fbpx

ଶିଖା ପାଣ୍ଡେଙ୍କ “Ball of The Century” ; ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ବଲ୍ ଅଫ୍ ଦ ସେଞ୍ଚୁରୀ ସମସ୍ତ କ୍ରିକେଟ ପ୍ରେମୀଙ୍କର ନିଶ୍ଚୟ ମନେଥିବ । ଅଷ୍ଟ୍ରେଲିୟ ସ୍ପିନ କିମ୍ବଦନ୍ତୀ ସେନ ୱାର୍ଣ୍ଣେ ଇଂଲଣ୍ଡର ମାଇକ ଗ୍ୟାଟିଂଙ୍କୁ ଏହି ବଲ ପକାଇଥିଲେ । ବଲଟି ପ୍ରାୟ ଏକ ଫୁଟ ଟର୍ଣ୍ଣ ହୋଇଥିବା ବେଳେ କ୍ରିକେଟ ପଣ୍ଡିତ ମାନେ ଏହାକୁ ବଲ ଅଫ୍ ଦ ସେଞ୍ଚୁରୀ ଭାବରେ ଅଭିହିତ କରିଥିଲେ । ମହିଳା କ୍ରିକେଟରେ ଏମିତି କିଛି ଦେଖିବାକୁ ମିଳିନଥିବା ବେଳେ ପ୍ରଥମ ଥର ଏମିତି କିଛି କାରନାମା କରି ଦେଖାଇଛନ୍ତି ଭାରତୀୟ ପେସ ବୋଲର ଶିଖା ପାଣ୍ଡେ ।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ମୁକାବିଲାରେ ଓପ୍ନର ଆଲିସିୟା ହିଲୀଙ୍କୁ ବୋଲ୍ଡ କରିବା ସହିତ ସମସ୍ତଙ୍କୁ ଚମକ୍ରୃତ କରି ଦେଇଛନ୍ତି । ମ୍ୟାଚର ପ୍ରଥମ ବଲରେ ହିଲୀ ଚୌକା ମାରିଥିବା ବେଳେ ଦ୍ୱିତୀୟ ବଲରେ ଶିଖା ତାଙ୍କୁ ବୋଲ୍ଡ କରିଥିଲେ । ତେବେ ଏହି ବଲର ସ୍ୱତନ୍ତ୍ରତା ଥିଲା କି ବଲଟି ପ୍ରାୟ ୧୦ ଇଞ୍ଚ ଯାଏଁ ସ୍ୱିଙ୍ଗ ହୋଇଥିଲା । ଷଷ୍ଠ ଷ୍ଟମ୍ପରେ ବଲଟି ରହିଥିବା ବେଳେ ଚମକ୍ରାର ସ୍ୱିଙ୍ଗ ସହିତ ବଲଟି ହିଲିଙ୍କ ଅଫ୍ ଓ ମିଡିଲ ଷ୍ଟମ୍ପରେ ବାଜିଥିଲା । ଭାରତୀୟ କ୍ରିକେଟର ୱାସିମ ଜାଫର ମହିଳା କ୍ରିକେଟର ବଲ୍ ଅଫ୍ ଦ ସେଞ୍ଚୁରୀ ଭାବରେ ବର୍ଣ୍ଣନା କରିଥିଲେ । ଏପରିକି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏହାକୁ ଅବାସ୍ତବ ବୋଲି କୁହାଯିବା ସହିତ ଭିଡିଓଟିକୁ ଶେୟାର କରାଯାଇଥିଲା ।

Get real time updates directly on you device, subscribe now.