fbpx
BJD
BJD SKY
BJD SKY

କୋଭିଡକୁ ଦୂରେଇ ରଖିବ ଏହି ସମସ୍ତ ଖାଦ୍ୟ

ଓଡ଼ିଶା ଭାସ୍କର: କରୋନାର ସଙ୍କଟରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ରୋଗ ପ୍ରତିଶେଧକ ଶକ୍ତି ବଢାଇବାକୁ ସମସ୍ତେ ପ୍ରାଧାନ୍ୟ ଦେଉଛନ୍ତି । ଏପରି ସ୍ଥଳେ ଆମର ରୋଗ ପ୍ରତିରୋଧକ ଶକ୍ତି ଆମର ଖାଇବା ଅଭ୍ୟାସ ସହିତ ସିଧାସଳଖ ଭାବରେ ଜଡିତ । କରୋନାରୁ ରକ୍ଷା ପାଇଁ ଟିକା ସର୍ବଶ୍ରେଷ୍ଠ ବିକଳ୍ପ ହୋଇଥିବା ବେଳେ ନିଜର ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି ପାଇଁ ନିମ୍ନଲିଖିତ ଖାଦ୍ୟଗୁଡିକୁ ନିଜର ଡାଏଟ୍ରେ ସାମିଲ କରନ୍ତୁ ।

ଶସ୍ୟ ଜାତୀୟ ଖାଦ୍ୟ:

ଶସ୍ୟ ଜାତୀୟ ଖାଦ୍ୟ ସେବନ ଦ୍ୱାରା ଶରୀର ଶକ୍ତିଶାଳୀ ହେବା ସହିତ ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି ହୋଇଥାଏ । ଶସ୍ୟ ଜାତୀୟ ଖାଦ୍ୟରେ ପ୍ରଚୁର ପରିମରାଣରେ ଫାଇବର ଏବଂ ପଲି ଫେନଲ ରହିଥିବା ବେଳେ ଏହା ଶରୀରକୁ ଉପଯୁକ୍ତ ପରିମାଣର ଆଣ୍ଟି ଅକ୍ସିଡାଣ୍ଟ ଏବଂ ସଂକ୍ରମଣ ବିରୋଧରେ ଲଢିବାର ଶକ୍ତି ପ୍ରଦାନ କରିଥାଏ । ବାର୍ଲେ, ଅକାଣ୍ଡିଆ ଚାଉଳ (ବ୍ରାଉନ୍ ରାଇସ୍), ବକ୍ହ୍ୱିଟ୍(ଗହମ) ଏବଂ ଓଟ୍ସ ଖାଇବା ଦ୍ୱାରା ଏହି ସମସ୍ତ ଫାଇଦା ମିଳିଥାଏ । ଏହା ସହିତ ଏହି ଖାଦ୍ୟରୁ ଶରୀରକୁ ଆବଶ୍ୟକ ପୋଷଣ ମିଳିବାରୁ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ।

ହାଇଡ୍ରେଟିଙ୍ଗ ଖାଦ୍ୟ:

ଆମ ଶରୀରରେ ୭୦ ଭାଗ ଜଳ ହିଁ ରହିଥାଏ । ପାଣି ପିଇବା ପରିବର୍ତ୍ତେ ହାଇଡ୍ରେଟିଙ୍ଗ ଫୁଡ୍ ସେବନ ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । କାକୁଡି, ତରଭୁଜ, କମଳା, ଲିଚୁ, ସେପଟା ପରି ଫଳର ସେବନ ଦ୍ୱାରା ଶରୀରରେ ଜଳୀୟ ଅଂଶର ସନ୍ତୁଳନ ସଠିକ୍ ରହିଥାଏ । ଏହି ହାଇଡ୍ରେଟିଙ୍ଗ ଫୁଡ୍ ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହେବା ସହିତ ଦେହହାତ ଦରଜରୁ ଉପଶମ ମିଳିଥାଏ ଏବଂ ମାନସିକ ଚାପ ହ୍ରାସ ହୋଇଥାଏ ।

