fbpx

ଇଣ୍ଡୋନେସିଆର ଜ୍ୱାଳାମୁଖୀରେ ହେଉଛି ଗଣେଷ ପୂଜା, ଜାଣନ୍ତୁ ଏଠାକାର ଗଜବ ପରମ୍ପରା

Advertisement

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଜ୍ୱାଳାମୁଖୀରେ ବସବାସ କରୁଥିବା ହିନ୍ଦୁ ମାନେ ପାଳୁଛନ୍ତି ଗଣେଷ ପୂଜା । ସେଠାରେ ପୂରାତନ କାଳରୁ ଚାଲି ଆସୁଥିବା ଧାର୍ମିକ ସମାରୋହ ୟଦନୟା କସାଡା ଆୟୋଜନ ହୋଇଯାଇଛି । ଏଠାରେ ରହୁଥିବା ହିନ୍ଦୁ ଆଦିବାସୀ ଟେଙ୍ଗର୍ ଜନଜାତିର ଲୋକମାନେ ଦେବତାଙ୍କୁ ପୂଜା କରିବା ପାଇଁ ଜାୱାର ପ୍ରୋବୋଲିଂଗଗୋରେ ଥିବା ମାଉଣ୍ଟ ବ୍ରୋମୋ ଜ୍ୱାଳାମୁଖୀ ଠାରେ ପୂଜାର୍ଚ୍ଚନା କରନ୍ତି ।

ତେବେ ଚଳିତ ବର୍ଷ ଅଧିକ ସଂଖ୍ୟାରେ ଟେଙ୍ଗର୍ ଜନଜାତିର ଲୋକମାନେ ଏହି ଉତ୍ସବ ପାଳନ କରିଛନ୍ତି । ଏହାକୁ ପାଳନ କରିବା ପାଇଁ ସେମାନେ ଜ୍ୱାଳାମୁଖୀ ଉପରେ ଏକାଠି ହୋଇଥିଲେ । ଏମାନେ ନିଜକୁ ହିନ୍ଦୁ ମାନୁଥିବା ବେଳେ ଭଗବାନ ଗଣେଷଙ୍କୁ ଏମାନେ ପୂଜା କରନ୍ତି । ଦେବତାଙ୍କୁ ପ୍ରସନ୍ନ କରିବାକୁ ଯାଇ ଏମାନେ ଜ୍ୱାଳାମୁଖରୀ ଭିତରେ ପ୍ରସାଦ ପକାନ୍ତି ।

ସେମାନେ ପ୍ରସାଦ ଆକାରରେ ଶସ୍ୟ, ପନିପରିବା ତଥା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପକାନ୍ତି । ଶଇତାନକୁ ଶାନ୍ତ କରିବାକୁ ସେମାନେ ପଶୁ ପକ୍ଷୀଙ୍କ ମାଂସ ଏବଂ ଚାଉଳ ଅର୍ପଣ କରନ୍ତି । ଯେତେବେଳେ ଲୋକମାନେ ଆଗ୍ନେୟଗିରିରେ ପ୍ରସାଦ ପକାନ୍ତି, ସେମାନେ ମଧ୍ୟ ବଡ଼ ଜାଲ ମାଧ୍ୟମରେ ଏହାକୁ ଧରିବାକୁ ଚେଷ୍ଟା କରନ୍ତି । ବିଶ୍ୱାସ କରାଯାଏ ଯେ ଏଠାରେ ଅବସ୍ଥିତ ଗଣେଶଙ୍କୁ ପୂଜା କରି ଆଗ୍ନେୟଗିରିରେ ଫଳ ଏବଂ ପନିପରିବା ଅର୍ପଣ କଲେ ଏହା ବିସ୍ଫୋରଣ ହୁଏ ନାହିଁ ଏବଂ ସେମାନେ ନିରାପଦରେ ରୁହନ୍ତି ।

