fbpx

Jio, Airtel, VI, BSNL : କେଉଁ କମ୍ପାନୀ କେବେ ଦେବ ୫ଜି ସେବା ?

ନୂଆଦିଲ୍ଲୀ: ଭାରତରେ ୫ଜି ସେବା ଅଫିସିଆଲ ଭାବରେ ଲଞ୍ଚ ହୋଇଛି । ଅନେକ ସହରରେ ଏହାର ଫାଇଦା ୟୁଜର୍ସଙ୍କୁ ମିଳିବାକୁ ଲାଗିଛି । ଅବଶ୍ୟ ସମସ୍ତକୁ ଏହି ହାଇ-ସ୍ପିଡ ଇଣ୍ଟରନେଟ୍ କନେକ୍ଟିଭିଟି ୫ଜି ସେବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ୫ଜି ସେବାର ଶୁଭାରମ୍ଭ କରିବା ସହ । ୫ଜି ର କାର୍ଯ୍ୟକାରିତା ଦେଖିଛନ୍ତି । ତେବେ ଆସନ୍ତୁ ଜାଣିବା ୫ଜି ରୋଲଆଉଟକୁ ନେଇ କେଉଁ ଟେଲିକମ୍ ଅପରେଟରଙ୍କର ଯୋଜନା କ’ଣ ରହିଛି ।

Airtel 5G :

ଏୟାରଟେଲ ଦେଶରେ ୫ଜି ସେବା ଯୋଗାଇବାର ପ୍ରଥମ କମ୍ପାନୀ ହୋଇଯାଇଛି । ଏହା ୧ ଅକ୍ଟୋବରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୮ ସହରରେ ୫ଜି ସେବାର ଆରମ୍ଭ କରିଦେଇଛି । କମ୍ପାନୀ ଦିଲ୍ଲୀ, ମୁମ୍ବାଇ, ବାରଣାସୀ, ଚେନ୍ନାଇ, ହାଇଦ୍ରାବାଦ, ନାଗପୁର ଏବଂ ସିଲିଗୁଡ଼ୀରେ ୫ଜି ସେବା ଦେଉଛି । କମ୍ପାନୀ ଚେୟାରମ୍ୟାନ୍ ସୁନୀଲ ଭାରତୀ ମିତ୍ତଲ କହିଛନ୍ତି ଯେ ମାର୍ଚ୍ଚ ୨୦୨୩ ସୁଦ୍ଧା ଦେଶର ବଡ଼ ସହରରେ ରୋଲଆଉଟ ହୋଇଯିବ । ସେହିଭଳି ମାର୍ଚ୍ଚ ୨୦୨୪ ସୁଦ୍ଧା ଦେଶରେ ୫ଜଜି ରୋଲଆଉଟ ପ୍ରକ୍ରିୟା ଶେଷ ହେବ ।

Reliance Jio 5G:

ରିଲାଏନ୍ସ ଜିଓ ମଧ୍ୟ ଏହାର ୪୫ ତମ ଆନୁଆଲ ଜେନେରାଲ ମିଟିଂରେ କହିଥିଲା ଯେ କମ୍ପାନୀ ଦିପାବଳୀ ଠାରୁ ଏହାର ୫ଜି ସେବା ଯୋଗାଇବ ଆରମ୍ଭ କରିବ । ୨୪ ଅକ୍ଟୋବରରେ ଦିପାବଳୀ ଅବସରରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତାରେ ୫ଜି ସେବା ମିଳିବା ଆରମ୍ଭ ହେବ । କମ୍ପାନୀ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ବଡ଼ ସହରରେ ଏବଂ ଡିସେମ୍ବର ୨୦୨୩ ସୁଦ୍ଧା ସବୁ ୟୁଜର୍ସଙ୍କୁ ରିଲାଏନ୍ସ ଜିଓର ୫ଜି ସେବାର ଫାଇଦା ମିଳିବ ।

Vodafone Idea (VI) 5G:

ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି ୨୦୨୨) ରେ ୫ଜି ଲଞ୍ଚ ପରେ ଆଦିତ୍ୟ ବିରଲା ଗ୍ରୁପର ଚେୟାରମ୍ୟାନ୍ କୁମାର ମଙ୍ଗଳମ ବିରଲା ସୁନିଶ୍ଚିତ କରିଛନ୍ତି ଯେ ଭୋଡାଫୋନ୍ ଆଇଡିଆ ତରଫରୁ ୫ଜି ରୋଲଆଉଟ ଖୁବଶୀଘ୍ର ଆରମ୍ଭ ହୋଇଯିବ । ସେ କହିଛନ୍ତି ଯେ କମ୍ପାନୀ ୫ଜି ରୋଲଆଉଟ୍ ପାଇଁ ସବୁ ପ୍ରକ୍ରିୟା ପୂରା କରିଛି ଏବଂ ଖୁବ୍ ଶୀଘ୍ର ହାଇ-ସ୍ପିଡ ଇଣ୍ଟରନେଟ୍ ସେବାର ଫାଇଦା ୟୁଜର୍ସଙ୍କୁ ମିଳିବ । ଅବଶ୍ୟ, କମ୍ପାନୀ ଜିଓ କିମ୍ବା ଏୟାରଟେଲ୍ ଭଳି ୫ଜି ରୋଲଆଉଟ୍ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ବିଷୟରେ ନିଶ୍ଚିତ କରିନାହିଁ ।

BSNL 5G:

ସରକାରୀ ଟେଲିକମ୍ କମ୍ପାନୀ ଏ ପର୍ଯ୍ୟନ୍ତ ୪ଜି ରୋଲଆଉଟ ପ୍ରକ୍ରିୟା ଶେଷ କରିନାହିଁ । ଅବଶ୍ୟ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ସୁନିଶ୍ଚିତ କରିଛନ୍ତି ଯେ ବିଏସଏନଏଲ ୟୁଜର୍ସଙ୍କ ପାଇଁ ୫ଜି ରୋଲଆଉଟ ଆସନ୍ତା ୧୫ ଅଗଷ୍ଟରେ ଆରମ୍ଭ ହେବ ।

Get real time updates directly on you device, subscribe now.