fbpx

୩୩ କେଭି ତାରରେ ଚାଲିଗଲା ମାଇହାତୀର ଜୀବନ: ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଅବହେଳା ଅଭିଯୋଗ

କେନ୍ଦୁଝର(ଓଡ଼ିଶା ଭାସ୍କର):କେନ୍ଦୁଝର ବନଖଣ୍ଡ ସଦର ବନାଞ୍ଚଳ ନରଣପୁର ସେକ୍ସନର ନେକଡ଼ାଘର ଜଙ୍ଗଲରେ ଉଚ୍ଚଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ସଂମ୍ପର୍ସ ରେ ଆସି ଏକ ବଡ଼ ମାଇହାତୀ ର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ବୁଧବାର ଭୋରରୁ ୧୮ ଟିକିଆ ହାତୀପଲ ନେକଡ଼ାଘର ଜଙ୍ଗଲରେ ଚଳପ୍ରଚଳ କରୁଥିଲେ। ଏହି ସମୟରେ ନରଣପୁର ପାୱାରଗ୍ରୀଡ଼ରୁ ଜଂଘିରା ଆଡ଼କୁ ଯାଇଥିବା ୩୩ ଜେଭି ଲାଇନ ର ଏକ ଖୁଣ୍ଟ ସଂମ୍ପର୍ସ ରେ ଗୋଟିଏ ମାଇହାତୀ ଆସିଯାଇଥିଲା ।ପୂର୍ବରୁ ସେହି ଖୁଣ୍ଟର ତାର ଶଂଖରୁ ଖସି ପୋଲରେ ଲାଗିଥିଲା ବୋଲି ଅନୁନାନ ହେଉଛି।ତେଣୁ ମାଈ ହାତୀଟି ଉଚ୍ଚଶକ୍ତି ବିଦ୍ୟୁତ ସଂମ୍ପର୍କ ରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।ସାଙ୍ଗରେ ଥିବା ଅନ୍ୟ ହାତୀମାନେ ବର୍ତୀ ଯାଇଛନ୍ତି।

ଖବର ପାଇ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡ଼ି ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଡବ୍ଲୁଟିଆଇର ଡା ବନ୍ଦିତା ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ମୃତ ହାତୀର ସେହିଠାରେ ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ସୂଚନା ମିଳିଛି। ତେବେ ଉକ୍ତ ବିଦ୍ୟୁତ ଲାଇନ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ଅବହେଳା ଜାରଣରୁ ବିଦ୍ୟୁତ ଦୁର୍ଘଟଣାରେ ମାଈ ହାତୀର ମୃତ୍ୟୁ ହୋଇଥିବା ସ୍ଥନିୟ ଲୋକେ ଅଭିଯୋଗ କରୁଛନ୍ତି। ମୃତ ହାତୀର ବୟସ ଆନୁମାନିକ ୧୫ ରୁ ୨୦ ବର୍ଷ ହେବ ବୋଲି ଡ଼ିଏଫଓ କହିଛନ୍ତି।

Get real time updates directly on you device, subscribe now.