fbpx

ବାଙ୍ଗାଲୁରୁରୁ ବାରାଣାସୀ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ: ଭିତରେ ଥିଲେ ୧୩୭ ଯାତ୍ରୀ

ନୂଆଦିଲ୍ଲୀ: ବାଙ୍ଗାଲୁରୁରୁ ବାରାଣାସୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (୬ଇ୮୯୭) ର ଜରୁରୀ ଅବତରଣ ମାମଲା ସାମ୍ନାକୁ ଆସିଛି । ସୂଚନାନୁସାରେ, ତେଲେଙ୍ଗାନାର ଶ୍ୟାମସବାଦ୍ ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ କରାଯାଇଛି । ଏହି ବିମାନରେ ୧୩୭ ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି କୁହାଯାଉଛି ।

ଡିଜିସିଏ ଅନୁଯାୟୀ ଇଣ୍ଡିଗୋ ବିମାନ ବାଙ୍ଗାଲୋରରୁ ବାରାଣାସୀ ଅଭିମୁଖେ ଯାତ୍ରା କରିଥିଲା । ଏହି ସମୟରେ ବିମାନର ଜରୁରୀ ଅବତରଣ ସକାଳ ୬.୧୫ ରେ କରାଯାଇଥିଲା । ଏହି ବିମାନରେ ୧୩୭ ଜଣ ଯାତ୍ରୀ ଥିଲେ, ସମସ୍ତ ଲୋକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ବୈଷୟିକ ତ୍ରୁଟି ହେତୁ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିବା କୁହାଯାଉଛି ।

ଏହାପୂର୍ବରୁ ଏପ୍ରିଲ ୧ ରେ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିବା ପରେ ଏକ କାର୍ଗୋ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା । ପକ୍ଷୀଟି ବିମାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ପକ୍ଷୀ ମୁହାଁମୁହିଁ ହେବା କାରଣରୁ ବିମାନର ୱିଣ୍ଡଶିଲ୍ଡରେ ଫାଟ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ ଆଲର୍ଟ ଜାରି କରାଯାଇଥିଲା ଏବଂ ବିମାନଟି ସକାଳ ୧୦.୫୦ ରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରାଯାଇଥିଲା ।

Get real time updates directly on you device, subscribe now.