ମାଉଣ୍ଟ ବ୍ରୋମୋର ଆଖପାଖରେ ପ୍ରାୟ ୩୦ ଟି ଗାଁରେ ପାଖାପାଖି ଏକ ଲକ୍ଷ ଟେଙ୍ଗର୍ ଜନଜାତିର ଲୋକ ରୁହନ୍ତି । ଏହି ଲୋକମାନେ ନିଜକୁ ହିନ୍ଦୁ ବୋଲି ଭାବନ୍ତି। ଟେଙ୍ଗର ଆଦିବାସୀମାନେ ନିଜକୁ ଇଣ୍ଡୋନେସିଆରେ ଶାସନ କରୁଥିବା ଶେଷ ଭାରତୀୟ ରାଜବଂଶ ମାଜାପାହିତ୍ ରାଜକୁମାରଙ୍କ ବଂଶ ବୋଲି ଦାବି କରନ୍ତି । ଆଜି ବି, ଏହି ଲୋକମାନେ ଜୀବନର ଅଧିକାଂଶ ସମୟ ଜଙ୍ଗଲ, ପଶୁ ଏବଂ ପକ୍ଷୀ ଏବଂ ଫଳ ଏବଂ ପନିପରିବାରେ ଅତିବାହିତ କରନ୍ତି ।

ହିନ୍ଦୁ ଧର୍ମ ବ୍ୟତୀତ ଟେଙ୍ଗର ଜନଜାତିର ଲୋକମାନେ ମଧ୍ୟ ବୌଦ୍ଧ ଧର୍ମ ଏବଂ ଅନ୍ୟାନ୍ୟ ସ୍ଥାନୀୟ ଧର୍ମକୁ ଅନୁସରଣ କରନ୍ତି । ସେମାନେ ମଧ୍ୟ ହିନ୍ଦୁ ଏବଂ ବୌଦ୍ଧ ଦେବତା ବ୍ୟତୀତ ଇଡା ସାଙ୍ଗ ହୟାଙ୍ଗ ୱିଡି ୱାସା (ସର୍ବଶକ୍ତିମାନ ଭଗବାନ) କୁ ପୂଜା କରନ୍ତି । ସେମାନେ ତ୍ରିମୂର୍ତ୍ତି ବ୍ରହ୍ମା, ବିଷ୍ଣୁ, ମହେଶ ଏବଂ ବୁଦ୍ଧଙ୍କୁ ପୂଜା କରନ୍ତି ।
ଏମାନେ ଆତ୍ମା ମାନଙ୍କୁ ମଧ୍ୟ ପୂଜା କରନ୍ତି । ଗାଁକୁ ସ୍ଥାପନା କରିଥିବା ଆତ୍ମା, ଗାଁକୁ ରକ୍ଷା କରୁଥିବା ଆତ୍ମା ଏବଂ ଆତ୍ମା ମାନଙ୍କ ପୂର୍ବଜ ମାନଙ୍କୁ ଏମାନେ ପୂଜା କରନ୍ତି । ଗୋଟିଏ କଣ୍ଢେଇକୁ ପୋଷାକ ପିନ୍ଧାଇ ଏବଂ ତାକୁ ଖାିବା ପିଇବାକୁ ଉଦ୍ଦେଶ୍ୟରେ ଭୋଗ ଲଗାଇ ଏକ ବଡ ଧରଣର ପୂଜାର ପ୍ରସ୍ତୁତି କରନ୍ତି । ଏହି ଆତ୍ମା ମାନଙ୍କୁ ପ୍ରସନ୍ନ କରିବାକୁ ଯାଇ ଏମାନେ ମାଂସ, ଚାଉଳ, କଦଳୀ ଆଦି ଶଶ୍ମାନ, ରାସ୍ତା ଇତ୍ୟାଦି ସ୍ଥାନରେ ନେଇ ରଖନ୍ତି ।

Get real time updates directly on you device, subscribe now.