fbpx

୧ ମିନିଟ୍ ଭିତରେ କଣ କଣ ହୁଏ ଇଣ୍ଟରନେଟରେ? ୪.୧ କୋଟି ହ୍ୱାଟସଆପ୍ ମେସେଜ୍, ୧୮ କୋଟି ଇମେଲ୍, ୩୮ ଗୁଗୁଲ ସର୍ଚ୍ଚ ଆହୁରି ଅନେକ କିଛି

ନୂଆଦିଲ୍ଲୀ: ଆପଣ ମାନେ ମୋବାଇଲ୍ ଫୋନ୍ ବିନା କେତେ ସମୟ ରହିପାରିବେ? ବୋଧ ହୁଏ କିଛି ଘଣ୍ଟା ମାତ୍ର । କାରଣ ଆଜିକା ସମୟରେ ମୋବାଇଲ୍ ଠାରୁ ଆମେ ଦୂରେଇ ରହିପାରୁନେ । ଆଉ ଇଣ୍ଟରନେଟ୍ ସହିତ ଆମେ ପୂରା ଦୁନିଆକୁ ନିଜ ହାତ ମୁଠାରେ ଅନୁଭବ କରିପାରୁ । ମୋବାଇଲ୍ ଦ୍ୱାରା ପୂରା ଦୁନିଆର କୋଣ ଅନୁକୋଣରେ କଣ କଣ ହେଉଛି ସେ ସବୁକୁ ଆମେ ଘରେ ଘରେ ବସି ଜାଣିପାରୁଛେ । ଟୋକିଓରେ ଚାଲିଥିବା ଅଲିମ୍ପିକ୍ କୁ ଆମେ ଦେଶର ସବୁକୋଣରୁ ଦେଖିବାରେ ସକ୍ଷମ ହୋଇପାରୁଛେ । ଆଉ ଏଥିରୁ ବୁଝିଲେ ଯେ, ବିନା ଇଣ୍ଟରନେଟରେ ଏହି ସବୁ ଆଦୌ ସମ୍ଭବ ନୂହେଁ । ତେବେ ଆପଣ ମାନେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଇଣ୍ଟରନେଟ୍ ରେ ପ୍ରତି ୧ ମିନିଟ୍ ରେ କଣ କଣ ସବୁ ହୁଏ ?

ଇଣ୍ଟରନେଟ୍ ଜରିଆରେ ହ୍ୱାଟସଆପ୍ ମେସେଜିଂ ଆପ୍ ରେ ୧ ମିନିଟ୍ ରେ ୪.୧ କୋଟି ମେସେଜ୍ ପଠାଯାଇଥାଏ । ଖାସ୍ କରି ଡିସେମ୍ବର ୩୧ ତାରିଖରେ ସର୍ବାଧିକ ମେସେଜ୍ ପଠାଯାଇଥାଏ । କାରଣ ସେତେବେଳେ ସମସ୍ତେ ନୂଆ ବର୍ଷର ଅଭିନନ୍ଦନ ଜଣାଇଥାନ୍ତି ।

ଇମେଲ୍ କଥା ଯଦି କହିବା ତେବେ ଦୁନିଆରେ ୧ ମିନିଟ୍ ରେ ୧୮ କୋଟି ମେଲ୍ ପଠାଯାଇଥାଏ । ଜିମେଲ୍, ଆଉଟଲୁକ୍, ୟାହୁ, ହଟମେଲ୍ ଏହିସବୁ ହେଉଛି ଲୋକପ୍ରିୟ ଇମେଲ୍ ସର୍ଭିସ୍ । ଅନଲାଇନ୍ ସପିଂ ଜରିଆରେ ଲୋକମାନେ ପ୍ରତି ୧ ମିନିଟ୍ ରେ ୧୦ ଲକ୍ଷ ଟଙ୍କାର ଜିନିଷ କିଣନ୍ତି ।

ସେହିପରି ୧ ମିନିଟ୍ ରେ ଗୁଗୁଲ୍ ରେ ପାଖାପାଖି ୩୮ କୋଟି ସର୍ଚ୍ଚ କରାଯାଏ । ଏଠାରେ ଟିକେ ଭାବନ୍ତୁ ଯେ, କମ୍ପାନୀର ସର୍ଭର କେତେ ମଜବୁତ୍ ଯଦ୍ୱାରା ଏତେ ପରିମାଣରେ ସର୍ଚ୍ଚ କରାଯାଉଥିଲେ ବି କ୍ରାସ୍ ହୁଏନି । ଗୁଗୁଲ୍ ଆପ୍ ଷ୍ଟୋର୍ ଏବଂ ଆପଲ୍ ଷ୍ଟୋର୍ କଥା ଯଦି କହିବା ତେବେ ୧ ମିନିଟ୍ ରେ ପ୍ରାୟ ୩.୯୦ ଲକ୍ଷ ଆପ୍ ଡାଉନଲୋଡ୍ କରାଯାଏ ।

ଏବେ ଚାଲନ୍ତୁ ଜାଣିବା ଫେସବୁକ୍ ବିଷୟରେ । ଏହା ହେଉଛି ସବୁଠାରୁ ଲୋକପ୍ରିୟ ଆପ୍ । ଏଥିରେ ୧ ମିନିଟ୍ ରେ ୧୦ ଲକ୍ଷ ଲଗଇନ୍ ହୁଏ । ଫେସବୁକ୍ ମାଲିକାନାରେ ଥିବା ଇନଷ୍ଟାଗ୍ରାମରେ ପ୍ରତି ମିନିଟ୍ ରେ ୩ ଲକ୍ଷ ୪୭ ହଜାର ୨୨୨ ଫଟୋ ଅପଲୋଡ୍ କରାଯାଏ ।

ଅନ୍ୟପଟେ ଦୁନିଆର ସବୁଠୁ ବଡ଼ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍ ରେ ୧ ମିନିଟ୍ ରେ ୪୫ ଲକ୍ଷ ଭିଡିଓ ଦେଖାଯାଇଥାଏ । ଏଥିରେ ଲୋକମାନେ ଗୀତ ବି ଶୁଣିଥାନ୍ତି । ନେଟଫ୍ଲିକ୍ସରେ ପ୍ରତି ମିନିଟ୍ ରେ ୬.୯୪ ଲକ୍ଷ ଘଣ୍ଟା ଡ୍ୟୁରେସନ୍ ରେ ଭିଡିଓ ଦେଖାଯାଇଥାଏ ।

Get real time updates directly on you device, subscribe now.