fbpx

ବାୟୁସେନା ଚପର୍ ଦୁର୍ଘଟଣା: ୧୪ ଯାତ୍ରୀଙ୍କ ମଧ୍ୟରୁ ୧୩ ମୃତ, ସିଡିଏସଙ୍କ ପତ୍ନୀ ମୃତ!

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ହୋଇଥିବା ବାୟୁସେନା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ପ୍ରାରମ୍ଭିକ ଭାବରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ୧୩କୁ ବୃଦ୍ଧି ପାଇଥିବା ଜଣାପଡିଛି । ୧୩ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ଜଣାପଡିଛି । ଚପରରେ ସିଡିଏସ୍ ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରହିଥିବା ବେଳେ ସେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ମୃତ ଶରୀର ଗୁଡିକ ଅଧିକ ଜଳି ଯାଇଥିବାରୁ ଚିହ୍ନଟ କରିବା ପାଇଁ ଡିଏନଏ ପରୀକ୍ଷା କରାଯିବ ବୋଲି ଜଣାପଡିଛି । ସିଡିଏସ୍ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଚପରଟି ନୀଳଗିରି ହିଲସରେ ଦୁର୍ଘଟଣାର ଶିକାର ହୋଇଥିଲା । ହେଲିକପ୍ଟରରେ ସେନାର ପ୍ରମୁଖମ ଅଧିକାରୀଙ୍କ ସହିତ ରାୱତ ଦମ୍ପତ୍ତି ମଧ୍ୟ ଯାଉଥିଲେ ।

ପ୍ରାରମ୍ଭିକ ଭାବରେ ଉଦ୍ଧାର କାର୍ଯ୍ୟ ସମୟରେ ରାୱତଙ୍କ ସମେତ ୩ ଜଣଙ୍କୁ ଉଦ୍ଧାର କରାଯାଇ ୱେଲିଂଟନ୍ ଏୟାର ବେସରେ ଭର୍ତ୍ତି କରାଯାଇଥିବା ନେଇ ଖବର ଆସିଥିଲା । ତେବେ ମିଳିଥିବା ଶେଷ ଖବର ଅନୁଯାୟୀ ୧୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Get real time updates directly on you device, subscribe now.