fbpx
BJD SKY
BJD SKY

ମହଙ୍ଗାଇ, ସୁରକ୍ଷା, ଅର୍ଥବ୍ୟବସ୍ଥା ପ୍ରସଙ୍ଗ ପଛେ, ପର୍ଣ୍ଣ ୱେବସାଇଟ୍ ଚିନ୍ତାରେ ଡୁବିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

BJD

ନୂଆଦିଲ୍ଲୀ : ଏଫଟିଏଫର ଗ୍ରେ ଲିଷ୍ଟରୁ ମୁକୁଳି ପାରୁନି ପାକିସ୍ତାନ । ମହଙ୍ଗାଇ, ବିପର୍ଯ୍ୟସ୍ତ ଦେଶର ଅର୍ଥବ୍ୟବସ୍ଥା, ତାଲିବାନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଟାର୍ଗେଟ୍, ବିଶ୍ୱ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା କୋଷ ମୁହଁ ମୋଡିବା ଏମିତି ଅନେକ ପ୍ରସଙ୍ଗ ଘେରରେ ପାକିସ୍ତାନର ଇମ୍ରାନ ସରକାର । ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନଜରରେ ଏଥିରୁ ଆହୁରି ବଡ ସମସ୍ୟା ରହିଛି । ଆଉ ସେହି ସମସ୍ୟା ହେଉଛି ପର୍ଣ୍ଣ ୱେବସାଇଟ୍ । ଚାରି ଆଡୁ ସମାଲୋଚନାର ଶରବ୍ୟ ଇମ୍ରାନ ଖାନ୍ ପର୍ଣ୍ଣ ୱେବସାଇଟ୍ ବ୍ଲକ୍ କରିବା ସମ୍ବନ୍ଧିତ ଏକ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଏହା ପରେ ତାଙ୍କ ଉପରେ ବିରୋଧୀ ଖୁବ୍ ବର୍ଷିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅକ୍ଟୋବର ୨୧ରେ ଏକ ଟ୍ୱିଟ୍ କରିଛି । ଏହା ଜରିଆରେ ସୂଚନା ଦିଆଯାଇଥିଲା ଯେ, ଇମ୍ରାନ ଖାନ ଦେଶରେ ପର୍ଣ୍ଣ ୱେବସାଇଟ୍ ବ୍ଲକ କରିବା ପାଇଁ ଅନୁଷ୍ଠିତ ବୈଠକର ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ଇମ୍ରାନ କହିଛନ୍ତି, ଆଧୁନିକ ଜ୍ଞାନ କୌଶଳ ଯୁଗରେ ନୂତନ ପିଢିଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ମୋଡେର୍ଣ୍ଣ ଟେକ୍ନୋଲୋଜି ଡିଭାଇସ୍ ଏବଂ ୩ଜି-୪ଜି ଦ୍ରୁତ ଗତିରେ ପ୍ରସାର କାରଣରୁ ଲୋକେ ଏବେ ସବୁ ପ୍ରକାରର କଣ୍ଟେଣ୍ଟ୍ ପର୍ଯ୍ୟନ୍ତ ପହଞ୍ଚି ପାରୁଛନ୍ତି ।

ଅନେକ ସମସ୍ୟା ରହିଛି, ପର୍ଣ୍ଣ ୱେବସାଇଟକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଖୁବ୍ ଚିନ୍ତା ବୋଲି ସ୍ଥାନୀୟ ସାମ୍ବାଦିକ ନାୟଲା ଇନାୟତ ପ୍ରଶ୍ନ କରିଛନ୍ତି । ବିରୋଧୀ ଦଳ ମଧ୍ୟ ଇମ୍ରାନଙ୍କୁ ଖୁବ୍ ସମାଲୋଚନା କରିଛନ୍ତି । ସୂଚନାଯୋଗ୍ୟ, ପାକିସ୍ତାନ ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ସେହି ୧୦ତାଲିକାରେ ସାମିଲ୍ ହୋଇ ଯାଇଛି, ଯାହା ଉପରେ ସବୁଠୁ ଅଧିକ ବିଦେଶୀ ଋଣ ରହିଛି । ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବିଦେଶୀ ଋଣ ପରିମାଣ ୮ ପ୍ରତିଶତ ବୃଦ୍ଧି ଘଟିଛି । ଚଳିତ ବର୍ଷ ଜୁନରେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା ଯେ, ପାକିସ୍ତାନର ଇମ୍ରାନ ଖାନ୍ ସରକାର ୪୪୨ ମିଲିୟନ ଡଲାର ଉଧାର ନେଇ ସାରିଛନ୍ତି ।

Get real time updates directly on you device, subscribe now.