।

କୁହାଯାଉଛି ଯେ, ପୂର୍ଣ୍ଣମୀ ଦିନରେ ଚନ୍ଦ୍ର ବହୁତ ଶକ୍ତିଶାଳୀ ହୋଇଥାନ୍ତି । ଏହି ଚନ୍ଦ୍ର ହିଁ ଶିବଙ୍କ ମୁଣ୍ଡରେ ବିରାଜମାନ କରିଛନ୍ତି । ମହାଦେବଙ୍କ ମୁଣ୍ଡରେ ବିରାଜମାନ ହୋଇଥିବା ଚନ୍ଦ୍ରମା ପୂର୍ଣ୍ଣମୀ ଦିନ ନିଜର ଶୀତଳ ଜ୍ୟୋତିର କିରଣରେ ଶିବଙ୍କୁ ସ୍ନାନ କରିଥାନ୍ତି । ପୂର୍ଣ୍ଣମୀ ଦିନଟିକୁ ମାସର ଶେଷ ଦିନ ବୋଲି କୁହାଯାଏ । ଶ୍ରବଣ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ଦିନ ମହାଦେବ ସମଗ୍ର ବିଶ୍ୱକୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା କରି ବିଷକୁ ନିଜ କଣ୍ଠରେ ଅଟକାଇ ରଖିଥିଲେ । ରକ୍ଷାର ବଚନ ପ୍ରକୃତିକୁ ହେଉ ବା କୌଣସି ବ୍ୟକ୍ତିକୁ ହେଉ, ସମ୍ପର୍କରୁ ହେଉ ବା ପରିବାର ସଦସ୍ୟଙ୍କ ଠାରୁ ହେଉ, ରକ୍ଷା କରିବାର ତତ୍ୱ ହେଉଛି ଶିବଙ୍କ ତତ୍ୱ ।

ଶ୍ରବଣ ମାସର ପୂର୍ଣ୍ଣମୀ ଦିନ ରାକ୍ଷୀ ପୁର୍ଣିମା ପାଳନ କରାଯାଏ । ଏମିତିରେ ଏହାର ଅନ୍ୟ ମାନ୍ୟତା ମଧ୍ୟ ରହିଛି, କିନ୍ତୁ ମହାଦେବଙ୍କ ପ୍ରତିଜ୍ଞା ଅନୁସାରେ ଭଉଣୀମାନଙ୍କୁ ଭାଇମାନେ ରକ୍ଷା କରିବାର କଥା ଦେଇଥାନ୍ତି । ମହାଦେବ ନିଜର ନିକଟବର୍ତ୍ତୀ ହେଉ ବା ଦୂରରେ ରହୁଥିବା କୌଣସି ଜୀବ ହେଉ ସର୍ବଦା ସେ ନିଜର ଦୃଷ୍ଟି ଶକ୍ତି ସମସ୍ତଙ୍କ ଉପରେ ରଖିଥାନ୍ତି । ଠିକ ସେହିଭଳି ଭଉଣୀ ଯେତେବେଳେ ଅସୁଵିଧାରେ ପଡେ, ସେତେବେଳେ ତାର ସୁରକ୍ଷା ପ୍ରଦାନ କରିବା ପାଇଁ ଶିବଙ୍କ ରୂପରେ ଭାଇ ରକ୍ଷା କରିଥାନ୍ତି । ଭଗବାନ ଶିବ ନିଜର ଵଚନ ରକ୍ଷା କରିବା ପାଇଁ ସବୁ ବେଳେ ତପ୍ତର ହୋଇ ରହିଥାନ୍ତି ।

Get real time updates directly on you device, subscribe now.