fbpx

ଚର୍ଚ୍ଚାରେ ଭାରତର ପ୍ରଥମ Electric Supercar, ଜାଣନ୍ତୁ ଏହା ସହ ଜଡ଼ିତ ୩ ଖାସ୍ କଥା

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ ବାହନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଇଲେକ୍ଟିକ ଯାନ ନିର୍ମାତା ନୂଆ ନୂଆ ଇଲେକ୍ଟ୍ରିକ କାର ଏବଂ ସ୍କୁଟର ଲଞ୍ଚ କରୁଛନ୍ତି । ଏହି ପରିପେକ୍ଷୀରେ ଭାରତୀୟ ଇଲେକ୍ଟ୍ରିକ କାର ନିର୍ମାତା କମ୍ପାନୀ ‘Mean Metal Motors ‘ମୀନ୍ ମେଟାଲ ମୋଟର୍ସ ପ୍ରାଇଭେଟ ଲିମିଟେଡ’ (MMM)’ Azani Electric Supercar ଲଞ୍ଚ କରିବାକୁ ଯୋଜନା କରୁଛି । ଏହି କାର୍ ଭାରତରେ ବର୍ତ୍ତମାନ ଉପଲବ୍ଧ ଥିବା କୌଣସିବି ଇଲେକ୍ଟ୍ରିକ କାର୍ ଠାରୁ ଅଧିକ ଶକ୍ତଶାଳୀ ହେବ । ଯାହାର ଡିଜାଇନର କିଛି ଫଟୋ ଏବେ ଇଣ୍ଟରନେଟରେ ଦେଖିବାକୁ ମିଳୁଛି । ତେବେ ଜାଣନ୍ତୁ ଏହି କାର୍ ସହ ଜଡ଼ିତ କିଛି ଖାସ କଥା ।

କାରର ଡିଜାଇନ ଏରୋଡାଇନାମିକ ରହିଛି, ଯାହାଦ୍ୱାରା ଏହି କାର୍ କିଛି ସମୟ ମଧ୍ୟରେ ଫୁଲ ସ୍ପିଡରେ ପହଞ୍ଚିପାରିବ । ଭାରତୀୟ ଇଲେକ୍ଟ୍ରିକ କାର୍ ହୋଇଥିବାରୁ ଏହାକୁ ସୋସିଆଲ ମିଡିଆରେ ଭଲ ରେସ୍ପନ୍ସ ମଧ୍ୟ ମିଳୁଛି । ରିପୋର୍ଟ ଅନୁଯାୟୀ Azani ଭାରତରେ ବିକ୍ରି ଆରମ୍ଭ କରିବାକୁ ଯାଉଥିବା Tesla କାର୍ ଉପରେ ମଧ୍ୟ ଭାରି ପଡ଼ିପାରେ । କାରଣ ଏହାର ଡିଜାଇନ ଟେସ୍ଲା ଠାରୁ ମଧ୍ୟ ଭଲ ରହିଛି ।

ଏମଏମଏମ ଅଜାନୀ ବ୍ରାଣ୍ଡର ପ୍ରଥମ ଉତ୍ପାଦ, ଦାବି କରାଯାଉଛି ଏଥିରେ 986 bhpର ଇଲେକ୍ଟ୍ରିକ ମୋଟର ରହିଛି । ଏହି ମୋଟର ପ୍ରାୟ 300 kMphର ଟପ ସ୍ପିଡ ଆଉଟପୁଟ୍ ଦେବାରେ ସକ୍ଷମ ହେବ । ଏହା ସହ ଏହି କାର୍ ମାତ୍ର ୨ ସେକେଣ୍ଡରୁ ବି କମ୍ ସମୟରେ 100 kmph ବେଗରେ ପହଞ୍ଚିପାରିବ । ଡ୍ରାଇଭିଙ୍ଗ ରେଞ୍ଜ କଥା କହିଲେ ଏହି କାର ଥରେ ଚାର୍ଜ ହେଲେ ପ୍ରାୟ ୫୫୦ ରୁ ୭୦୦ କିମି ପର୍ଯ୍ୟନ୍ତ ଯାଇପାରିବ ।

ଭାରତୀୟ ବାହନ ନିର୍ମାତା କମ୍ପାନୀ ଏବେ ଇଲେକ୍ଟ୍ରିକ କାର ନିର୍ମାଣ ଦିଗରେ ଧ୍ୟାନ ଦେଉଛନ୍ତି । ଆଉ ଏହି କାର ମାଇଲେଜ ଏବଂ ଡିଜାଇନରେ ମଧ୍ୟ ଆଗରେ ଅଛି । ଏହି କାରର ଫ୍ରଣ୍ଟରେ ଏଲଇଡି ହେଡଲ୍ୟାମ୍ପ ଏବଂ ଡିଆରଏଲ ସାମିଲ କରାଯାଇଛି ଯାହାଦ୍ୱାରା ଏହା ଆହୁରି ଆକର୍ଷଣୀୟ ଦେଖାଯାଉଛି । ତେବେ ଅଜାନୀକୁ ଭାରତୀୟ ବଜାରରେ କେବେ ଲଞ୍ଚ କରାଯିବ ଏନେଇ କୌଣସି ସୂଚନା ମିଳିନାହିଁ । ଅବଶ୍ୟ ଏମଏମଏମର ଅଫିସିଆଲ ୱେବସାଇଟରେ ଏହାର ବୁକିଂ ଆରମ୍ଭ ହୋଇଛି ।

Get real time updates directly on you device, subscribe now.