କଞ୍ଚା ହଳଦୀ :

ମସଲା ଭାବରେ ବ୍ୟବହୃତ ହେଉଥିବା ହଳଦୀ ଏକ ଚମକ୍ରାରୀ ଔଷଧ । ତେବେ ଗୁଣ୍ଡ ହଳଦୀ ଅପେକ୍ଷା କଞ୍ଚା ହଳଦୀ ଶରୀର ପାଇଁ ଅଧିକ ଲାଭଦାୟକ ରହିଥାଏ । କଞ୍ଚା ହଳଦୀ ଆଣ୍ଟି ବ୍ୟାକ୍ଟେରିଆଲ୍, ଆଣ୍ଟି ଭାଇରାଲ୍, ଆଣ୍ଟି ଇନଫ୍ଲେମେଟୋରୀ ଓ ଆଣ୍ଟି ଫଙ୍ଗାଲ ଗୁଣରେ ଭର୍ତ୍ତି ରହିଥାଏ । ହଳଦୀ ଥଣ୍ଡା ଏବଂ ଜ୍ୱରର ଭୂତାଣୁକୁ ରୋକିବାରେ ସହାୟକ ହୋଇଥାଏ । ଏହା ସହିତ ହଳଦୀରେ ରହିଥିବା କରକମିନ୍ ବ୍ୟାକ୍ଟେରିଆ ମୁକାବିଲାରେ ସହାୟକ ହୋଇଥାଏ । ନିୟମିତ କ୍ଷୀର ସହିତ ହଳଦୀ କିମ୍ବା ହଳଦୀ ଚା କରୋନା ଭୂତାଣୁ ସହିତ ଲଢିବାକୁ ଶରୀରକୁ ପ୍ରସ୍ତୁତ କରିଥାଏ ।

ସବୁଜ ପନିପରିବା:

ସବୁଜ ପନିପରିବାରେ ବିଭିନ୍ନ ପ୍ରକାରର ଭିଟାମିନ୍ ରହିଥାଏ । ଭିଟାମିନ୍ ଏ, ସି ଏବଂ କେ ସହିତ ପୋଟାସିୟମ, ଫୋଲେଟ୍ ଓ ମାଗ୍ନେସିୟମ ପରି ମିନେରାଲ୍ସ ସବୁଜ ପରିବାରୁ ମିଳିଥାଏ । ନିଜ ନିୟମିତ ଡାଏଟ୍ରେ ପରିବା ସାଲାଡ୍ ସହିତ କୋବି, ବ୍ରୋକୋଲି, ପାଳଙ୍ଗ ଓ ପାର୍ସଲେ ପରି ପରିବାକୁ ସାମିଲ କରନ୍ତୁ । ଏହି ସବୁ ଖାଦ୍ୟ ଶରୀରର ପାଚନ ଶକ୍ତି ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ ।

ଅଦା :

ଅଦା ଏପରି ଏକ ମସଲା ଯେଉଁଥିରେ ୩୦ ପ୍ରକାରର ଆମିନୋ ଏସିଡ୍ ଏବଂ ୫୦୦ ଅଧିକ ପ୍ରକାରର ଏନ୍ଜାଇମ ଓ କୋ ଏନ୍ଜାଇମ୍ ମହଜୁଦ ଥାଏ । ଅଦାରେ ରହିଥିବା ଏନ୍ଜାଇମ୍ ଗୁଡିକ ମାନସିକ ଅବସାଦ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ । ଅଦାକୁ ଆପଣ କଞ୍ଚା ଖାଇପାରିବେ କିମ୍ବା ଅଦାର ଚା ପିଇ ପାରିବେ ।
ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏହି ସମସ୍ତ ଖାଦ୍ୟ ଖାଇବା ସହିତ ଜଙ୍କ ଫୁଡ୍ରୁ ଦୂରେଇ ରୁହନ୍ତୁ । ଏହା ସହିତ ପ୍ରଚୁର ପାଣି ପିଇବା ମଧ୍ୟ ଉଚିତ ।

Get real time updates directly on you device, subscribe now.