fbpx

ଏକାସାଙ୍ଗରେ ୧.୫ ଲକ୍ଷ ଚାକିରି ଦେଉଛି ରେଳବାଇ: ଏହି ତାରିଖରେ ପ୍ରକାଶ ପାଇବ ଆରଆରବି ଏନଟିପିସି ପରୀକ୍ଷାଫଳ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ହୋଇଥିବା ପରୀକ୍ଷାର ଫଳ ଆସନ୍ତା କିଛି ଦିନ ମଧ୍ୟରେ ପ୍ରକାଶ ପାଇବ । ଆରଆରବି ଏନଟିପିସି ଜିବିଟି ୨୦୨୧ ପରୀକ୍ଷାର ପରୀକ୍ଷା ଫଳ ଆସନ୍ତା ୨୯ ତାରିଖରେ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏହି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଆରଆରବିର ଅଫିସିଆଲ ୱେବସାଇଟରେ ନିଜର ରେଜଲ୍ଟ ଚେକ୍ କରି ପାରିବେ । ଏହି ଲିଙ୍କରେ http://rrbcdg.gov.in/index.php କ୍ଲିକ କଲେ ଆପଣ ନିଜର ରେଜଲ୍ଟ ଚେକ୍ କରିବେ ।

୨୮ ତାରିଖରୁ ଏହି ଲିଙ୍କ http://rrbcdg.gov.in/index.php ଆକ୍ଟିଭେଟ୍ ହୋଇଥିବା ବେଳେ ୨୯ ତାରିଖରେ ଏହି ଫଳ ପ୍ରକାଶ ପାଇବ । ସମୁଦାୟ ୧.୫ଲକ୍ଷଙ୍କୁ ଚାକିରି ମିଳିବ । ଆରଆରବି ପକ୍ଷରୁ ଟାଇମ କିପର୍, ଟ୍ରେନ କ୍ଲର୍କ, ଟିକେଟ୍ କ୍ଲର୍କ, କ୍ଲର୍କ, ଟାଇପିଷ୍ଟ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଏହି ଭର୍ତ୍ତି କରାଯିବ ।

ଆରଆରବିର ଅଫିସିଆଲ ଲିଙ୍କରେ କରି ଯିବାକୁ ପଡିବ । ହୋମ ପେଜରେ କ୍ଲିକ୍ କରିବା ପରେ ରେଜଲ୍ଟ ଟ୍ୟାବ ଉପରେ କ୍ଲିକ୍ କରିବାକୁ ପଡିବ । ଆରଆରବି ଏନଟିପିସି ଜିବିଟି ୨୦୨୧ ପାଇଁ ରହିଥିବା ଟ୍ୟାବ ଉପରେ କ୍ଲିକ୍ କରି ପରୀକ୍ଷାଫଳ ଜାଣି ହେବ । ନିଜର ଲଗଇନ ଆଇଡି ଏବଂ ପାସୱାର୍ଡ ଦେଇ ଆପଣ ନିଜର ରେଜଲ୍ଟ ଚେକ୍ କରନ୍ତୁ ।

Get real time updates directly on you device, subscribe now.