fbpx

ଭିକି-କାଟ୍ରିନାଙ୍କ ବାହାଘରର ହେବ OTT ଟେଲିକାଷ୍ଟ: ଏତିକି କୋଟି ଟଙ୍କାରେ ହେଲା ଚୁକ୍ତି

ନୂଆଦିଲ୍ଲୀ: ବଲିଉଡର ନୂତନ ସେଲିବ୍ରିଟି କପଲ ଭିକି କୌଶଲ ଓ କାଟ୍ରିନା କୈଫଙ୍କ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଗୁରୁବାର ଏହି ବଲିଉଡ କପଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ବେଳେ ଏମାନଙ୍କ ବିବାହ ଓଟିଟି ପ୍ଲାଟଫର୍ମରେ ଟେଲିକାଷ୍ଟ ହେବ । ଏହି ଯୋଡିଙ୍କ ସଙ୍ଗୀତ ଓ ମେହେନ୍ଦି ସରିଥିବା ବେଳେ ବାହାଘରକୁ ନେଇ ଫ୍ୟାନଙ୍କ ଉକ୍ରଣ୍ଠା କାହିଁରେ କଣ । ବାହାଘର ମଣ୍ଡପର ଗୋଟିଏ ବି ଫଟୋ ବାହାରକୁ ଆସି ନଥିବା ବେଳେ ବାହାଘରଟି ଓଟିଟିରେ ଟେଲିକାଷ୍ଟ ହେବ । ଅନଲାଇନ ଭିଡିଓ ପ୍ଲାଟଫର୍ମ ଆମାଜନରେ ଏହି ଭିଡିଓ ଟେଲିକାଷ୍ଟ ହେବ ।

ଏହା ସହିତ ବିବାହ ପୂର୍ବରୁ ହୋଇଥିବା ସମସ୍ତ କାର୍ଯ୍ୟକ୍ରମର ଭିଡିଓ ମଧ୍ୟ ଆମାଜନ ପ୍ରାଇମରେ ଉପଲବ୍ଧ ହେବ । ଆମାଜନ ସହିତ ଏହି ଦମ୍ପତ୍ତି ୮୦ କୋଟି ଟଙ୍କାର ଚୁକ୍ତି କରିଥିବାରୁ ବିବାହ ମଣ୍ଡପକୁ କ୍ୟାମେରା ନେବା ପାଇଁ ଅନୁମତି ପ୍ରଦାନ କରାଯାଉନାହିଁ । ମିଡ ଡେରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସମସ୍ତ ଅତିଥିଙ୍କ ଠାରୁ ଭିକି ଓ କ୍ୟାଟ ଏକ ଏନଡିଏ ସାଇନ କରିଛନ୍ତି । ଏହି ଚୁକ୍ତି ଅନୁଯାୟୀ ଓଟିଟି ରିଲିଜ୍ ପୂର୍ବରୁ କୌଣସି ବି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ହେବ ନାହିଁ । ଆସନ୍ତା ୨୦୨୨ରେ ଏହି ଭିଡିଓ ଆମାଜନ ପ୍ରାଇମରେ ରିଲିଜ ହେବାକୁ ଯାଉଛି । ଏହି ଭିଡିଓରେ ରୋକାରୁ ଆରମ୍ଭ କରି, ହଲଦୀ ଓ ସଙ୍ଗୀତ ସ୍ଥାନ ପାଇବ । ୨୦୧୯ରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ମଧ୍ୟ ନିଜ ବାହାଘରକୁ ଓଟିଟିରେ ରିଲିଜ କରିଥିଲେ । ଭିକି ଏବଂ କ୍ୟାଟ୍ରିନା ରାଜସ୍ଥାନର ବରୱାଡା ଦୁର୍ଗରେ ବିବାହ କରିବାକୁ ଯାଉଥିବା ବେଳେ ଏହି ବାହାଘରରେ ୧୨୦ ଜଣ ଅତିଥି ସାମିଲ ହେବେ ।

Get real time updates directly on you device, subscribe now.