fbpx

ବିଏମସିର ସୂଚନା;୩୦ରୁ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା, ଜାଣନ୍ତୁ କଣ ରହିଛି ଗାଇଡଲାଇନ୍

ଭୁବନେଶ୍ୱର: ବିଗତ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ସମସ୍ତ ପର୍ବ ପର୍ବାଣି ଏବଂ ମେଳା ଯାତ୍ରା ଉପରେ ସରକାର କଟକଣା ଲାଗୁ କରିଥିଲେ । ଫଳରେ ଏହି ଗୁଇବର୍ଷ ହେବ କୌଣସି ପ୍ରକାର ଯାନି ଯାତ୍ରା ହେଉ ନଥିଲା । ତେବେ ଚଳିତ ଥର ମହାମାରୀ କରୋନାର ପ୍ରକୋପ କମ୍ ଥିବାରୁପ ସରକାର ସମସ୍ତ ମେଳା ଓ ପୂଜା ପର୍ବାଣୀ ପାଇଁ ଅନୁମତି ଦେଉଛନ୍ତି । ଫଳରେ ରାଜଧାନୀ ଭୁବନେଶ୍ୱରରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ତେବେ ଏହାରୀ ମଧ୍ୟରେ ଖଣ୍ଡଗିରୀ ଏବଂ ଉଦୟଗିରିର ମହାକୁମ୍ଭ ମେଳା ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି । ଆଜିଠାରୁ ଏହି ମେଳା ଆରମ୍ଭ ହୋଇଥିବା ଜଣାପଡିଛି । ଏନେଇ ବିଏସି ଅନେକ ଗାଇଡଲାଇନେ୍ ମଧ୍ୟ ଜାରୀ କରିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସମ୍ପର୍କରେ ।

ମିଳିଥିବା ସୂଚନା ଅନୁଯାୟୀ, ଖଣ୍ଡଗିରି ମେଳା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୦ ତାରିଖରୁ ଯାତ୍ରା ଆରମ୍ଭ ହେବ । ତେବେ ଚଳିତ ଥର ଏହି ମେଳାରେ ୬ଟି ଯାତ୍ରା ପାର୍ଟି ଆସିବେ । ଏନେଇ ବିଭିନ୍ନ ଯାତ୍ରାପାର୍ଟି ସେମାନଙ୍କ ପ୍ରଚାର ଆରମ୍ଭ କରିଛନ୍ତି । ତେବେ ବିଏମସି ଗାଇଡ ଲାଇନ୍ ଅନୁଯାୟୀ, ଏହି ଯାତ୍ରା ପାର୍ଟିର ପ୍ରଚାରକମାନେ ରାତି ୧୦ ଟା ପରେ କୌଣସି ପ୍ରଚାର କରିପାରିବେ ନାହିଁ । ଯାହାକୁ ମାନିବାକୁ ସମସ୍ତ ଯାତ୍ରା ପାର୍ଟିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏତତ୍ ବ୍ୟତୀତ ବିଏମସିର ଗାଇଡଲାଇନ୍ ଅନୁଯାୟୀ, ଏହି ମେଳା ଚାଲିବା ସମୟରେ ଖଣ୍ଡଗିରି ଏବଂ ଉଦୟଗିରି ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିବ । ସେହିପରି ଜରୁରୀକାଳୀନ ସେବା ପାଇଁ ସ୍ଥାନୀୟ ଲୋକଙ୍କୁ ପାସ ମିଳିବା ସହ ଲେକଙ୍କ ସୁରକ୍ଷା ପାଇଁ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । ତେବେ ବିଗତ ୨ ବର୍ଷ ପରେ ଖଣ୍ଡଗିରି ମେଳା ଅନୁଷ୍ଠିତ ହେଉଥିବାରୁ ଲୋକଙ୍କ ଭିଡ ରହିବ । ତେଣୁ ବିଏସି ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଆଇନ୍ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

Get real time updates directly on you device, subscribe now.