fbpx

ଲଞ୍ଚ ହେଲା Infinix ର ପ୍ରଥମ ଲାପଟପ୍, ଦାମ୍ ୩୫,୯୯୯ ଟଙ୍କାରୁ ଆରମ୍ଭ, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ନୂଆଦିଲ୍ଲୀ: ସ୍ମାର୍ଟଫୋନ କମ୍ପାନୀ Infinix ଏବେ ନୂତନ ସେଗେମେଣ୍ଟରେ ପ୍ରବେଶ କରିଛି । ଇନଫିନିକ୍ସ ଏହାର ଲାପଟପ୍ କୁ ଭାରତରେ ଲଞ୍ଚ କରିଛି । ଦେଶରେ ଏହାର ଦୁଇଟି ଭ୍ୟାରିଏଣ୍ଟ Infinix Inbook X1 ଏବଂ Infinix Inbook X1 Pro କୁ ଲଞ୍ଚ କରିଛି । ଏହି ଲାପଟପ୍ କୁ ୩ଟି ପ୍ରୋସେସର ଭାରିଏଣ୍ଟରେ ଲଞ୍ଚ କରାଯାଇଛି । ଏହି ଲାପଟପ୍ ଲେଟେଷ୍ଟ Windows 11 ଦ୍ୱାରା ପରିଚାଳିତ ।

ପ୍ରଥମ ଭ୍ୟାରିଏଣ୍ଟ ହେଉଛି Infinix Inbook X1 । ଏହାକୁ ୩୫,୯୯୯ ଟଙ୍କାର ପ୍ରାରମ୍ଭିକ ଦାମରେ ଲଞ୍ଚ କରାଯାଇଛି । ଏଥିରେ ଆପଣଙ୍କୁ Core i3 ପ୍ରୋସେସର, 8 GB RAM ସହ 256 GB SSD ମିଳିବ । Core i5 ଭ୍ୟାରିଏଣ୍ଟର ମୂଲ୍ୟ ୪୫,୯୯୯ ଟଙ୍କା ରହିଛି । ଏଥିରେ 8 GB RAM ସହ 512 GB SSD ରହିଛି ।  ଦ୍ୱିତୀୟ ଭ୍ୟାରିଏଣ୍ଟ ହେଉଛି Infinix Inbook X1 Pro । ଏହାକୁ ସିଙ୍ଗିଲ ଭ୍ୟାରିଏଣ୍ଟ Core i7 ସହ ଲଞ୍ଚ କରାଯାଇଛି । ଯାହାର ମୂଲ୍ୟ ୫୫,୯୯୯ ଟଙ୍କା ରହିଛି । ଏଥିରେ 16 GB RAM ସହ 512 GB SSD ଷ୍ଟୋରେଜ ମିଳିବ ।

Infinix Inbook X1 ଏବଂ Infinix Inbook X1 Pro ରେ ୧୪ ଇଞ୍ଚର ଫୁଲ୍ ଏଚଡି ସ୍କ୍ରିନ ରହିଛି । ବ୍ରାଇଟନେସ ୩୦୦ ନିଟ୍ସ ରହିଛି । ଇନଫିନିକ୍ସ ଇନବୁକ୍ ଏକ୍ସ୧ ପ୍ରୋ ର i7 ପ୍ରୋସେସର ଭ୍ୟାରିଏଣ୍ଟ Intel Ice Lake Core i7 ଚିପସେଟ୍ ରହିଛି । i3 ଏବଂ i5 ଭ୍ୟାରିଏଣ୍ଟରେ intel UHD ଗ୍ରାଫିକ୍ସ ୟୁନିଟ୍ ଦିଆଯାଇଛି । ଯେତେବେଳେକି i7 ମଡେଲରେ Integrated Iris Plus 64EU ଗ୍ରାଫିକ୍ସ ୟୁନିଟ୍ ରହିଛି ।

କନେକ୍ଟିଭିଟି ପାଇଁ Infinix Inbook X1 ଏବଂ Infinix Inbook X1 Pro ରେ ଗୋଟିଏ ୟୁଏସବି ୨.୦ ଦୁଇଟି ୟୁଏସବି ୩.୦ ପୋର୍ଟ, ଦୁଇଟି ୟୁଏସବି ଟାଇପ୍ ସି ପୋର୍ଟ, ଗୋଟିଏ ଏଚଡିଏମଆଇ ୧.୪ ଏବଂ ଏକ ୩.୫ ଏମଏମ ଜ୍ୟାକ ଦିଆଯାଇଛି । ଇନଫିନିକ୍ସ ଇନବୁକ୍ ଏକ୍ସ୧ ଏବଂ ଇନଫିନିକ୍ସ ଇନବୁକ୍ ଏକ୍ସ୧ ପ୍ରୋ ରେ 55Wh ବ୍ୟାଟେରୀ 65W ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ଏହି ଲାପଟପକୁ ରେଡ୍, ବ୍ଲୁ ଏବଂ ସ୍ଲେଟ ଗ୍ରେ କଲର ଅପ୍ସନରେ ଲଞ୍ଚ କରାଯାଇଛି । ଲାପଟପ୍ ର ବିକ୍ରି ୧୫ ଡିସେମ୍ବର ରୁ ଫ୍ଲିପକାର୍ଟରେ ଆରମ୍ଭ ହେବ ।

 

Get real time updates directly on you device, subscribe now.