fbpx
BSKY SKY
BSKY SKY

ଘରୋଇ କର୍ମଚାରୀଙ୍କ ପାଇଁ ଖୁସିଖବର; ୨ ଟଙ୍କା ନିବେଶ କରି ଅବସର ପରେ ପାଇବେ ୩୬ ହଜାର

BSKY

ନୂଆଦିଲ୍ଳୀ: ସରକାରୀ କର୍ମଚାରୀ ମାନେ ନିଜ ଅବସର ଯୋଜନାକୁ ନେଇ ଏତେ ମାତ୍ରାରେ ଚିନ୍ତିତ ନଥାନ୍ତି ମାତ୍ର ଘରୋଇ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ଏହାକୁ ନେଇ ଚିନ୍ତାରେ ରହିଥାନ୍ତି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମିତି ଏକ ଯୋଜନା ପ୍ରଣୟନ କରାଯାଇଛି ଯାହା ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ବେଶ ଲାଭଦାୟକ ରହିବ । ୨୦୧୯ରୁ ଏହି ଯୋଜନା ଲାଗୁ କରାଯାଇଛି । ଏହି ଯୋଜନାରେ ଦୈନିକ ଦୁଇ ଟଙ୍କାରୁ କମ୍ ନିବେଶ କରିବା ଦ୍ୱାରା ଅବସର ପରେ ଆପଣଙ୍କୁ ବାର୍ଷିକ ୩୬ ହଜାର ଟଙ୍କା ମିଳି ପାରିବ । ପ୍ରଧାନମନ୍ତ୍ରୀ ମାନଧନ ଯୋଜନା ନାମକ ଏହି ଯୋଜନା ସମ୍ପର୍କରେ ଜାଣନ୍ତୁ ବିସ୍ତୃତ ଖବର ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କ ବୟସ ୧୮-୪୦ ମଧ୍ୟରେ ହୋଇଥିବା ଆବଶ୍ୟକ । ଆପଣଙ୍କ ମାସିକ ଆୟ ୧୫ ହଜାରରୁ କମ ରହିଥିବା ଆବଶ୍ୟକ ଏବଂ ଆଧାର କାର୍ଡ ସହିତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଥିବା ଆବଶ୍ୟକ । ବ୍ୟାଙ୍କରେ ଅଥବା maandhan.in/shramyogi ୱେବସାଇଟରେ ଏହି ଆବେଦନ କରାଯାଇପାରିବ । ନାମ, ଠିକଣା ଏବଂ ଅନ୍ୟାନ୍ୟ ତଥ୍ୟ ଦେବା ପରେ ଏକ ଓଟିପି ଆସିବ ଏବଂ ଏହି ଯୋଜନାରେ ଆପଣ ସାମିଲ ହୋଇ ପାରିବେ । ବୟସ ଅନୁଯାୟୀ ଏହି ଯୋଜନାରେ ପ୍ରିମିୟମ ଭରିବାକୁ ପଡିଥାଏ । ୧୮ ବର୍ଷୀୟ ବ୍ୟକ୍ତିଙ୍କୁ ମାସିକ ମାତ୍ର ୫୫ ଟଙ୍କା ପ୍ରିମିୟମ୍ ଦେବାକୁ ପଡିଥାଏ । ୨୫ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କୁ ମାସିକ ୮୦ ଟଙ୍କା ଏବଂ ୪୦ ବର୍ଷ ବୟସର ବ୍ୟକ୍ତିଙ୍କୁ ମାସିକ ୨୦୦ ଟଙ୍କା ଦେବାକୁ ପଡିଥାଏ । ଏହି ଯୋଜନାରେ ଆପଣଙ୍କ ପ୍ରିମିୟମ ଯେତିକି ରହିଥାଏ ସରକାରଙ୍କ ପକ୍ଷରୁ ମଧ୍ୟ ସମାନ ପରିମାଣର ଅର୍ଥ ନିବେଶ କରାଯାଇଥାଏ ।

Get real time updates directly on you device, subscribe now.