fbpx

ଦକ୍ଷିଣ ଆଫ୍ରିକା-ଭାରତ ମଝିରେ ଚାଲୁଥିଲା ମ୍ୟାଚ୍: ପଡ଼ିଆ ଭିତରେ ପଶିଗଲା ସାପ, ତା’ପରେ…

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦(IND vs SA T20)  ସିରିଜ୍ ର ଦ୍ୱିତୀୟ ମୁକାବିଲା ଆଜି ଅର୍ଥାତ୍ ରବିବାର ଗୌହାଟୀର ବରସାପାରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି । ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିିଂ କରି ୭ ଓଭର ପର୍ଯ୍ୟନ୍ତ ବିନା କୌଣସି ୱିକେଟ୍ ହରାଇ ୬୮ ରନ୍ କରିଥିଲା । କିନ୍ତୁ ଏହାରି ମଧ୍ୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥଲା । ଯେତେବେଳେ ମ୍ୟାଚ୍ ମଝିରେ ଏକ ସାପ ହଠାତ୍ ପଶି ଆସିଥିଲା । ଫଳରେ ମ୍ୟାଚକୁ କିଛି ସମୟ ପାଇଁ ରୋକିବାକୁ ପଡ଼ିଥିଲା ।

ମଇଦାନରେ ସାପ ପଶିବା ଦେଖି ଦକ୍ଷିଣ ଆଫ୍ରିକାର କିଛି ଖେଳାଳି ଏବଂ ଭାରତୀୟ ଓପନର କେଏଲ ରାହୁଲ ଅମ୍ପାୟାରଙ୍କୁ କହିଥିଲେ । ମଇଦାନରେ ସାପକୁ ଦେଖି ଗ୍ରାଉଣ୍ଡଷ୍ଟାଫ୍ ଆବଶ୍ୟକ ଉପକରଣ ସହ ସାପକୁ ଧରିଥିଲେ । ଆଉ ଏସବୁ ପାଇଁ ମ୍ୟାଚ୍ କିଛି ସମୟ ପାଇଁ ରୋକିବାକୁ ପଡ଼ିଥିଲା । ମ୍ୟାଚ୍ ମଝିରେ ମଇଦାନରେ ସାପକୁ ଦେଖି ଖେଳାଳିଙ୍କ ସହ ଦର୍ଶକମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ । ତେବେ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.