fbpx

ଆମେରିକାର ହୱାଇରେ ଦୁଇ ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ: ଆମେରିକାର ହୱାଇରେ ରବିବାର ଗୋଟିଏ ପରେ ଗୋଟିଏ ଭୂମିକମ୍ପ ହୱାଇର ଲୋକଙ୍କୁ ଭୟଭୀତ କରିଛି । ହୱାଇର ବିଗ୍ ଆଇଲାଣ୍ଡରେ ଭୂମିକମ୍ପର ଦୁଇଟି ଝଟକା ଅନୁଭୂତ ହୋଇଛି । କୁହାଯାଉଛି ଭୂମିକମ୍ପର ଦୁଇଟିଯାକ ଝଟକାର ତୀବ୍ରତା ଅଧିକ ରହିଥିଲା । ତେବେ ଭୂମିକମ୍ପ ପରେ ସୁନାମୀର କୌଣସି ଚେତାବନୀ ଦିଆଯାଇନାହିଁ ।

ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ ହୱାଇରେ ପ୍ରଥମ ଝଟକା ୬.୧ର ତୀବ୍ରତା ରହିଥିବାବେଳେ ଏହାର କେନ୍ଦ୍ର ହୱାଇର ଦକ୍ଷିଣରେ ସ୍ଥିତ ବିଗ୍ ଆଇଲାଣ୍ଡ ରହିଥିଲା । ଏହାର ୨୦ ମିନିଟରେ ଦ୍ୱିତୀୟ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୬.୨ ରହିଥିଲା । ଏହା ମଧ୍ୟ ସେହି ଅଞ୍ଚଳରେ ହୋଇଥିଲା । ଏହି ଦୁଇ ଭୂକମ୍ପ ଝଟକା ୬୨ ମାଇଲ ଭିତରେ ହୋଇଥିଲା । ଭୂମିକମ୍ପ ଯୋଗୁଁ ପ୍ରାୟ ୨ ହଜାର ଲୋକ ଭୟଭୀତ ହୋଇପଡ଼ିଛନ୍ତି । ତେବେ ହୱାଇରେ ସ୍ଥିତ କିଲାଉଆ ଆଗ୍ନେୟ ଉଦଗୀରଣ ଫଳରେ ଏହି ଭୂମିକମ୍ପ ହୋଇଥିବା ନେଇ କୁହାଯାଇଛି ।

Get real time updates directly on you device, subscribe now.