fbpx

ସୋଏବ ଅଖତରଙ୍କ ନିଜ ଦଳକୁ ଅଜବ ପରାମର୍ଶ, ଭାରତକୁ ରୋକିବାକୁ ହେଲେ ପାକିସ୍ତାନକୁ ଏହି କାମ କରିବାକୁ ପଡିବ

ନୂଆଦିଲ୍ଲୀ : ଆଜି ଟି-୨୦ ବିଶ୍ୱ କପର ସୁପର ୧୨ ରାଉଣ୍ଡରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଏହି ମ୍ୟାଚ୍ ସନ୍ଧ୍ୟା ୭ଟା୩୦ରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ସହିତ ଭାରତ ଓ ପାକିସ୍ତାନ ନିଜର ଅଭିଯାନ ଆରମ୍ଭ କରିବ । ଭାରତ ଶେଷ ଥର ୨୦୧୩ରେ ଆଇସିସି ଟାଇଟଲ୍ ଜିତିଥିବା ବେଳେ ପାକିସ୍ତାନ ୨୦୧୭ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତକୁ ହରାଇ ଚାମ୍ପିଅନ ହୋଇଥିଲା । ଏହି କ୍ରମରେ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ନିଜ ଦେଶ ପାକିସ୍ତାନ ଏହି ମ୍ୟାଚ୍ ଜିତିବାକୁ ହେଲେ ନିଜ ଦଳକୁ କଣ କଣ କରିବାକୁ ପଡିବ ତାହା କହିଛନ୍ତି ।

ସ୍ପୋର୍ଟ୍ସକିଡା ସହ ଆଲୋଚନା ବେଳେ ସୋଏବ ଅଖତର କହିଛନ୍ତି ଯେ, ଭାରତକୁ ହରାଇବାକୁ ହେଲେ ପାକିସ୍ତାନକୁ ଏହି ତିନୋଟି ଦିଗ ପ୍ରତି ଉପରେ ଧ୍ୟାନ ଦେବାକୁ ପଡିବ । ଆଉ ତାଙ୍କର ଏହି ବିନ୍ଦୁ ବହୁତ ଫନି ରହିଛି । ସେ ମଜାଳିଆ ଢଙ୍ଗରେ ଏହି ତିନୋଟି ପଏଣ୍ଟ କହିଛନ୍ତି । ଉଲ୍ଲେଖନୀୟ ପାକିସ୍ତାନ ଏ ପର୍ଯ୍ୟନ୍ତ ଦିନିକିଆ ବିଶ୍ୱ କପ୍ ହେଉ କି ଟି-୨୦ ବିଶ୍ୱ କପ୍ କେବେ ବି ଭାରତକୁ ହରାଇ ପାରିନାହିଁ । ପ୍ରତିଥର ଦଳକୁ ପରାଜୟର ମୁହଁ ଦେଖିବାକୁ ପଡିଛି ।

ଇଣ୍ଡିଆକୁ ସ୍ଲିପିଂ ପିଲ୍ ଦିଅ

ସୋଏବ ପରିହାସ ଛଳରେ କହିଛନ୍ତି ଯେ, ଭାରତକୁ ପ୍ରଥମେ ନିଦରେ ଶୋଇବା ବଟିକା ଦେଇ ଦିଅ । ଦ୍ୱିତୀୟ ବିରାଟ କୋହଲିଙ୍କୁ ଦୁଇ ଦିନ ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରିବାକୁ ଦିଅ ନାହିଁ । ତୃତୀୟ ଧୋନୀ ନିଜେ ବ୍ୟାଟିଂ କରିବାକୁ ଯେମିତି ନଆସିବେ । ଏହି ପରି ମଜାଳିଆ ଢଙ୍ଗରେ ସୋଏବ ଅଖତର ତିନୋଟି ପଏଣ୍ଟ କହିଛନ୍ତି । ଯଦ୍ୱାରା ଭାରତକୁ ରୋକା ଯାଇ ପାରିବ ।

 

ଏହି ଫନି ପ୍ରସ୍ତାବ ଦେବା ପରେ ସୋଏବ ଅଖତର ହରଭଜନ ସିଂହଙ୍କ ସହ ଆଜିର ମ୍ୟାଚ୍ ବିଷୟରେ ଆଲୋଚନା କରିଥିଲେ । ହେଲେ ସେ ଏହି ସମୟରେ ହିଁ ପାକିସ୍ତାନକୁ ପ୍ରକୃତ ପରାମର୍ଶ ଦେଇଛନ୍ତି, ଯାହା ଜରିଆରେ ଭାରତକୁ ହରାଯାଇ ପାରିବ । ଅଖତର କହିଛନ୍ତି, ପାକିସ୍ତାନ ଓପନରଙ୍କୁ ଦଳକୁ ଭଲ ଆରମ୍ଭ ଦେବାକୁ ପଡିବ । ଏହା ପରେ ପାକିସ୍ତାନକୁ ଯେତେ ସମ୍ଭବ ଡଟ୍ ବଲ୍ ଏଡାଇବାକୁ ପଡିବ । ପ୍ରତି ବଲକୁ ରନ ପାଇଁ ଖେଳିବାକୁ ପଡିବ । ଏହି ପରି ୫-୬ ଓଭର ଯିବା ପରେ ଷ୍ଟ୍ରାଇକ୍ ରେଟ୍ ବଢାଇବାକୁ ପଡିବ ।

ଭଲ ସ୍କୋର କରିବା ପରେ ବୋଲିଂ କରିବା ସମୟରେ ୱିକେଟ୍ ନେବା ଉପରେ ପାକିସ୍ତାନୀ ବୋଲରଙ୍କୁ ଧ୍ୟାନ ଦେବାକୁ ପଡିବ । ଜଲଦି ୱିକେଟ୍ ନେଇ ହିଁ ଭାରତୀୟ ବ୍ୟାଟସମ୍ୟାନଙ୍କୁ ରୋକାଯାଇ ପାରିବ ବୋଲି ସୋଏବ ଅଖତର କହିଛନ୍ତି । ଏହା ହରଭଜନ ସିଂହ କହିଛନ୍ତି ଯେ, ଭାରତକୁ ମ୍ୟାଚ୍ ଜିତିବାକୁ ହେଲେ ଖେଳର ମହତ୍ୱକୁ ବୁଝିବାକୁ ପଡିବ । ଯେତେ ସମ୍ଭବ ପାକିସ୍ତାନ ଉପରେ ଚାପ ପକାଇବାକୁ ପଡିବ । ସେ ମଧ୍ୟ ଭାରତକୁ ତିନୋଟି ପରାମର୍ଶ ଦେଇଛନ୍ତି । ଦଳକୁ ବ୍ୟାଟିଂ ବେଳେ ଭଲ ଆରମ୍ଭ କରିବାକୁ ପଡିବ । ଭାରତୀୟ ଦଳକୁ ଅତିରିକ୍ତ ଚାପ ନେବାର ଆବଶ୍ୟକତା ନାହିଁ ବୋଲି ହରଭଜନ ସିଂହ କହିଛନ୍ତି ।

Get real time updates directly on you device, subscribe now.