fbpx

ବର୍ଷେ ଯାଏଁ ମାଗଣାରେ ଉଡ଼ିବେ ନୀରଜ; ସୁନାପୁଅକୁ ମିଳିଲା ଅଫର୍

ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରାଙ୍କୁ ଭାରତର ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏକ ବଡ଼ ଉପହାର ଦେଇଛି । ଇଣ୍ଡିଗୋ କମ୍ପାନୀ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଏକ ବର୍ଷ ପାଇଁ ଅସୀମିତ ମାଗଣା ଯାତ୍ରା ଉପହାର ଦେଇଛନ୍ତି । ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋନୋଜୋୟ ଦତ୍ତ ଏ ନେଇ ସୂଚନା ଦେଇଛନ୍ତି ।

ଇଣ୍ଡିଗୋ ତରଫରୁ ଏକ ବିବୃତ୍ତି ଦେଇ ଦତ୍ତ କହିଛନ୍ତି ଯେ ଆପଣଙ୍କ ସଫଳତା ବିଷୟରେ ଜାଣି ସମସ୍ତେ ଖୁସି ଅଛନ୍ତି । ଆପଣ ଦେଶକୁ ଗର୍ବିତ କରିଛନ୍ତି । ସମସ୍ତ ଇଣ୍ଡିଗୋ କର୍ମଚାରୀମାନେ ଯେକୌଣସି ବିମାନରେ ଆପଣଙ୍କୁ ସ୍ୱାଗତ କରି ଗର୍ବିତ ହେବେ । ତୁମର ଏହି ସଫଳତାକୁ ଦୃଷ୍ଟିରେ ରଖି ଆମେ ଆପଣଙ୍କୁ ଏକ ବର୍ଷ ପାଇଁ ଇଣ୍ଡିଗୋ ବିମାନରେ ମାଗଣା ଭ୍ରମଣର ସୁବିଧା ଦେବାକୁ ଚାହୁଛୁ ।

ଇଣ୍ଡିଗୋ ସିଇଓ କହିଛନ୍ତି, “ଆପଣ ଆମକୁ ଦେଖାଇଛନ୍ତି କଠିନ ପରିଶ୍ରମ ଦ୍ୱାରା କିଛିବି ହାସଲ କରିହେବ । ମୁଁ ନିଶ୍ଚିତ ଯେ ଆପଣ ଭବିଷ୍ୟତର ଭାରତୀୟ ଆଥଲେଟଙ୍କ ପାଇଁ ଏକ ପ୍ରେରଣା ହେବେ । ମାଗଣା ଯାତ୍ରାର ସୁଯୋଗ ନେଇ ନୀରଜ ଚୋପ୍ରା ଆସନ୍ତା ବର୍ଷ ଅଗଷ୍ଟ ୭ ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନରେ ଉଡ଼ିପାରିବେ ବୋଲି କମ୍ପାନୀ କହିଛି ।

ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ଗତକାଲି ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଭାରତର ଗତ ଶହେ ବର୍ଷ ଇତିହାସରେ ଟ୍ରାକ ଏବଂ ଫିଲ୍ଡରେ ଏହା ହେଉଛି ପ୍ରଥମ ଅଲିମ୍ପିକ୍ ପଦକ । ସ୍ୱର୍ଣ୍ଣ ପଦକ ଜିତି ନୀରଜ ରଚିଛନ୍ତି ସ୍ୱର୍ଣ୍ଣିମ ଇତିହାସ ।

Get real time updates directly on you device, subscribe now.