fbpx

କଳାର ଅସଲ ପୂଜାରୀ ଚିର ସ୍ମରଣୀୟ; ତାଙ୍କ ଜନ୍ମଦିନରେ…

ମହାଲକ୍ଷ୍ମୀ ପୂଜାରୁ ପୂଜା ପାଇଁ ଫୁଲଟିଏ... ଦୀର୍ଘ ଯାତ୍ରା

ଓଡ଼ିଶା ଭାସ୍କର ବ୍ୟୁରୋ:  ଓଡ଼ିଆ ଚଳଚ୍ଚିତ୍ରର କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ଜଣେ ଚିତ୍ରକର ଏବଂ ଶିକ୍ଷାବିତ୍ #ଶରତ ପୂଜାରୀଙ୍କ ୮୭ତମ ଜୟନ୍ତୀରେ ରାଜ୍ୟର ବିଭିନ୍ନ ବର୍ଗ ଜଣାଇଛନ୍ତି ଭକ୍ତି ଶ୍ରଦ୍ଧାଞ୍ଜଳି।

ସଦା ହସହସ ନିଆରା ଏହି କଳାକାର ସତରେ କଳାର ପୂଜାରୀ ଥିଲେ। #ଶ୍ରୀଶ୍ରୀମହାଲକ୍ଷ୍ମୀ ପୂଜା(୧୯୫୯)ରୁ ଆରମ୍ଭ କରି #ଜୀବନସାଥୀ, #ମାଟିରମଣିଷ, #ଅରୁନ୍ଧତୀ, #ନବଜନ୍ମ, #ସାଧନା, #କିଏକାହାର, #ଅକ୍ଷୟ ତୃତୀୟା, #ଛଅ ମାଣ ଆଠ ଗୁଣ୍ଠ, #ଭୂଖା, #ଅନ୍ଧଦିଗନ୍ତ, #ଆରଣ୍ୟକ, #ଶେଷଦୃଷ୍ଟି, #ପୂଜାପାଇଁ ଫୁଲଟିଏ ଆଦି ପ୍ରାୟ ୫୦ଟି ସିନେମାରେ ଅଭିନୟ କରିବା ସହ #ତଅପୋଇ, #ଅଶାନ୍ତ ଗ୍ରହ, #ଅସ୍ତରାଗ ଆଦି ସିନେମାରେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଉତ୍ତମ ମହାନ୍ତିଙ୍କ ପୂର୍ବରୁ ତାଙ୍କୁ କେହି କେହି ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର ବୋଲି ମଧ୍ୟ କହିଥାନ୍ତି।

୧୯୮୫ରେ ଚଳଚ୍ଚିତ୍ର ପ୍ରତି ବିଶେଷ ଅବଦାନ ପାଇଁ ସେ ଜୟଦେବ ପୁରସ୍କାର ପାଇଥିଲେ। ସେହି ମହାନ ଅଭିନେତାଙ୍କୁ ଆମ ‘ଓଡ଼ିଶା ଭାସ୍କର’ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଓ ପ୍ରଣାମ।

 

Get real time updates directly on you device, subscribe now.