fbpx

ରାହୁଲ ଏବଂ ସୂର୍ଯ୍ୟକୁମାରଙ୍କ ଧୂଆଁଧାର ଅର୍ଦ୍ଧଶତକ, ଦକ୍ଷିଣ ଆଫ୍ରିକା ଆଗରେ ୨୩୮ ରନ୍‌ର ଟାର୍ଗେଟ

ଗୁଆହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୩୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। କେଏଲ ରାହୁଲ, ସୂର୍ଯ୍ୟକୁମାର ଧୂଆଁଧାର ଅର୍ଦ୍ଧଶତକ ଏବଂ ବିରାଟଙ୍କ ଷ୍ଟ୍ରୋକ ଭରା ୪୯ ରନ ସାହାଯ୍ୟରେ ଭାରତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୩୭ ରନ୍ ସଂଗ୍ରହ କରିଥିଲା। ଟସ୍ ହାରିବା ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳର ଓପନର ଏକ ଭଲ ଆରମ୍ଭ କରିଥିଲେ। ପ୍ରଥମ ୱିକେଟ୍ ପାଇଁ ରୋହିତ ଏବଂ ରାହୁଲ ୫୯ ବଲରେ ୯୬ ରନ୍ କରିଥିଲେ। ୩୭ ବଲରେ ୪୩ ରନ୍ କରି ରୋହିତ ଆଉଟ ହୋଇଥିଲେ। ଏଥିସହିତ କେଏଲ ରାହୁଲ ୨୮ ବଲରେ ୫୭ ରନର ଇନିଂସ ଖେଳିଥିଲେ।

ରୋହିତ ଏବଂ ରାହୁଲଙ୍କ ପରେ ସୂର୍ଯ୍ୟକୁମାର କୋହଲିଙ୍କ ସହ ଦ୍ରୁତ ଇନିଂସ ଖେଳିଥିଲେ। ସେ ୧୮ ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୨୨ ବଲରୁ ୬୧ ସ୍କୋର କରିବା ପରେ ସୂର୍ଯ୍ୟକୁମାର ଆଉଟ୍ ହୋଇଥିଲେ। ସେ ତାଙ୍କ ଇନିଂସରେ ୫ ଚୌକ ଓ ୬ଟି ଛକା ମାରିଥିଲେ। ବିରାଟ କୋହଲି ୨୮ ବଲରୁ ୪୯ ରନରେ ଅପରାଜିତ ରହିଥିଲେ। ତୃତୀୟ ୱିକେଟ୍ ପାଇଁ କୋହଲି ଏବଂ ସୂର୍ଯ୍ୟକୁମାର ୪୨-ବଲ ୧୦୨ ରନ୍ ଭାଗିଦାରୀ କରିଥିଲେ। ଶେଷ ୭ ବଲରେ ଦୀନେଶ କାର୍ତ୍ତିକ ୧୭ ରନ୍ ସଂଗ୍ରହ କରିଥିଲେ। ଚତୁର୍ଥ ୱିକେଟ୍ ପାଇଁ କାର୍ତ୍ତିକ ଏବଂ କୋହଲି ୧୧ ଟି ବଲରେ ୨୮ ରନ୍ ଯୋଡିଥିଲେ।

Get real time updates directly on you device, subscribe now.