fbpx

ଗ୍ଲୋବାଲ ରିପୋର୍ଟରୁ ଖୁଲାସା : ବାହାଘରରେ ନିଜ ଆୟର ୩ଗୁଣାରୁ ଅଧିକ ଖର୍ଚ୍ଚ କରନ୍ତି ଭାରତୀୟ

ଭାରତୀୟ ମାନେ ଯେତିକି ବି ଆୟ କରୁଥାନ୍ତୁ , ହେଲେ ବାହାଘର ଆଦି ଉତ୍ସବରେ କେବେ ବି କଞ୍ଜୁସ୍ ହୁଅନ୍ତି ନାହିଁ । ଏହାକ ବଡ଼ ଧୂମଧାମରେ କରି ଖୁଲମଖୁଲା ଖର୍ଚ୍ଚ କରନ୍ତି । ଯାହାକି ଦେଖିଲେ ଖୁବ୍ ଅବିଶ୍ୱସନୀୟ ମନେହୁଏ । ଯାହାକି ନିଜ ବାର୍ଷିକ ଆୟର ୩ଗୁଣାରୁ ଅଧିକ। ଏକଥା ଗ୍ଲୋବାଲ ରିପୋର୍ଟରୁ ଜଣାପଡ଼ିଛି।

ଭାରତୀୟ ମାନେ ଯେତିକି ବି ଆୟ କରନ୍ତୁ ,ହେଲେ ନିଜର ଅଧିକରୁ ଅଧିକ ଧନ ବିବାହ ପାଇଁ ସାଇତି ରଖିଥାନ୍ତି।

ସୂଚନା ଆଧାରରେ, ପ୍ରତି ଭାରତୀୟ ପରିବାରରେ ଗୋଟିଏ ବାହାଘରରେ ହାରାହାରି ୧୨ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି। ଯାହା ପ୍ରତି ବ୍ୟକ୍ତି ସମସ୍ତ ଘରୋଇ ଉତ୍ପାଦ(୨,୯୦୦ଡଲାର )ର ୫ ଗୁଣା । ଏକ ନୂଆ ରିପୋର୍ଟରେ ଜଣାପଡ଼ିଛି କି ଏହା ହାରାହାରି ବାର୍ଷିକ ଘରୋଇ ଆୟ ୪ ଲକ୍ଷ ଟଙ୍କା ଠାରୁ ୩ଗୁଣାରୁ ମଧ୍ୟ ଅଧିକ । ଭାରତରେ ବାହାଘରର ଏହି ବଜାର ଏବେ ୧୩୦ ଡଲାର ଅର୍ଥାତ୍ ପାଖାପାଖି ୧୦ ଲକ୍ଷ କୋଟି ଟଙ୍କା ଯାଏ ପହଞ୍ଚି ସାରିଛି।

ଦେଶରେ ଖାଦ୍ଯପେୟ ବା ଖାଦ୍ୟ ସାମଗ୍ରୀ ବଜାର ପରେ ବିବାହର ବ୍ୟବସାୟ ୨ୟ ସ୍ଥାନରେ ରହିଛି। ଆଗାମୀ ସମୟରେ ଏହି ହାର ଆହୁରି ଉଚ୍ଚକୁ ଯିବାର ଆଶା ରହିଛି। ନିବେଶ ବ୍ୟାଙ୍କିଂ ଓ ପୁଞ୍ଜି ବଜାର ଫାର୍ମ ଜେଫରିଜ୍ର ରିପୋର୍ଟରେ କୁହାଯାଇଛି କି ଭାରତୀୟ ବାହାଘର ବଜାରର ଆକାର ଆମେରିକୀୟ ବଜାର ( ୭୦ ଅରବ ଡଲାର) ଠାରୁ ଦୁଇ ଗୁଣା । କିନ୍ତୁ ଚୀନ୍ (୧୭୦ ଅରବ ଡଲାର ) ଠାରୁ ଛୋଟ ।

ବାହାଘରରେ ହେଉଥିବା ଖର୍ଚ୍ଚରେ ଗହଣା , ପୋଷାକ , ଇଭେଣ୍ଟ ମ୍ୟାନେଜମେଣ୍ଟ, କ୍ୟାଟରିଂ , ମନୋରଞ୍ଜନ ଆଦି ସାମିଲ ରହିଛି। ବିବାହ ଉତ୍ସବରେ ଖର୍ଚ୍ଚ ହେଉଥିବା ଏହି ଧନରାଶି ଜିଡିପି ପ୍ରତି ବ୍ୟକ୍ତି (୨୯୦୦ଡଲାର)ଠାରୁ ୫ଗୁଣା ଅଧିକ। ଏହା କୌଣସି ବ୍ୟକ୍ତିର ହାରାହାରି ୪ ଲକ୍ଷ ଟଙ୍କା ବାର୍ଷିକ ଆୟ ଠାରୁ ମଧ୍ୟ ୩ଗୁଣା ଅଧିକ।

ଗ୍ଲୋବାଲ ବ୍ରୋକରେଜ୍ ଜେଫରିଜ ଅନୁସାରେ , ସାରା ବିଶ୍ୱରେ ସବୁଠୁ ବଡ଼ ବିବାହ ସ୍ଥାନ ଭାବେ ଜଣାଶୁଣା ଭାରତରେ ପ୍ରତି ବର୍ଷି ଅତି କମ୍ରେ ୮୦ ଲକ୍ଷରୁ ୧ କୋଟି ବିବାହ ଉତ୍ସବ ଅନୁଷ୍ଠିତ ହେଉଛି। ଆର୍ଥିକ ବର୍ଷ ୨୦୨୩-୨୦୨୪ରେ ,ଭାରତୀୟ ବିବାହ ବଜାର ୧୩୦ ବିଲିୟନ ଡଲାର (ପାଖାପାଖି ୧୦ ଲକ୍ଷ କୋଟି ଟଙ୍କା) ଯାଏ ପହଞ୍ଚି ଯାଇଛି। ରିପୋର୍ଟରେ କୁହାଯାଇଛି ଭାରତର ବିବାହର ଖର୍ଚ୍ଚରେ ଜିଡିପିର ଅନୁପାତ ଅନ୍ୟ ଦେଶ ଗୁଡ଼ିକର ତୁଳନାରେ ଖୁବ୍ ଅଧିକ।

ରିପୋର୍ଟ ଅନୁସାରେ, ଭାରତରେ ବାହାଘରର ଗଭୀର ସାଂସ୍କୃତିକ ମହତ୍ତ୍ୱ ରହିଛି ଏବଂ ଏଥିରେ ବହୁ ପରିମାଣରେ ଖର୍ଚ୍ଚ ହୋଇଥାଏ , ଯାହା ସର୍ବଦା ଆୟରସ ସ୍ତର ଠାରୁ ଅଧିକ ହୋଇଥାଏ।

Get real time updates directly on you device, subscribe now.