fbpx

ଏହା ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଆଗ୍ନେୟଗିରି, ନିର୍ଗତ ହୋଇଥାଏ ନୀଳ ରଙ୍ଗର ଲାଭା: ଫଟୋ ଭାଇରାଲ

ନୂଆଦିଲ୍ଲୀ: ମନୁଷ୍ୟ ବଞ୍ଚିବା ପାଇଁ ଭଗବାନ ପୃଥିବୀ ସୃଷ୍ଟି କରିଛନ୍ତି । ଏହି ପୃଥିବୀ ପୃଷ୍ଠରେ ସେହି ସମସ୍ତ ଜିନିଷ ଅଛି ଯାହା ମଣିଷର ଆବଶ୍ୟକତା ପୂରଣ କରିପାରିବ । ମନୁଷ୍ୟକୁ ବଞ୍ଚିବା ପାଇଁ ଇଶ୍ୱର ପ୍ରାକୃତିକ ସମ୍ବଳ ସବୁ ଏହି ପୃଥିବୀରେ ଭରି ରଖିଛନ୍ତି । ତେବେ ସମୟ ସହିତ ମନୁଷ୍ୟର ଲୋଭ ବଢ଼ିବା ସହିତ ମନୁଷ୍ୟ ପ୍ରକୃତିକୁ ଶେଷଣ କରିବା ଆରମ୍ଭ କଲା । ତେବେ ଏହାର ପ୍ରଭାବରେ ପ୍ରକୃତି ମଧ୍ୟ ନିଜର କରାଳ ରୂପ ଦେଖାଇବା ଆରମ୍ଭ କଲା । ପ୍ରାକୃତିକ ବିପର୍ଯ୍ୟୟ ଆକାରରେ ।

ତେବେ କେତେକ କ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟୟ ଯେପରିକି ଆଗ୍ନେୟଗିରି ଉଦଗୀରଣ ସମୟର ଦୃଶ୍ୟ ବେଶ ମନଲୋଭା ମଧ୍ୟ ହୋଇପାରେ । ବିପଜ୍ଜନକ ଆଗ୍ନେୟଗିରି ଖବର ମଧ୍ୟରେ ହଠାତ୍ ଇଣ୍ଡୋନେସିଆର ଏକ ପ୍ରସିଦ୍ଧ ଆଗ୍ନେୟଗିରିର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାର ପ୍ରସିଦ୍ଧ ହେବାର ବିଶେଷ କାରଣ ହେଉଛି ଏଥିରୁ ବାହାରୁଥିବା ଉଜ୍ଜ୍ୱଳ ନୀଳ ରଙ୍ଗର ଲାଭା ।

ଫଟୋଗ୍ରାଫର ଅଲିଭିଆର ଗ୍ରୁନାୱାଲ୍ଡ ତାଙ୍କର ଉତ୍କୃଷ୍ଟ ଫଟୋଗ୍ରାଫି ପାଇଁ ବେଶ ପ୍ରସିଦ୍ଧ । ସେ ନେଚର ଫଟୋଗ୍ରାଫି କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଏଥିପାଇଁ ଅଲିଭିଆର ଗ୍ରୁନାୱାଲ୍ଡ ବହୁତ ଧୈର୍ଯ୍ୟର ସହିତ କାର୍ଯ୍ୟ କରିଥାନ୍ତି । କେବଳ ଗୋଟିଏ ଫଟୋ ଉଠାିବା ପାଇଁ ସେ ଘଣ୍ଟା ଘଣ୍ଟା, ଦିନ ଦିନ, ମାସ ମାସ ଧରି ଉପଯୁକ୍ତ ସମୟକୁ ଅପେକ୍ଷା କରନ୍ତି ଏବଂ ତା’ପରେ ଏପରି ଫଟୋ ଉଠାଇଥାନ୍ତି । ତେବେ ଇଣ୍ଡୋନେସିଆର ଏହି ଆଗ୍ନେୟଗିରିର ଫଟୋ ତାଙ୍କର ଅନ୍ୟତମ କଳାକୃତି । ଏହି ‘କାୱା ଲେଜେନ୍’ ଆଗ୍ନେୟଗିରିରୁ ନିର୍ଗତ ହେଉଥିବା ଲାଭା ଏହାକୁ ସବୁଠାରୁ ସ୍ୱତନ୍ତ୍ର କରିଥାଏ ।

ଏହି ଆଗ୍ନେୟଗିରି ଭିତରୁ ବାହାରୁଥିବା ଲାଭା ସାଧାରଣ ଆଗ୍ନେୟଗିରିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହା ହଳଦିଆ କିମ୍ବା ସୁବର୍ଣ୍ଣ ନୁହେଁ ବରଂ ଉଜ୍ଜ୍ୱଳ ନୀଳ ରଙ୍ଗର । ରାତିରେ, ଯେତେବେଳେ ଏହା ଆଗ୍ନେୟଗିରିରୁ ପ୍ରବାହିତ ହୁଏ, ଏହା ଏକ ଅଦ୍ଭୁଦ ଦୃଶ୍ୟ ସୃଷ୍ଟି କରେ । ଆପଣ ଭାବୁଥିବେ ଏହାର ରଙ୍ଗ କିପରି ନୀଳ ହୋଇଯାଏ? ବାସ୍ତବରେ, ଆଗ୍ନେୟଗିରିରୁ ଯାହା ବାହାରିଥାଏ ତାହା ହେଉଛି ସାଧାରଣ ଲାଭା । କିନ୍ତୁ ଏହି ଆଗ୍ନେୟଗିରିର କ୍ରେଟରରେ ସଲଫୁରିକ୍ ଗ୍ୟାସ୍ ଥିବା କାରଣରୁ ଏହା ପ୍ରତିକ୍ରିୟା କରି ନୀଳ ରଙ୍ଗର ଲାଭା ବାହାରିଥାଏ ।

Get real time updates directly on you device, subscribe now.